Health tips; – ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନା ଅନୁଚିତ ! Dr. Sini Venugopal

ଗର୍ଭାବସ୍ତାରେ ଶାରୀରିକ ସମ୍ପର୍କ ! ଗର୍ଭାବସ୍ତାରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନା ଅନୁଚିତ । ଏହିଭଳି କିଛି କଥା ଅନେକ ଦମ୍ପତ୍ତିଙ୍କର ମନରେ ଦ୍ଵନ୍ଦ ରହିଥାଏ । ତେବେ ଏହି ସମ୍ପର୍କରେ ଡାକ୍ତର ସିନି ଭେନୁଗୋପାଲ କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଅନୁଯାଇ ଗର୍ଭାବସ୍ତାରେ ଶାରୀରିକ ସମ୍ପର୍କ ରଖିବା ମନା ଏହା କହିବା ଭୁଲ୍ ହୋଇଥାଏ । କାରଣ ଗର୍ଭାବସ୍ଥାରେ କପୁଲ୍ ଶାରୀରିକ ସମ୍ପର୍କ ରଖିପାରିବେ ।

ହେଲେ କିଛିଟା କ୍ଷେତ୍ରରେ ଦମ୍ପତ୍ତିଙ୍କୁ ଶାରୀରିକ ସମ୍ବଦ୍ଧ ବନାଇବାକୁ ମନା କରାଯାଇଥାଏ । ଯଦି ମହିଳାଙ୍କୁ ଗର୍ଭାବସ୍ଥାରେ ରକ୍ତସ୍ରାବ ହେଉଥିବ । ଗର୍ଭାବସ୍ଥାରେ ପେଟରେ ଅଧିକ ଯନ୍ତ୍ରଣା ଅନୁଭବ ହେଉଥିଲେ । ଏହି କ୍ଷେତ୍ରରେ ଦମ୍ପତ୍ତି ଶାରୀରିକ ସମ୍ବଦ୍ଧ ବନାଇବା ଉଚିତ ନୁହେଁ । ତେଣୁ ଏହି କ୍ଷେତ୍ରରେ ଶାରୀରିକ ସମ୍ପର୍କ ରଖିବାକୁ ମନା କରାଯାଇଥାଏ । ଯଦି ଗର୍ଭବତୀ ମହିଳାର ଅଲ୍ଟ୍ରାସାଉଣ୍ଡ ପରେ ଜଣା ପଡିଥାଏ ।

ଯେ ମହିଳାଙ୍କ ଗର୍ଭଫୁଲ ତଳକୁ ଖସି ଯାଇଥିବ । ତେବେ ଏ କ୍ଷେତ୍ରରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ଠିକ ହୋଇନଥାଏ । କାରଣ ଏପରି କ୍ଷେତ୍ରରେ ମହିଳାଙ୍କର ବ୍ଲିଡିଙ୍ଗ ହେବାର ଆଶଙ୍କା ରହିଥାଏ । ଗର୍ଭାବସ୍ଥାର ପ୍ରଥମ 3 ମାସ ଏବଂ ଶେଷ 2 ମାସ ସମୟରେ ଦମ୍ପତ୍ତି ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ । ପୂର୍ବରୁ ଯଦି ମହିଳାଙ୍କର ଗର୍ଭପାତ ହୋଇଥିବ । ଅନେକ ଦିନ ପରେ ମହିଳା ଗର୍ଭଧାରଣ କରିଥିବେ । ଅନେକ ଚେଷ୍ଟା ପରେ ଗର୍ଭଧାରଣ କରିଥିବେ । ମଝିରେ ମଝିରେ ବ୍ଲିଡିଙ୍ଗ ମଧ୍ୟ ହେଉଥିବ ।

ତେବେ ଗର୍ଭାବସ୍ଥାର ଏହି ସବୁ କେସ୍ ରେ କପୁଲ୍ ଇଣ୍ଟରକୋର୍ସ ଅର୍ଥାତ ଶାରୀରିକ ସମ୍ବଦ୍ଧ ବନାଇ ପାରିବେ ନାହିଁ । ତେବେ ବାରଣ କରାଯାଇଥିବା ସମୟ ଓ ସ୍ଥିତିକୁ ଛାଡିଦେଲେ । ଗର୍ଭାବସ୍ଥା ସମୟରେ ଦମ୍ପତ୍ତି ଶାରୀରିକ ସମ୍ପର୍କ ରଖିବାରେ କୌଣସି ପ୍ରକାର ଅସୁବିଧା ନଥାଏ । ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିପାରିବେ ।

ଯଦି ଗର୍ଭବତୀ ମହିଳାଙ୍କୁ ଏଥିପ୍ରତି କୌଣସି ଅସୁବିଧା ହେଉନଥିବ । ମହିଳା ଯଦି କମଫରଟେବଲ ଥିବେ । ତେବେ ଉଭୟଙ୍କ ସହମତି କ୍ରମେ କପୁଲ୍ ପରସ୍ପର ମଧ୍ୟରେ ଶାରୀରିକ ସମ୍ବଦ୍ଧ ବନାଇପାରିବେ । ଏଥିରେ କୌଣସି ପ୍ରକାର ଅସୁବିଧା ନଥାଏ । ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ମହିଳାଙ୍କ ପେଟ ବ୍ୟଥା ହେଲେ କିମ୍ବା ଯଦି ରକ୍ତସ୍ରାବ ହୁଏ । ତେବେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ  ଶେୟାର କରନ୍ତୁ । ଧନ୍ୟବାଦ