ଗରୁଡ ପୁରାଣ ଅନୁସାରେ ସୁଖ ପାଇବାର ଅଛି ତ ନିଶ୍ଚୟ କରନ୍ତୁ ଏହି ସବୁ କାମ, ଭଗବାନ ସମସ୍ତ ଦୁଃଖକୁ କରିବେ ଦୂର

ସମସ୍ତେ ଏକ ସୁଖମୟ ଜୀବନ ଇଚ୍ଛା କରିଥାନ୍ତି । ସମସ୍ତେ ଚାହାଁନ୍ତି କି ତାଙ୍କ ଜୀବନରେ କୌଣସି ବି ପ୍ରକାରର କଷ୍ଟ ନ ଆସୁ । କିନ୍ତୁ ଇଚ୍ଛା ନଥିବା ସତ୍ତ୍ୱେ ବି ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ମନୁଷ୍ୟ ସଫଳ ହେବା ପାଇଁ ପୁରା ଚେଷ୍ଟା କରିଥାଏ କିନ୍ତୁ ବେଳେ ବେଳେ ତାକୁ ସଫଳତା ହାସଲ ହୁଏ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଗରୁଡ ପୁରାଣରେ ଏମିତି ବହୁତ କଥା କୁହାଯାଇଛି ଯାହା କି କୌଣସି ବି ବ୍ୟକ୍ତିକୁ ନିଜ ଜୀବନରେ ସଫଳତା ହାସଲ କରିବାରେ ସାହାର୍ଯ୍ୟ କରିଥାଏ ।

ଗରୁଡ ପୁରାଣରେ ଜୀବନକୁ ସଫଳ କରିବା ପାଇଁ ବିଭିନ୍ନ ଜରୁରୀ ସୂଚନା ଦିଆଯାଇଛି । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଗରୁଡ ପୁରାଣ ଅନୁସାରେ କିଛି ମହତ୍ଵପୂର୍ଣ କାର୍ଯ୍ୟ ବିଷୟରେ କହିବୁ, ଯାହାକୁ ସମସ୍ତ ବ୍ୟକ୍ତିଙ୍କୁ କରିବା ଉଚିତ ।

ଆସନ୍ତୁ ଜାଣିବା ଗରୁଡ ପୁରାଣ ଅନୁସାରେ କେଉଁ କାମ ଗୁଡିକ କରିବା ଉଚିତ

·    ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଛି କି ଭଗବାନ ବିଷ୍ଣୁ ନିଜର ଭକ୍ତ ମାନଙ୍କର ସମସ୍ତ ଦୁଃଖକୁ ଦୂର କରିଥାନ୍ତି । ସେଥିପାଇଁ ଯଦି ଆପଣ ନିଜର ଦିନର ଆରମ୍ଭ ଭଗବାନ ବିଷ୍ଣୁଙ୍କର ପୂଜା ଅର୍ଚ୍ଚନାରୁ କରୁଛନ୍ତି ତେବେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ ହେବ ।

·    ହିନ୍ଦୁ ଧର୍ମରେ ଗାଈଙ୍କୁ ପୂଜନୀୟ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଗାଈର ପୂଜା ଅର୍ଚ୍ଚନା ସହିତ ଗାଈକୁ କିଛି ଭୋଜନ ବି ଦେଇଥାଏ, ତେବେ ଏହା ଦ୍ଵାରା ତା’ର ସମସ୍ତ ସମସ୍ୟା ଦୂର ହୋଇଯାଏ ।

·    ସମସ୍ତ ନଦୀ ମଧ୍ୟରେ ସବୁଠୁ ଶ୍ରେଷ୍ଠ ଗଙ୍ଗା ନଦୀ ଅଟେ । ସେଥିପାଇଁ ସମସ୍ତେ ଗଙ୍ଗାର ପୂଜା ଅର୍ଚ୍ଚନା କରିଥାନ୍ତି । ସେଥିପାଇଁ ଆପଣ ମାତା ଗଙ୍ଗାଙ୍କୁ ଅପମାନ କରନ୍ତୁ ନାହିଁ । ଯଦି ଆପଣ ଏହି କଥା ପ୍ରତି ଧ୍ୟାନ ରଖୁଛନ୍ତି ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ହାସଲ ହେବ ।

·    ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ମାନନ୍ତି । ଯଦି ଯଦି ଆପଣ ନିଜ ଘରେ ତୁଳସୀ ଗଛ ରଖୁଛନ୍ତି ଓ ସବୁଦିନ ତାହାର ପୂଜା ଅର୍ଚ୍ଚନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

·    ପୁରାଣ ଓ ଗ୍ରନ୍ଥରେ ଏକାଦଶୀ ବ୍ରତକୁ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଇଛି । ସେଥିପାଇଁ ବ୍ୟକ୍ତିକୁ ଏକାଦଶୀ ବ୍ରତ ପୁରା ଶ୍ରଦ୍ଧା ଓ ବିଶ୍ଵାସ ସହିତ କରିବା ଉଚିତ ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।