ଗତ 12 ବର୍ଷ ତଳେ ସେହୱାଗ କରିଥିବା ଏହି ରେକର୍ଡ କୁ ଏବେ ଯାଏଁ କେହି ଭାଙ୍ଗିପାରି ନାହାନ୍ତି ।

ନମସ୍କାର ବନ୍ଧୁଗଣ । ବିଶ୍ଵ କ୍ରିକେଟରେ ଯେବେ ବିସ୍ପୋରକ ବ୍ଯାଟିଙ୍ଗର ଚର୍ଚ୍ଚା ହୁଏ ସେତେବେଳେ ସର୍ବ ପ୍ରଥମେ ବିରେନ୍ଦ୍ର ସେହୱାଗ ଙ୍କ ନାଁ ଆସେ । ସେ ତାଙ୍କ କ୍ଯାରିୟରରେ ବିଶ୍ଵର ଅନେକ ମହାନ ବୋଲୋର ଙ୍କ ଦୁଃସ୍ଵପ୍ନ ପାଲଟିଛନ୍ତି । ସେହୱାଗ ଯେବେ ବ୍ୟାଟିଂ କରନ୍ତି ସେତେବେଳେ ପ୍ରତିପକ୍ଷ ଦଳର ସବୁ ରଣନୀତି ଫେଲ ମାରେ । ସେ ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-20 ସବୁ ଫର୍ମାଟରେ ବ୍ୟାଟିଂ କରି ପ୍ରତିପକ୍ଷ ଦଳକୁ ଧୂଳିସାତ କରନ୍ତି ପୂର୍ବତନ ଭାରତୀୟ ଓପନର ସେହୱାଗ ।

ସବୁ ପ୍ରତିପକ୍ଷ ବୋଲୋରଙ୍କ ଟାର୍ଗେଟ ଥାଏ ବୀରୁ ଙ୍କ ୱିକେଟ । ସେ ଯେତେ ସମୟ ଯାଏଁ ଆଉଟ ହୋଇ ନ ଥିବେ ସେତେ ଯାଏଁ ଅଣନିଶ୍ବାସୀ ହୋଇ ପଡନ୍ତି ପ୍ରତିପକ୍ଷ ଦଳ । ତାଙ୍କ କ୍ଯାରିୟରରେ ବିରେନ୍ଦ୍ର ଖେଳିଛନ୍ତି ଭାରତ ପାଇଁ ଅନେକ ବିସ୍ଫୋରକ ଇନିଙ୍ଗ୍ସ । ମୁଲତାନ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ସେହୱାଗ ଖେଳିଥିବା 309 ରନ ର ବିସ୍ଫୋରକ ଇନିଙ୍ଗ୍ସ କୁ କେହି ବି ଆଜି ଯାଏଁ ଭୁଲିପାରି ନାହାନ୍ତି ।

ଏହି ସ୍ମରଣୀୟ ଇନିଙ୍ଗ୍ସ ପରେ ସୁଲତାନ ମୁଲତାନ ନାଁ ରେ ପରିଚିତ ହୋଇଥିଲେ ବିରେନ୍ଦ୍ର ସେହୱାଗ । 45 ବର୍ଷୀୟ ସେହୱାଗ ଙ୍କ ପାଇଁ ଡିସେମ୍ବର 8 ଥିଲା ଏକ ବିଶେଷ ଦିନ । ଠିକ 12 ବ୍ରସ ତଳେ ଏହି ଦିନ ଇନ୍ଦୋର ର ହୋଲକାର ଷ୍ଟାଡିୟମ ରେ ସେହୱାଗ ଇତିହାସ ସୃଷ୍ଟି କରିଥିଲେ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସେ 219 ରନ ର ବିସ୍ଫୋରକ ଇନିଙ୍ଗ୍ସ ଖେଳିଥିଲେ ।

ସେହି ସମୟରେ ସେ ବିଶ୍ଵର ପ୍ରଥମ ଖେଳାଳି ଓ ଅଧିନାୟକ ଭାବରେ ଦିନିକିଆରେ 2 ଶତକ ହାସଲ କରିଥିଲେ । ଏହା ଥିଲା 2011ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ସମୟର ମ୍ଯାଚ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ 3ଟି ଟେଷ୍ଟ ଓ 5ଟି ଦିନିକିଆ ଖେଳା ଯାଇଥିଲା । ପ୍ରଥମେ ଟେଷ୍ଟ ସିରିଜରେ ଭାରତ 2-1 ରେ ଜିତି ଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଦିନିକିଆ ସିରିଜ ।

ଯେଉଁଥିରେ ପ୍ରଥମ 3ଟି ମ୍ଯାଚରେ ଭାରତ 2-1 ରେ ବିଜୟ ହାସଲ କରିଥିଲା । ତୃତୀୟ ମ୍ଯାଚରେ ଭାରତ ପରାସ୍ତ ହୋଇଥିଲା । ଚତୁର୍ଥ ମ୍ଯାଚ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେହୱାଗଙ୍କ ଅଧିନାୟକତ୍ଵରେ ସେହୱାଗ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିସ୍ପତି ନେଇଥିଲେ । ସେ ପ୍ରଥମ ଓଭୋରରେ ଗୌତମ ଗମ୍ଭୀରଙ୍କ ସହ 176 ରନ ର ପାର୍ଟନରସିପ କରିଥିଲେ ।

ଏହି ମ୍ଯାଚରେ ସେ 149 ବଲ ଖେଳି 219 ରନ କରିଥିଲେ । ତାଙ୍କର ବିସ୍ଫୋରକ ଇନିଙ୍ଗ୍ସରେ ରହିଥିଲା 25ଟି ଚୌକା ଓ 7ଟି ବିଶାଳ ଛକା । ତାଙ୍କର ଦୁଇ ଶତକ ସହାୟତାରେ ଭାରତ ଏହି ମ୍ଯାଚରେ 5 ୱିକେଟ ହରାଇ 418 ରନ ସ୍କୋର କରିଥିଲା । ଏହି ମ୍ୟାଚରେ ସେହୱାଗ କରିଥିବା 219 ରନ ଏବେ ଯାଏଁ ଦିନିକିଆ ଅନ୍ତର୍ଜାତୀୟ ସ୍କୋର ହୋଇ ରହିଛି ।

ଦୀର୍ଘ 12 ବର୍ଷ ପରେ ବି ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟର ଭାଙ୍ଗିପାରି ନାହାନ୍ତି । ଏଭଳି ଅନେକ ସ୍ମରଣୀୟ ଓ ମ୍ୟାଚ ବିଜୟୀ ଇନିଙ୍ଗ୍ସ ପାଇଁ ସେହୱାଗଙ୍କୁ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟର ଭାବେ ବିଚାର କରାଯାଏ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।