ଆମେରିକାର ଏହି ଜେନେରାଲ ନଥିଲେ ଅଭିନନ୍ଦନ ମୁକୁଳିବା ଏତେ ସହଜ ହୋଇପାରି ନଥାନ୍ତା, ସେ ପାକିସ୍ତାନକୁ କହିଥିଲେ କି ଅଭିନନ୍ଦଙ୍କୁ ଜଲ୍ଦି ଫେରାଇ ଦିଆଯାଉ ନେହେଲେ…

କିଛି ଦିନ ପୂର୍ବରୁ ଭାରତ ଓ ପାକିସ୍ଥାନ ମଧ୍ୟରେ ଟେନସନ ପୂର୍ଣ୍ଣ ପରିସ୍ଥିତି ଚାଲିଥିଲା । 27 ଫେବୃୟାରୀ ଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ଥାନ ର ଲଢେଇ ବିମାନ F-16 କୁ ନଷ୍ଟ କରିବା ସମୟରେ ତାଙ୍କର ମିଗ-21 ବିମାନ କ୍ରାଶ ହୋଇଥିଲା ଯାହା ପରେ ସେ ପାକିସ୍ଥାନର କବ୍ଜାରେ ଥିଲେ । ପାକିସ୍ଥାନ ଅଭିନନ୍ଦନକୁ ଛାଡିବା ପାଇଁ ବିଭିନ୍ନ ପ୍ରକାରର ସର୍ତ୍ତ ରଖିବାକୁ ଚାହୁଁଥିଲା କିନ୍ତୁ ପରେ ଭାରତର ଶକ୍ତ କାର୍ଯ୍ୟାନୁଷ୍ଠାନ କାରଣରୁ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବାଧ୍ୟ ହୋଇ ଅଭିନନ୍ଦନଙ୍କୁ ଛାଡିବାକୁ ପଡିଥିଲା ।

ସେମିତି ତ ଅଭିନନ୍ଦନଙ୍କୁ ମୁକୁଳାଇବା ପାଇଁ ଭାରତ ବହୁତ ପ୍ରୟାସ କରିଥିଲା କିନ୍ତୁ ପରେ ଖବର ଆସିଲା କି ଆମେରିକା ର ଜଣେ ଜେନେରାଲ ଜୋସେଫ ବୋଟେଲଙ୍କର ଅଭିନନ୍ଦନଙ୍କୁ କୁ ମୁକୁଳାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ସେ ଲଗାତାର ପାକିସ୍ଥାନ ର ସମ୍ପର୍କରେ ଥିଲେ ଓ ସେ କ୍ଲିୟର କହି ଦେଇଥିଲେ କି ଅଭିନନ୍ଦନଙ୍କୁ ଜଲ୍ଦି ସୁରକ୍ଷିତ ଫେରାଇ ଦିଆଯାଉ ।

ଭାରତ କେବଳ ଅଭିନନ୍ଦନ ଫେରିଲେ ହେବ ଶାନ୍ତ

ପାକ କବ୍ଜାରେ ଅଭିନନ୍ଦନ ଯିବା ଖବର ଆସିବା ପରେ ଦିଲ୍ଲୀ ଠାରୁ ୱାସିଙ୍ଗଟନ ପର୍ଯ୍ୟନ୍ତ ସବୁ ମଶିନରୀ ଆକ୍ଟିଭ ହୋଇଯାଇଥିଲା । ଆମେରିକାର ମିଲିଟ୍ରି ଅଫିସର ବାରମ୍ବାର ପାକ ଉପରେ ପ୍ରେସର ପକାଉଥିଲେ କି ଯେତେ ଜଲ୍ଦି ହେଉଛି ଅଭିନନ୍ଦନଙ୍କୁ ଫେରାଇ ଦିଆଯାଉ, ଯାହା ଦ୍ଵାରା ଏହି ଟେନସନ ର ମାହୋଲକୁ ଶାନ୍ତ କରା ଯାଇପାରିବ ।

ୟୁଏସ ର ସେଣ୍ଟକମ କମାଣ୍ଡର ଜେନେରାଲ ଜୋସେଫ ବୋଟେଲ ପାକ ଆର୍ମି ଚିଫ ଜେନେରାଲ କମର ଜାବେଦ ବାବଜାଙ୍କ ସହିତ ଫୋନ ରେ କଥା ହୋଇଥିଲେ ଓ ଜଲ୍ଦି ଅଭିନନ୍ଦନଙ୍କୁ ଛାଡିବାକୁ କହିଥିଲେ । ସେହି ସମୟରେ ଜେନେରାଲ ଜୋସେଫ ହିଁ ଆମେରିକା ତରଫରୁ ଅଧିକ ଥର କଥା ବାର୍ତ୍ତା ହୋଇଥିଲେ । ଆମେରିକା ବ୍ରିଟେନ ଜରିଆରେ ପାକିସ୍ଥାନ କୁ ସନ୍ଦେଶ ପଠାଇଥିଲା । ଜଣାଇ ଦେଉଛୁ କି ପାକିସ୍ଥାନ ଉପରେ ବ୍ରିଟେନ ର ସେନା ର ବହୁତ ପ୍ରଭାବ ଅଛି ।

ଅଭିନନ୍ଦନଙ୍କ ପ୍ରୟୋଗ କୌଣସି ପ୍ରକାରର ଡିଲ ପାଇଁ ନ କରାଯାଉ

ଆମେରିକା ପାକ କୁ ସଫା କହିଥିଲା କି ଅଭିନନ୍ଦନଙ୍କ ପ୍ରୟୋଗ କୌଣସି ପ୍ରକାରର ଡିଲ ପାଇଁ ନ କରାଯାଉ । ସେଇଠି, ଭାରତ ମଧ୍ୟ ଏହି କଥା କ୍ଲିୟର କରିଥିଲା କି ଅଭିନନ୍ଦନଙ୍କୁ ମୁକୁଳାଇବା ପାଇଁ ଭାରତ ପାକିସ୍ଥାନ ସହିଦ କୌଣସି ଡିଲ କରିବ ନାହିଁ । ଏହା ବ୍ୟତୀତ ଭାରତ ଆମେରିକାକୁ କହିଥିଲା କି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ପାକିସ୍ଥାନରେ ଭଲ ବ୍ୟବହାର ହେବା ଆବଶ୍ୟକ । ଏହା ମଧ୍ୟରେ ଖବର ଆସିଲା କି ଇମରାନ ଖାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଉଛନ୍ତି, ଯାହା ସୂଚାଉଛି କି ପାକ କୁ ଆମେରିକା ର କଥା ମାନିବାକୁ ପଡିଲା ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।