ଗ୍ୟାସର ବର୍ନର କଳା ହେଇଯାଉଛି ଓ ଧୀମା ଜଳୁଛି ? ତ ଏହି ସହଜ ଉପାୟରେ ମିନିଟରେ ଚମକାନ୍ତୁ, ଦେଖନ୍ତୁ କେମିତି

ରୋଷେଇ ଘରେ ଥିବା ସମସ୍ତ ଜିନିଷର ଧ୍ୟାନ ରଖିବା ଦରକାର । କିନ୍ତୁ ସବୁ ଜିନିଷ ସହିତ ରୋଷେଇ ଘରର ଗ୍ୟାସର ବର୍ନରକୁ ବି ସଫା ରଖିବା ଦରକାର । ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ଏହା କଳା ପଡି ଯାଏ । ଯେଉଁଥିରେ ଗ୍ୟାସଟି ଧୀରେ ଧୀରେ ଜଳିଥାଏ । ଯଦି ଆପଣଙ୍କର ଗ୍ୟାସର ବର୍ନର ଧୀରେ ଧୀରେ ଜଳୁଛି, ତେବେ ଆପଣାନ୍ତୁ ଏହି ବେଜୋଡ ଉପାୟକୁ, ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଗ୍ୟାସର ବର୍ନର ଏକଦମ ଚମକିବାକୁ ଲାଗିବ ।

ଗ୍ୟାସର ବର୍ନର ହୋଇଯାଇଛି ଯଦି କଳା ଏବଂ ଜଳୁଛି ଧୀରେ ଧୀରେ ? ତେବେ ଆପଣାନ୍ତୁ ଏହି ବେଜୋଡ ଉପାୟକୁ

ଗ୍ୟାସର ଲଗାତାର ବ୍ୟବହାର ଦ୍ଵାରା ବର୍ନର ପ୍ରାୟତଃ କଳା ପଡିଯାଏ, ଯାହାକୁ କିଛି ଉପାୟ ଦ୍ଵାରା ଚମକାଇ ଯାଇ ପାରିବ । ଏହି କଳା ପଡି ଯାଇଥିବା ବର୍ନରକୁ ନୂଆଭଳି ଚମକାଇବା ପାଇଁ ଏକ ବଡ ପାତ୍ରରେ ଅଧ କପ ଭିନେଗାର ଢାଳନ୍ତୁ, ଭିନେଗାରରେ ଗୋଟିଏ କପ ପାଣି ମିଶାନ୍ତୁ, ଏହା ପରେ ଏଥିରେ ବର୍ନରକୁ ବୁଡାଇ ରଖି ଦିଅନ୍ତୁ । ଏହା ପରେ ଦୁଇ ବର୍ନରକୁ ରାତିସାରା ବୁଡାଇ ରଖନ୍ତୁ ।

ଏହା ପରେ ଏହାକୁ ସକାଳେ ଲୁହାର ବ୍ରଶ କିମ୍ବା ବାସନ ସଫା କରିବାର ବ୍ରଶ ଦ୍ଵାରା ଭଲ ଭାବରେ ସଫା କରନ୍ତୁ । ଏହା ପରେ ସଫା କପଡାରେ ଏହାକୁ ସଫା କରନ୍ତୁ ଦେଖିବେ ଆପଣଙ୍କର ବର୍ନର ପୁରାପୁରୀ ଚମକିବାକୁ ଲାଗିବ ।

ମାର୍କେଟରେ ଆପଣଙ୍କୁ ଭିନେଗାରର ୫୦୦ ML ପାଖାପାଖି ୩୫ ଟଙ୍କାର ମିଳିଯିବ । ଏଥିରେ ଥିବା କେମିକାଲ ବର୍ନରକୁ ସଫା କରିବାରେ ସାହାର୍ଯ୍ୟ କରିଥାଏ । ଏହି ଉପାୟ ଛଡା ୨ କପ ଗରମ ପାଣିରେ ଗୋଟିଏ ଲେମ୍ବୁର ରସ ଢାଳି ସେଥିରେ ବର୍ନରକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ, ଗ୍ୟାସର ବର୍ନର କିଛି ସମୟ ଭିତରେ ହିଁ ସଫା ହୋଇଯିବ । ଯଦି ଆପଣଙ୍କୁ ଆମର ଏହି ଉପାୟ ଭଲ ଲାଗିତହେ ତେବେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।