ଗରିବ କନଷ୍ଟେବଲ ଫ୍ୟାଣ୍ଟାସୀ ଲିଗ ରେ କଲା ଏମିତି କମାଲ କି ଗୋଟିଏ ମୁହୂର୍ତ୍ତରେ ହିଁ ହେଇଗଲା କୋଟିପତି, ଜାଣନ୍ତୁ ପୁରା କାହାଣୀ

କେହି ଜଣେ ସତରେ ହିଁ କହିଛି କି, ଉପରବାଲା ଯେତେବେଳେ ଦିଏ, ଛାପର ଫାଡି ଦିଏ । ଆଜ୍ଞା ହଁ, ଏପରି କିଛି ଘଟିଛି ହିମାଚଲ ପ୍ରଦେଶର ବିଳାସପୁର ଜିଲ୍ଲାର ଘୁମାରବି ଥାନାରେ କନେଷ୍ଟବଳ ପଦରେ ନିଯୁକ୍ତ ସୁନୀଲ ଠାକୁରଙ୍କ ସହ ।

ତାଙ୍କ ଭାଗ୍ୟ ଏମିତି ଚମକିଥିଲା କି ସେ ଆଖି ପଲକରେ କରୋଡ଼ପତି ହୋଇ ଯାଇଥିଲେ । ଛୋଟବେଳୁ ହିଁ କ୍ରିକେଟ ପ୍ରତି ତାଙ୍କର ଅହେତୁକ ପ୍ରେମ ଥିଲା ଓ ଏହି ପ୍ରେମ ହିଁ ଆଜି ତାଙ୍କୁ କୋଟିପଟି ହେବାର ରାସ୍ତା ଦେଖାଇ ଦେଇଛି । ବୈରୀ ରଜାଦିୟା ଗ୍ରାମର ସୁନୀଲ ଠାକୁର ୨୦୧୬ ବ୍ୟାଚର କନେଷ୍ଟବଳ ଅଟନ୍ତି । ତାଙ୍କୁ ଛୋଟବେଳୁ ହିଁ କ୍ରିକେଟ ବହୁତ ପସନ୍ଦ ଥିବାରୁ ସେ ଅନଲାଇନ କ୍ରିକେଟ ଲିଗରେ ମଧ୍ୟ ପଇସା ଲଗାନ୍ତି । କିନ୍ତୁ ଏଥର ତାଙ୍କ ଭାଗ୍ୟ ତାଙ୍କ ସହିତ ଥିଲା । ସୁନୀଲ କହିଛନ୍ତି ସେ ଏହି ଲିଗରେ ଏକ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି ।

ଯଦ୍ୟପି ଏହି ପ୍ରକାର ଲିଗ ଗୁଡିକରେ ବିଶେଷ କରି କ୍ଷତି ହେବାର ଅଧିକ ଆଶଙ୍କା ଥାଏ, ହେଲେ ମଧ୍ୟ ସୁନୀଲ ଏତେ ଟଙ୍କା ଜିତ୍ୟ ପାରିଛନ୍ତି । ଏହି ମାମଲାରେ ସୁନୀଲ କୁହନ୍ତି କି ତାଙ୍କୁ ମଧ୍ୟ ବିଶ୍ବାସ ହେଉ ନାହିଁ କି ସତରେ ଏମିତି କିଛି ହୋଇଛି ତାଙ୍କ ସହ । ସୁନୀଲ କହିଛନ୍ତି କି ପୁରା ମ୍ଯାଚ ଦେଖିବା ତ ସୁଯୋଗ ମିଳୁ ନ ଥିଲା, କିନ୍ତୁ ସେ ଫୋନ ଉପରେ ନଜର ରଖିଥିଲେ । ଯେମିତି ତାଙ୍କ ନାମ ପ୍ରଥମ ନମ୍ବରରେ ଆସିଲା ତାଙ୍କୁ ବିଶ୍ବାସ ହେଲା ନାହିଁ କି ସେ ଏକ କୋଟି ୧୫ ଲକ୍ଷ ଟଙ୍କା ଜିତି ସାରିଛନ୍ତି ।

ସେ କହିଛନ୍ତି କି ଏହି ରାଶିକୁ ସେ ନିଜର ଓ ନିଜ ପରିବାରର ଧ୍ୟାନରେ ରଖି ବ୍ୟବହାର କରିବେ । ନିକଟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ତୃତୀୟ ଏକ ଦିବସୀୟ ମ୍ୟାଚ ସମୟରେରେ ସେ ଲିଗରେ ସୁନିଲ ଏକ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଅତି ଗରିବ ପରିବାରରେ ଜନ୍ମ ଯୋଇଥିବା ସୁନୀଲଙ୍କୁ ଛୋଟ ବେଳୁ କ୍ରିକେଟ ପ୍ରତି ସଉକ ଥିଲା । ତାଙ୍କ ବାପା ଚାଷ କରୁଥିଲେ ଓ ତାଙ୍କ ଭାଇ ବରମାନାରେ ଗୋଟିଏ ଦୋକାନ ଚଳାନ୍ତି ।

ତାଙ୍କ କହିବା ମୁତାବକ ଲିଗ ସଞ୍ଚାଳକ ଟ୍ୟାକ୍ସ କାଟିବା ପରେ ବାକି ୮୦ ଲକ୍ଷ ୫୧ ହଜାର ୭୭୦ ଟଙ୍କା ତାଙ୍କ ଆପ୍ ୱାଲେଟରେ ପଠେଇ ଦେଇଛନ୍ତି । ଏହି ରାଶିକୁ ୩ ରୁ ୫ ଦିନ ମଧ୍ୟରେ ବ୍ଯାଙ୍କକୁ ଟ୍ରାନ୍ସଫର କରି ହେବ । ଏହି ଟଙ୍କାରେ ସୁନୀଲ ପ୍ରଥମେ ନିଜ ପରିବାର ପାଇଁ ଏକ ଘର ବନେଇବେ ଓ ବାକି ପଇସାକୁ ଆବଶ୍ୟକ ଅନୁସାରେ ଖର୍ଚ୍ଚ କରିବେ ତଥା ପିଲାଙ୍କ ଭବିଷ୍ୟତ ପାଇଁ ମଧ୍ୟ ସଞ୍ଚୟ କରିବାକୁ ଛନ୍ତି ବୋଲି କହିଛନ୍ତି ସୁନୀଲ ।

କ୍ରିକେଟ ପ୍ରତି ସଉକ ଥିବାରୁ ଏହି ଫାଣ୍ଟସି ଲିଗରେ ସେ ଗତ ୪-୫ବର୍ଷ ଧରି ନିଜ ଭାଗ୍ୟ ପରୀକ୍ଷା କରୁଥିଲେ ଓ ଏବେ ସୁନୀଲଙ୍କ ଭାଗ୍ୟ ବଦଳି ଯାଇଛି । ସେ ୪୯ ତଥା ୩୫ ଟଙ୍କାରେ ଟିମକୁ ଚୟନ କରିଥିଲେ । ଯାହା ଦ୍ଵାରା ସେ ଏକ କୋଟି ୧୫ ଲକ୍ଷ ଟଙ୍କାର ରାଶି ଜିତିଛନ୍ତି । ୨୦୧୯ରେ ସୁନୀଲ ବିବାହ କରିଥିଲେ ଓ ଗତ ଦୁଇ ମାସ ପୂର୍ବରୁ ହିଁ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ଆମ ପୋଷ୍ଟତି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।