Ganesh Chaturthi 2022, 30 ନା 31 ଅଗଷ୍ଟ କେବେ ପାଳନ ହେବ ଗଣେଶ ପୂଜା ? ଏହା ସହ ଜାଣନ୍ତୁ ଏହିଦିନ କରା ଯାଉଥିବା କିଛି ବିଶେଷ ଉପାୟ

ହିନ୍ଦୁଧର୍ମର ପ୍ରଥମ ପୂଜ୍ୟ ଦେବତା ଏବଂ ବୁଦ୍ଧିଦାତା ଭଗବାନ ଶ୍ରୀଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ନାମରେ ନାମିତ । ପୁରା ଦେଶରେ ଏହି ପର୍ବ ବେଶ ଉତ୍ସାହ ଓ ଖୁସିର ସହ ପାଳନ କରାଯାଏ । ଚଳିତ ବର୍ଷ ୩୦ ଅଗଷ୍ଟ ମଙ୍ଗଳବାର ଦିନ ୩:୩୦ ମିନିଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ବୁଧବାର ୩:୨୦ ମିନିଟରେ ଶେଷ ହେବ । ତେଣୁ ୩୧ ଅଗଷ୍ଟ ବୁଧବାର ଦିନ ଗଣେଶ ଚତୁର୍ଥୀ ପାଳିତ ହେବ । ଏହିଦିନ ସେଇଗଣେଶଙ୍କୁ ନିଜ ଘରକୁ ଆଣିବା ଦ୍ଵାରା ଗଣପତିଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଗଣେଶ ଚତୁର୍ଥୀର ଶୁଭ ସମୟ ୩୧ ଅଗଷ୍ଟ ବୁଧବାର  ଦିନ ୧୧:୦୫ ମିନିଟ ଠାରୁ ଆରମ୍ଭ ହୋଇ ଦ୍ଵିପ୍ରହର ୧:୩୮ ମିନିଟ ପର୍ଯ୍ୟନ୍ତ ରହିବ । ଏହିଦିନ ଗଣପତିଙ୍କୁ ଘରେ ସ୍ଥାପନ କରିବା ଦ୍ଵାରା ଭକ୍ତଙ୍କ ସବୁ ବାଧାବିଘ୍ନ ଶ୍ରୀଗଣେଶ ଦୂର କରନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହିଦିନ କିଛି ବିଶେଷ ଉପାୟ କରିବା ଦ୍ଵାରା ମଣିଷ ଜୀବନରେ ସୁଖଶାନ୍ତିର ଆଗମନ ହୋଇଥାଏ । ଏହିଦିନ କୌଣସି ମନ୍ଦିରକୁ ଯାଇ ଭଗବାନ ଶ୍ରୀଗଣେଶଙ୍କ ଅଭିଷେକ କରନ୍ତୁ ଓ ଲଡୁ ଭୋଗ କରି ଭକ୍ତଙ୍କୁ ବାଣ୍ଟି ଦିଅନ୍ତୁ ।

ଏହି ପବିତ୍ର ଗଣେଶ ଚତୁର୍ଥୀ ଦିନ ଗଣେଶ ଜନ୍ତ୍ର ଘରେ ସ୍ଥାପନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ ଓ ନକରାତ୍ମକ ଊର୍ଜା ଦୂର ହୋଇଥାଏ । ବିଦ୍ୟାର୍ଥୀମାନେ ଏହି ଉପାୟ କରିବା ଦ୍ଵାରା ପାଠରେ ମନ ଲାଗିଥାଏ ଓ ସୁଫଳ ପ୍ରାପ୍ତି ହୋଇଥାଏ । ଏହିଦିନ ହାତୀକୁ ସବୁଜ ଘାସ ଖାଇବାକୁ ଦେଲେ ଲାଭଦାୟକ ହୋଇଥାଏ ।

ଏହାସହ ଗଣେଶଙ୍କ ମନ୍ଦିରକୁ ଯାଇ ତାଙ୍କ ସମୁଖରେ ସବୁ ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ ଦେଖିବେ ସବୁ ସମାଧାନ ହୋଇଯିବ । ଆଉ ଏକ ଉପାୟ ହେଉଛି ଭଗବାନ ଗଣେଶଙ୍କୁ ଶୁଦ୍ଧ ଗାଈ ଘିଅ ଓ ଖଣ୍ଡ ଗୁଡ ଅର୍ପଣ କରନ୍ତୁ । ଏହାକୁ ଭୋଗ ଲଗାଇବା ପରେ ଏକ ଧଳା ରଙ୍ଗର କପଡାରେ ଆଣି ଗାଈକୁ ଖାଇବାକୁ ଦିଅନ୍ତୁ ।

ଏହାଦ୍ବାରା ଆର୍ଥିକ ସମସ୍ଯା ସବୁଦିନ ପାଇଁ ଦୂର ହୋଇଥାଏ । ସେହିପରି ଏକ ଖଣ୍ଡ ହଳଦୀ ନେଇ ସେଥିରୁ ୨୧ଟି ଛୋଟ ଛୋଟ ଦାନା ପ୍ରସ୍ତୁତ କରନ୍ତୁ ଏବଂ ୨୧ଟି ଦୁବଘାସ ଏକ ପରିଷ୍କାର ଜାଗାରେ ଆଣନ୍ତୁ । ଏସବୁ ପାଣିରେ ଭଲଭାବେ ଧୋଇ ଏକାଠି ଗଣେଶଙ୍କୁ ଅର୍ପଣ କରନ୍ତୁ ।

ଏପରି କରିବା ଦ୍ଵାରା ଜୀବନର ସବୁ ଦୁଃଖ ଦୂର ହୋଇଥାଏ ଏବଂ ଧନଜନିତ ସମସ୍ଯା ସବୁଦିନ ପାଇଁ ସମାପ୍ତ ହୋଇଥାଏ । ଚାକିରିରେ ବାଧା ଆସୁଥିଲେ ଗଣେଶ ଚତୁର୍ଥୀ ଦିନ ୫ଟି ଖଣ୍ଡ ଗୁଡ ଓ କଦଳୀକୁ ଭୋଗ ଲଗାଇ ନିଜେ ପାଇବା ସହ ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତୁ । ଏହାସହ ଭଗବାନଙ୍କର ଯେକୌଣସି ମନ୍ତ୍ର ନିଶ୍ଚୟ ଜପ କରନ୍ତୁ ଦେଖିବେ ସବୁ ଅସୁବିଧା ଦୂର ହୋଇଯିବ ।

ଏହିଦିନ ଗଣେଶଙ୍କ ମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରି ଭିକାରିଙ୍କୁ ନିଜ ସକ୍ଷମ ଅନୁଯାୟୀ ନିଶ୍ଚୟ ଦାନ କରନ୍ତୁ । ଆପଣଙ୍କ ଜୀବନରେ ଯାହାବି ଅଶାନ୍ତି ରହିଛି ତାହା ନିଶ୍ଚୟ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।