ହଠାତ ବଢିଗଲା ଜଳସ୍ରୋତ, ଗଙ୍ଗାନଦୀର ପ୍ରଖର ସୁଅରେ ଫସିଗଲେ ହାତୀ ଓ ମାହୁନ୍ତ, ଦେଖନ୍ତୁ କିପରି ହେଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

ଦୁଇ କୂଳ ଖାଉଛି ଗଙ୍ଗା ନଦୀର ପ୍ରଖର ଜଳସ୍ରୋତ । ଆଉ ଏହି ପ୍ରଖର ଅକାତ ଜଳସ୍ରୋତ ମଧ୍ୟରେ ଦୁଇ ଜଣ ଜୀବନ ସହ ସଂଘର୍ଷ ଚଳେଇଛନ୍ତି । ଜଣେ ହେଉଛି ହାତୀ ଆଉ ଜଣେ ମାହୁନ୍ତ । କେତେବେଳେ ହାତୀ ବୁଡି ଯାଉଛି ତ ଆଉ କେତେବେଳେ ତା’ ପିଠିରେ ବସିଥିବା ମାହୁନ୍ତ ବି ତା’ ସହ ବୁଡି ଉବୁଟୁବୁ ହୋଇଯାଉଛି । ହାତୀର ଗୋଡ ନ ପାଇଲେ ଉଭୟ ହାତୀ ଓ ମାହୁନ୍ତ ଧରାଧରି ହୋଇ ପହଁରୁଛନ୍ତି । ହାତୀକୁ ନଧରି ପହଁରିଲେ ମାହୁନ୍ତ ପାଣି ସ୍ରୋତରେ ଭାସି ଯିବାର ଆଶଙ୍କା ଅଧିକ ରହିଛି । କେହି କାହାରିକୁ ଛାଡୁ ନାହାନ୍ତି ।

ହାତୀ ପାଣି ଭିତରେ ମୁଣ୍ଡ ସହ ବୁଡି ଯାଉଥିଲେ ବି ମାହୁନ୍ତର ଖୟାଲ ରଖିବାକୁ ଭୁଲୁ ନାହିଁ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିହାର ପାଟନା ନିକଟସ୍ଥ ରାଘପୁରର  । ସେଠାରେ ଏକ ଚଡାରେ ରହି ଯାଇଥିଲେ ହାତୀ ଆଉ ତା’ ମାହୁନ୍ତ । ହଠାତ ନଦୀରେ ପାଣି ଚାଲି ଆସିବା ସହ ମାତ୍ର କିଛି ମିନିଟରେ ଦେଖୁ ଦେଖୁ ଗଙ୍ଗା ନଦୀ ଉଛୁଳିବାକୁ ଲାଗିଥିଲା ।

ସେମାନଙ୍କ ଆଗରେ କିଛି ବାଟ ନଥିଲା କି କିଛି ଉପାୟ ମଧ୍ୟ ନଥିଲା । ହାତୀ ସହ ଗଙ୍ଗା ନଦୀ ପାର ହେବା ପାଇଁ ଶେଷରେ ମାହୁନ୍ତ ନିଷ୍ପତ୍ତି ନେଇଥିଲେ । ହେଲେ ଯେତେ ସମୟ ବିତୁଥାଏ ସେତିକି ପାଣି ବଢୁଥାଏ ଏବଂ କୂଳକୁ ଦୂରତା ମଧ୍ୟ ବଢି ବଢି ଚାଲୁଥାଏ । ଏମିତି ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ସଂଘର୍ଷ କଇଥିଲେ ହାତୀ ଓ ମାହୁନ୍ତ ।

ପହଁରି ପହଁରି ଶେଷରେ କୂଳରେ ପାଦ ରଖିଥିଲେ ହାତୀ ଏବଂ ତା’ ମାହୁନ୍ତ । ଉଛୁଳୁଥିବା ନଦୀ ମଧ୍ୟରେ ଜୀବନ ମୃତ୍ଯୁ ସହ ସଂଘର୍ଷ କରି ଉଭୟ ଶେଷରେ ମୃତ୍ୟୁ ଉପରେ ବିଜୟୀ ହୋଇଥିଲେ ଆଉ ଜୀବନର ଜିତ୍ ହୋଇଥିଲା । ଉଭୟ ସୁରକ୍ଷିତ ଭାବେ କୂଳକୁ ଆସି ପହଞ୍ଚିଥିଲେ ।

ଆଉ ସେହି ସମୟର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ନେଟିଜେନ ମାନେ ହାତୀ ମଣିଷର ବନ୍ଧୁତ୍ଵକୁ ପ୍ରଶଂସା କରିବା ସହ ଜୟ ଗଣେଶ ବୋଲି ମଧ୍ୟ କମେଣ୍ଟରେ ଲେଖୁଛନ୍ତି । ଏହି ଭିଜୁଆଲ ଦେଖିବା ପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।