ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଭାଇରାଲ ସିଙ୍ଗର ସସ୍ମିତା ଜେନା ଙ୍କୁ ବିବାଦ ଲାଗି ରହିଛି । ଆଉ ତା ସହ ସସ୍ମିତା ଙ୍କୁ ସାହାର୍ଯ୍ୟ କରିଥିବା ରିପୋର୍ଟର ରାହୁଲ ମଧ୍ୟ ଏବେ ବିବାଦ ଘେରରେ ରହିଛନ୍ତି । ଯାହା ପାଇଁ ରାହୁଲ ନିଜେ ମିଡିଆ ଆଗରେ କାନ୍ଦି କାନ୍ଦି ସସ୍ମିତା ଙ୍କୁ କ୍ଷମା ମାଗିଛନ୍ତି ଆଉ ତାଙ୍କର ଉନ୍ନତି କାମନା କରିଛନ୍ତି । ତେବେ ଏହାରି ମଧ୍ୟରେ ରିପୋର୍ଟ ରାହୁଲ ସବୁ ପଛ କଥା ଭୁଲି ଯାଇ ନିଜର କାମ ରେ ଧ୍ୟାନ ଦେଇଛନ୍ତି ।
ତେବେ ଏ ନେଇ ରାହୁଲ ପୁଣି ଥରେ ଗଣମାଧ୍ୟମରେ ସସ୍ମିତା ଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଆସନ୍ତୁ ଆଉ ଡେରି ନ କରିବା ଜାଣିବା ପୁରା ଖବର ବିଷୟରେ । ରାହୁଲ କହିଛନ୍ତି ଯେ “କିଛି ନ୍ଯୁଜ ଚ୍ଯାନେଲ ଏକ ଭିଡିଓ ଭାଇରାଲ କରିଛନ୍ତି । ଏ ଭିଡିଓ ସେହି ଦିନର ଯେଉଁ ଦିନ ମୁଁ ସସ୍ମିତାଙ୍କୁ ରାତି ପ୍ରାୟ 9ଟା 30 ହେବ ଷ୍ଟୂଡିଓ କୁ ନେଇ ଯାଇଥିଲି । ଆଉ ତା ପରେ ସସ୍ମିତା ନିଜ ଭାଇ ଭାଉଜ ଙ୍କ ରୁମକୁ ଯାଇଥିଲେ ।
ଆଉ ତା ପରେ ଯାହା ହେଲା ସବୁ ଓଡିଶା ବାସୀ ଯାଇଛନ୍ତି । କିନ୍ତୁ ମୁଁ ବୁଝିପାରୁନି କିଛି ଚ୍ଯାନେଲ ବାଲା ଏ ସବୁ କରିକି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । ସେମାନେ ମୋ କ୍ୟାରିୟାର ବରବାତ କରିବାକୁ ଚେଷ୍ଟା କରୁଛନ୍ତି । ସସ୍ମିତାଙ୍କର ଯଦି କିଛି ହୋଇଯାଏ ତେବେ ରାହୁଲ ହିଁ ଦାୟୀ ରହିବ । ସେଇ ଚ୍ଯାନେଲ ମୋ ବିରୁଦ୍ଧରେ ପଡି ଯାଇଛି । ପୁରୁଣା ବିଡିଓ କୁ ନେଇ ମିଡିଆ ବାଲା ଏମିତି ଯାତ୍ରା କରୁଛନ୍ତି ଯାହା ସମସ୍ତେ ଦେଖୁଛନ୍ତି ।
ସସ୍ମିତା ଙ୍କୁ ଭଉଣୀ ଭାବେ ମୁଁ ଗୀତ ବୋଲିବାକୁ ଆଣିଥିଲି । ମୋ ବିନା ଅନୁମତିରେ ମୋ ବିରୁଦ୍ଧରେ ମୋ ଫୋଟୋ କୁ ଏମିତି ପୋଷ୍ଟ କରୁଛନ୍ତି କି ମୁଁ ଆଉ ସସ୍ମିତା ମଧ୍ୟରେ ସବୁ କିଛି ଠିକ ହୋଇ ଯାଇଛି ଏମିତି ମୁଁ କିଛି ବି କହି ନାହିଁ । ଆଜିଠୁ ଆମେ ମିଶି ଗାଲୁ ଏମିତି କିଛି ବି କହିନି । କିନ୍ତୁ ସେମାନେ ଜାଣି ଜାଣି ବରବାତ କରୁଛନ୍ତି । ଏବେ ସସ୍ମିତା ତାଙ୍କ ବାଟରେ ଆଉ ମୁଁ ମୋ ବାଟରେ ଅଛି ।
ମୁଁ ତାଙ୍କ ନମ୍ବର ଡ଼ିଲିଟ କରିସାରିଛି । ଗରିବ ର ସବୁଠାରୁ ବଡ ଧନ ହେଉଛି ତା ଇଜ୍ଜତ । ଦୟା କରି ସସ୍ମିତା ଭଉଣୀ ହୁଅନ୍ତୁ କି ଅନ୍ୟ କେହି ହୁଅନ୍ତୁ TRP ପାଇଁ ତାଙ୍କ ଇଜ୍ଜତ ସହ ଖେଳନ୍ତୁ ନାହିଁ । ମୋତେ ବାରମ୍ବାର କଲ ଆସୁଛି ମୁଁ ମୋ କର୍ମ କ୍ଷେତ୍ରରେ ଧ୍ୟାନ ଦେଇପାରୁ ନାହିଁ । ଗୋଟେ ଗରିବ ମା ଓ କୁନି ଝିଅ ର ଅଭିଶାପ ପଡିବ ସେହି ଚ୍ଯାନେଲ ଉପରେ । ସସ୍ମିତାଙ୍କ ପାଇଁ ମୋ ମନରେ କିଛି ବି ରାଗ ରୁଷା ନାହିଁ । ତେଣୁ ସସ୍ମିତା, ମୋତେ କି ଅନ୍ୟଙ୍କୁ କଷ୍ଟ ଦେବା ଭଳି କାମ କରନ୍ତୁ ନାହିଁ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।