ପରିବା ବ୍ୟାଗରୁ ମିଳିଛି ୬ ମାସର ଶିଶୁ କନ୍ୟାର ମୃତଦେହ । ଶିଶୁର ମୃତ୍ୟୁ ପରେ ତା’ର ମୃତଦେହକୁ ବାପା ଏକ ପରିବା ବ୍ୟାଗରେ ନେଇ ଯାଉଥିଲେ । କିନ୍ତୁ ବାଟରେ ଯାଉଥିବା ବେଳେ ଶିଶୁଟି ଗଳି ପଡିଥିଲା । ଯାହା ଦେଖି ସ୍ଥାନୀୟ ଲୋକେ ଭାବିଥିଲେ କି ସେ ଶିଶୁକୁ ମାରି ବ୍ୟାଗରେ ନେଇ ଯାଉଛନ୍ତି । ଯାହାପରେ କିଛି ନବୁଝି ନବିଚାରୀ ଉକ୍ତ ବ୍ୟକ୍ତିଙ୍କୁ ଖୁବ ମାଡ ମାରିଥିଲେ ସ୍ଥାନୀୟ ଲୋକେ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି ।

ଲୋକେ ମାଡ ମାରିବା ଆରମ୍ଭ କରିବା ପରେ ବ୍ୟକ୍ତିଜଣକ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ କଥା କେହିବି ଶୁଣି ନଥିଲେ । ସେ ଡାକ୍ତରଖାନାରୁ ମୃତ ଶିଶୁ କନ୍ୟାକୁ ଧରି ଫେରୁଥିବା କଥା କହିଥିଲେ ଓ ତାଙ୍କ ପଛରେ କାଗଜପତ୍ର ନେଇ ସ୍ତ୍ରୀ ଆସୁଥିବା କଥା ମଧ୍ୟ କହିଥିଲେ । ଲୋକମାନେ ସେମାନଙ୍କୁ ମାଡ ମାରିବା ସହ ପୋଲିସକୁ ମଧ୍ୟ ଫୋନ କରିଥିଲେ । କାରଣ ସେମାନେ ତାଙ୍କୁ ଛୁଆ ଚୋର ବୋଲି ଭାବିଥିଲେ । ସ୍ଥିତି ଉତ୍ତେଜନା ଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।
ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଘଟଣା ଏହା ଥିଲା କି, ୬ ମାସ ଶିଶୁ କନ୍ୟାର ଦେହ ଖରାପ ଥିବାରୁ ବାପାମା’ ତାକି ମେଡିକାଲ ନେଇ ଯାଇଥିଲେ । କିନ୍ତୁ ଡାକ୍ତରଖାନାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ପରେ ବାପାମା’ ନିଜ ପିଲାର ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ ।
ଖଣ୍ଡଗିରିରେ ଥିବା ଏକ ହମ୍ପସ୍ ଅତିକ୍ରମ କରିବା ବେଳେ ଗାଡିରେ ଥିବା ବ୍ୟାଗରୁ ଶିଶୁଟି ବାହାରି ପଡିଥିଲା । କିନ୍ତୁ ଲୋକେ କିଛି ନବୁଝି ସିଧା ତାଙ୍କ ଉପରକୁ ଆଟାକ୍ କରି ଦେଇଥିଲେ । ଯାହାପରେ ସେମାନେ ମୃତ ଶିଶୁର ବାପାମା’ ବୋଲି ଖଣ୍ଡଗିରି ଥାନାରେ ଦେଖାଇଛନ୍ତି । ବ୍ୟାଗରେ ଶିଶୁକନ୍ୟାଙ୍କୁ କାହିଁକି ନେଇକି ଯାଉଥିଲ ବୋଲି ପଚାରିବାରୁ ସେ କହିଛନ୍ତି, ‘ମୁଁ ଗରିବ ଲୋକ ଆଜ୍ଞା, ମଲା ଝିଅଟିକୁ ଆଉ କେମିତି ନେଇଥାନ୍ତି ?

ହେଲେ କିଛି ନବୁଝି ନଜାଣି ଲୋକମାନେ ତାଙ୍କୁ ପ୍ରବଳ ମାଡ ମାରିଛନ୍ତି । ଶିଶୁକୁ ହରାଇ ତାଙ୍କ ମନ ଯାହା ହେଉଥିବ ଆଉ ତା’ପରେ ଲୋକଙ୍କ ଏଭଳି ମାଡ ନିହାତି ଭାବେ ତାଙ୍କୁ ଆହୁରି କଷ୍ଟ ଦେଇଛି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।