କହିବାକୁ ଗଲେ ଆମେ ଯେତେବେଳେ ଖାଦ୍ୟ ସେବନ କରିଥାଉ ତାହା ଖାଦ୍ୟନଳୀ ଦେଇ ଆମ ପେଟ ଭିତରକୁ ଆସେ । ସେଠି ଏସିଡ ମିଶେ ଓ ଖାଦ୍ୟ ହଜମ ହୁଏ । କିନ୍ତୁ ଏସିଡ କିମ୍ବା ବାୟୁ ଯଦି ଉପରକୁ ଚଢି ଆମ ଖାଦ୍ୟନଳୀକୁ ଆସେ ତେବେ ସେହି ସମୟରେ ଆମର ଏସିଡିଟି ହୋଇଥାଏ । କିନ୍ତୁ କହିଦେଉଛୁ କି ପେଟରେ ସାଧାରଣ ଗ୍ୟାସ ଥାଏ । ସେଥିପାଇଁ ଗ୍ୟାସକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ଗ୍ୟାସ ତିନି ପ୍ରକାରର ସମସ୍ୟା ଉତ୍ପନ୍ନ କରିଥାଏ । ଗୋଟିଏ ହେଉଛି ମୁହଁରୁ ହାକୁଡି ଆସିବା ।

ଆଉ ଗୋଟିଏ ହେଉଛି ପେଟ ଫୁଲିଯିବା । ଅନ୍ୟ ଟି ହେଉଛି ମଳ ଦ୍ଵାର ଦେଇ ଗ୍ୟାସ ବାହାରିବା । ଯଦି ମୁହଁରୁ ହାକୁଡି ଆସୁଛି ଓ ଆପଣ ଗ୍ୟାସ ଛାଡୁଛନ୍ତି ତେବେ ଏହା ସାଧାରଣ କଥା । ଗ୍ୟାସ ଓ ଏସିଡିଟିର ଲକ୍ଷଣ ବିଷୟରେ ଯଦି କହିବା ତେବେ ବେଳେ ବେଳେ ଗ୍ୟାସ ଛାତି ଯନ୍ତ୍ରଣା କରିଥାଏ । ମୁହଁ ଖଟା ଖଟା ଲାଗିବା । ମୁହଁରେ ଅଧିକ ପଣି ଆସିବା । ବେଳେ ବେଳେ କାସ ବି ହୋଇଥାଏ ।
ଗ୍ୟାସ ଓ ଏସିଡିଟି ହେବାର ମୁଖ୍ୟ କାରଣ ଏହା ଆପଣଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ । କିନ୍ତୁ ଯଦି କେହି ମୋଟା କିମ୍ବା ଗର୍ଭବତ୍ତୀ ଅଛନ୍ତି ତେବେ ଏହିଭଳି କ୍ଷେତ୍ରରେ ପେଟ ଉପରେ ଅଧିକ ପ୍ରେସର ପଡିବା କାରଣରୁ ଏସିଡ ଉପରକୁ ଯାଇଥାଏ । ଏମିତି କିଛି ଖାଦ୍ୟ ଅଛି ଯେଉଁ କାରଣରୁ ଅଧିକ ଏସିଡିଟି ହୋଇଥାଏ । ଯେମିତି କି ସ୍ପାଇସି ଫୁଡ, ଚକୋଲେଟ, ଚା, କଫି ଓ ପେନକିଲର ।

ଅନ୍ୟ କିଛି ଔଷଧ କାରଣରୁ ବି ଏସିଡିଟି ହୋଇଥାଏ । ଯେଉଁମାନେ ମଦ ଓ ସିଗାରେଟ ଟାଣୁଛନ୍ତି ସେମାନଙ୍କୁ ବି ଏସିଡିଟି ହୋଇଥାଏ । ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯେଉଁ କାରଣରୁ ପେଟରେ ଗ୍ୟାସ ହୋଇଥାଏ । ନନଭେଜ ଯୋଗୁ ବି ଅଧିକ ଗ୍ୟାସ ହୋଇଥାଏ । ଏସିଡିଟି ଯୋଗୁ ଯେଉଁ ଲୋକମାନଙ୍କ ଆସ୍ଥାମା ଅଛି ସେମାନଙ୍କ ଆଟାକକୁ ବଢାଇ ପାଏ । ଏମାନଙ୍କୁ ବହୁତ ଅଧିକ କାସ ବି ହୋଇଥାଏ । ପେଟ ମଧ୍ୟରେ ଗ୍ୟାସ ସମସ୍ତଙ୍କର ଥାଏ ।

କିନ୍ତୁ କେତେକ ଲୋକମାନେ ସେହି ଗ୍ୟାସକୁ ସହି ଯାଆନ୍ତି ତ କେତେକ ଲୋକମାନେ ସହି ପାରନ୍ତି ନାହିଁ । ଏସିଡିଟି ଓ ଗ୍ୟାସର ସବୁଠୁ ବଡ ଚିକିତ୍ସା ହେଉଛି ଆପଣ ନିଜର ଜୀବନଶୈଳୀକୁ ଠିକ କରିବା ଉଚିତ । ଯେମିତି କି ମଦ ଓ ସିଗାରେଟ ଠାରୁ ଦୂରେଇ ରୁହନ୍ତୁ । ସବୁବେଳେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ । ଖାଇବା ଓ ଶୋଇବା ମଝିରେ ସମୟର ଗ୍ୟାପ ରଖନ୍ତୁ । ସ୍ପାଇସି ଫୁଡ ଓ ଚକୋଲେଟ ଭଳି ଫୁଡ ଠାରୁ ଦୂରେଇ ରୁହନ୍ତୁ । ଯେଉଁମାନେ କପଡା ଅଧିକ ଟାଇଟ ପିନ୍ଧନ୍ତି ସେମାନଙ୍କୁ ବି ଏସିଡିଟି ସମସ୍ୟା ହୋଇପାରେ । ସେଥିପାଇଁ ସବୁବେଳେ ଢିଲା କପଡା ପିନ୍ଧାନ୍ତୁ ।