ବିଚରା ଏହି ଗରିବ ଚାଷୀର ୬୦ ହଜାର ଟଙ୍କା ଖାଇଦେଲା ଛେଳି, ଏହା ପରେ ଚାଷୀ ଜଣକ ଯାହା କରିଲେ ତାହା ସମସ୍ତଙ୍କର ଆଖି ଖୋଲିଦେବ, ନିଶ୍ଚିତ ଦେଖନ୍ତୁ ଏହି ଖବର

ସୋସିଆଲ ମିଡିଆରେ ଆମକୁ ଏମିତି ବହୁତ ଅଦ୍ଭୁତ କାହାଣୀ ଏବଂ ଅଜବ ଗଜବ ଖବର ଶୁଣିବାକୁ ମିଳିଥାଏ । ଏହି ସବୁ ମଧ୍ୟରେ କିଛି ଖବର ଏମିତି ହୋଇଥାଏ ଯାହା ଉପରେ ବିଶ୍ଵାସ କରିବା ସବୁଠୁ ବଡ କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ନେଇ ଆସିଛୁ ।

କୌଣସି ଜୀବଜନ୍ତୁ କିମ୍ବା ମଣିଷ ଜୀବନରେ ଖାଦ୍ୟ ଏକ ଏମିତି ଜିନିଷ ଅଟେ ଯାହା ପାଇଁ ସମସ୍ତେ ଟଙ୍କା ଆୟ କରିଥାନ୍ତି । ପଶୁମାନେ ଖାଦ୍ୟ ପାଇଁ ଶିକାର କରିଥାନ୍ତି । ଯେତେବେଳେ ଆମକୁ ବହୁତ ଭୋକ ଲାଗିଥାଏ ତେବେ ଆମେ କିଛି ବି ଖାଇଦେଉ । ଆପଣ କେବେ ଚିନ୍ତା କରିଛନ୍ତି କି କୌଣସି ପଶୁମାନଙ୍କୁ ଏମିତି ଜୋରରେ ଭୋକ ଲାଗିବ କି ସେ କିଛି ବି ଖାଇବା ପାଇଁ ପ୍ରସ୍ତୁତ ଥିବେ, ତେବେ କଣ ହେବ ?

ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଏକ ଘଟଣା ମାଧ୍ୟମରେ କହିଦେଉଛୁ । ଯାହା ପରେ ଆପଣ ସବୁ ବୁଝିଯିବେ । ଉତ୍ତର ପ୍ରଦେଶର ସିଲୁଆପୁର ଗ୍ରାମରେ ସର୍ବେଶ କୁମାର ପଟେଲ ନାମକ ଜଣେ ଗରିବ ଚାଷୀ ରହୁଥିଲେ, ଯିଏକି ନିଜ ଘରେ ଗୋଟିଏ ଛେଳି ପାଳିଥିଲେ । ଦିନେ ସେହି ଚାଷୀ ଜଣକ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଆଣିଲେ, ଯାହା ଦ୍ଵାରା ସେ ନିଜ ଘରକୁ ପକ୍କା କରି ପାରିବେ । ଏହା ପରେ ସେ ସେହି ଟଙ୍କାକୁ ନିଜ ପ୍ୟାଣ୍ଟରେ ରଖି ପ୍ୟାଣ୍ଟକୁ ଏକ ଖୁଣ୍ଟିରେ ଟଙ୍ଗାଇ ଦେଇ ଗାଧୋଇବାକୁ ଚାଲିଗଲେ ।

ଯେତେବେଳ ଚାଷୀ ଗାଧୋଇବାକୁ ଯାଇଥିଲେ ସେତେବେଳେ ସେହି ଛେଳିକୁ ବହୁତ ଜୋରରେ ଭୋକ ଲାଗିଲା । ଆଖପାଖରେ କିଛି ନଥିଲା ସେଥିପାଇଁ ଛେଳିଟି ଚାଷୀର ପ୍ୟାଣ୍ଟକୁ ହିଁ ଚୋବାଇବାକୁ ଆରମ୍ଭ କରିଦେଲା । ଯେଉଁଥିରେ ୬୦ ହଜାର ଟଙ୍କା ଥିଲା । ଯେତେବେଳେ ସେହି ଚାଷୀ ଜଣକ ଗାଧୋଇ ସାରି ବାହାରକୁ ଆସିଲେ ସେତେବେଳେ ସେ ଯାହା ଦେଖିଲେ ତ ତାଙ୍କ ଗୋଡ ତଳୁ ମାଟି ଖସିଗଲା ।

ଛେଳି ୬୦ ହଜାର ଟଙ୍କା ଚୋବାଇ ସାରିଥିଲା । ବହୁତ କଷ୍ଟରେ କେବଳ ତାହା ମୁହଁରୁ କେବଳ ୨ ଟି ନୋଟ ହିଁ ବାହାର କରି ପାରିଲେ, ଯାହାକୁ ସେ ପାଖାପାଖି ଚୋବାଇ ସାରିଥିଲା । ବର୍ତ୍ତମାନ ଟିକେ ଚିନ୍ତା କରନ୍ତୁ କି ଗୋଟିଏ ଗରିବ ଚାଷୀ ପାଖରୁ ୬୦ ହଜାର ଟଙ୍କା ଚାଲିଯିବା ଟା ଏକ ବହୁତ ବଡ କଥା ଅଟେ ।

ଆଖପାଖର ଲୋକମାନେ ତାଙ୍କୁ କହିଲେ କି ସେହି ଛେଳିକୁ ବିକ୍ରି କରିଦିଅ, ତୁମକୁ କିଛି ଟଙ୍କା ମିଳିଯିବ ଏବଂ ଛେଳିକୁ ତାହାର ଦଣ୍ଡ ମିଳିଯିବ । କିନ୍ତୁ ସେହି ଗରିବ ଚାଷୀ ଏହା ନ କରି ଆଜି ପର୍ଯ୍ୟନ୍ତ ସେହି ଛେଳିକୁ ପାଳୁଛନ୍ତି । ସେହି ଚାଷୀ ଜଣକ କହିଲେ କି ସେ ତ ଗୋଟିଏ ପଶୁ ଅଟେ ତାକୁ କଣ ଜଣା ଅଛି ଟଙ୍କା କଣ ଅଟେ । ସେଥିପାଇଁ ତାକୁ ଦଣ୍ଡ ଦେବା ଭୁଲ ଅଟେ ।

ଯେତେବେଳେ ଗ୍ରାମବାସୀମାନଙ୍କୁ ଏହି କଥାର ସୂଚନା ମିଳିଲା ତେବେ ସେ ସର୍ବେଶ କୁମାରଙ୍କ ପ୍ରଶଂସା କରିଲେ ଓ ତାଙ୍କ ଘର ପାଇଁ ଚାନ୍ଦା ଜମା କରିଲେ । ଆଜିକାଲି ସମୟରେ ସର୍ବେଶ କୁମାରଙ୍କ ଭଳି ଲୋକ ଏହି ସମାଜ ପାଇଁ ବହୁତ ଆବଶ୍ୟକ ଅଛନ୍ତି । ଆମ ସମସ୍ତଙ୍କୁ ଏହି ଘଟଣାରୁ କିଛି ଶିଖିବା ଆବଶ୍ୟକ ।