ପ୍ରତ୍ୟକେ ଶୁଭ କାର୍ଯ୍ୟରେ ଭଗବାନ ଗଣେଶଙ୍କୁ ସ୍ମରଣ କରାଯାଇଥାଏ ଓ ପୂଜା ସମୟରେ ଶ୍ରୀଗଣେଶଙ୍କୁ ହିଁ ପ୍ରଥମେ ପୂଜା କରାଯାଇଥାଏ । କାରଣ ଗଣେଶ ଶୁଭତାର ଦେବତା ଅଟନ୍ତି, ସେଥିପାଇଁ ତାଙ୍କୁ ବିଘ୍ନହର୍ତ୍ତା ବୋଲି ମଧ୍ୟ କୁହାଯାଏ । ଆସନ୍ତା ୩୧ ଅଗଷ୍ଟରେ ସାରା ଦେଶରେ ପାଳିତ ହେବାକୁ ଯାଉଛି ପବିତ୍ର ଗଣେଶ ଚତୁର୍ଥୀ । ତେବେ ଆଜି ଆମେ ଆପଣଙ୍କୁ କିଛି ୧୧ଟି ଉପାୟ ବିଷୟରେ କହିବୁ ଯାହା ଏହି ଗଣେଶ ପୂଜାରେ କରିବା ଦ୍ଵାରା ଆପଣଙ୍କ ପୂଜା ସଫଳ ହେବ ଓ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ ।
ପ୍ରଥମରେ ଯଦି ଆପଣ ଚାହୁଁଛନ୍ତି ଜୀବନରୁ ଦୁଃଖ ଓ ଦାରିଦ୍ର୍ଯ ଦୂର ହେଉ ତେବେ ଗଣେଶଙ୍କ ପୂଜାରେ ପାନପତ୍ର ଉପରେ ଗୋଟା ଗୁଆଟିଏ ନିଶ୍ଚୟ ରଖନ୍ତୁ । ଦ୍ଵିତୀୟରେ ସୁଖ ସୌଭାଗ୍ୟ ପ୍ରାପ୍ତ କରିବା ପାଇଁ ଭଗବାନ ଗଣେଶଙ୍କ ପୂଜାରେ ସବୁଜ ଦୁବଘାସ ନିଶ୍ଚୟ ଚଢାନ୍ତୁ । ଗୋଟିଏ ପେନ୍ଥାରେ ଯେପରି ୩ଟି କି ୫ଟି ଦୁବଘାସ ଥିବ ଏବଂ ଏହିଅପରି ୨୧ଟି ଦୁବଘାସ ଗଣେଶଙ୍କୁ ଚଢାନ୍ତୁ । ତୃତୀୟରେ ଗଣେଶଙ୍କ ପୂଜାରେ ଲାଲ ଧାଗା ପୂଜା କରନ୍ତୁ ଓ ପୂଜା ପରେ ସେହି ଧାଗାକୁ ନିଶ୍ଚୟ ହାତରେ ବାନ୍ଧନ୍ତୁ ।
ଏହାଦ୍ବାରା ଆପଣଙ୍କ ଜୀବନରେ ଓ ଶରୀରରେ ଯାହାବି କଷ୍ଟ ଥିବ ତାହା ଦୂର ହେବ । ଚତୁର୍ଥରେ ରାଶି ଲଡୁ ଓ ମୋଦକ ଭଗବାନ ଗଣେଶଙ୍କ ଅତିପ୍ରିୟ ଅଟେ । ତେଣୁ ଏହି ଭୋଗ ଗଣେଶଙ୍କୁ ଲଗାଇବା ଦ୍ଵାରା ମନବାଞ୍ଛିତ ବର ମିଳିଥାଏ । ପଞ୍ଚମରେ ଗଣେଶଙ୍କ ପୂଜାବେଳେ “ଓଁ ଗଣ ଗଣପତାୟଃ ନାମହ” ମନ୍ତ୍ରକୁ ୧୦୮ ଥର ଜପିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଷଷ୍ଠରେ ଗଣେଶଙ୍କ ନିକଟରେ ପଞ୍ଚମୁଖୀ ଦୀପ ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା ସୁଖଶାନ୍ତି ଓ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ତଥା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ସପ୍ତମରେ ବିଦ୍ୟାର୍ଥୀମାନେ ଗଣେଶଙ୍କ ନିକଟରେ କିଛି ପେନ୍ ରଖି ପୂଜା କରନ୍ତୁ । କୌଣସି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ବେଳେ ସେହି ପେନ୍ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୌଣସି ଜରୁରୀ ପରୀକ୍ଷା ରହିଛି କିମ୍ବା ଚାକିରି ପାଇଁ ଚେଷ୍ଟା କରୁଛନ୍ତି ତେବେ ଗଣେଶଙ୍କ ନିକଟରେ ପୂଜା କରିଥିବା କଲମକୁ ବ୍ୟବହାର କରିବା ଦ୍ଵାରା ସଫଳତା ପାଇବେ ।
ଅଷ୍ଟମରେ ଗଣେଶ ପୂଜା ଦିନ ଛୋଟ ପିଲାଙ୍କୁ ନିହାତି ଭାବେ ମିଠା ଓ ଚକୋଲେଟ ବାଣ୍ଟନ୍ତୁ । ଏହିଦିନ ସେମାନଙ୍କୁ ମିଠା ଚକୋଲେଟ ବାଣ୍ଟିବା ଦ୍ଵାରା ତାଙ୍କ ମନ ପ୍ରସନ୍ନ ହୋଇଥାଏ ଓ ଏହାଦ୍ବାରା ଗଣେଶ ଭଗବାନ ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଗଣେଶଙ୍କ ପୂଜାରେ ବୁଧ ଗ୍ରହ ମଧ୍ୟ ଉଦୟ ହୋଇଥାନ୍ତି ।
ନବମରେ ଯେଉଁ ଜାତକଙ୍କ ବୁଧ ଗ୍ରହ ପଞ୍ଚମ ସ୍ଥିତିରେ ଥାଆନ୍ତି ଓ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ବୁଧ ଗ୍ରହଙ୍କୁ ମଜବୁତ କରିବା ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରିବା ନିହାତି ଜରୁରୀ । ଏହାସହ ବୁଧଙ୍କର ବୀଜ ମନ୍ତ୍ର ନିହାତି ଜପ କରିବା ଉଚିତ । ଦଶମରେ ଗଣେଶ ଚତୁର୍ଥୀ ଦିନ ଜହ୍ନକୁ ଦେଖିବା ଅନୁଚିତ ଅଟେ । ଏହିଦିନ ଜହ୍ନ ଦେଖିବା ଦ୍ଵାରା ଆପଣଙ୍କ ଉପରେ କୌଣସି ମିଥ୍ୟା ଆରୋପ ଲାଗିପାରେ ।
ନଂ.୧୧ ରେ ଏହିଦିନ ନିଜ ଘରକୁ ଆମ୍ବତୋରଣ ଏବଂ ଫୁଲରେ ସଜାନ୍ତୁ ଓ ଘରକୁ ସଫାସୁତୁରା ରଖନ୍ତୁ । ଘରର ମୁଖ୍ୟଦ୍ଵାରରେ ଆମ୍ବତୋରଣ ଲଗାଇବା ଦ୍ଵାରା ଏହା ଘରର ନକରାତ୍ମକତାକୁ ଦୂର କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।