ଏଥର ଗଣମାଧ୍ୟମ ସ୍କୁଲକୁ ପଶିଲେ ଏଫଆଇଆର ଦିଆଯିବ । ଛାତ୍ରୀ-ଛାତ୍ରୀ ମାନେ ପାଠ ପଢନ୍ତୁ କି ନ ପଢନ୍ତୁ କିଏ ପଚାରେ । ପ୍ରଧାନ ଶିକ୍ଷକଙ୍କୁ ଡରାଉଛନ୍ତି ଆଇ ଅସଲ ଚେହେରା ସାମ୍ନାକୁ ଆସିଲେ ଲୁଚୁଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଏମାନେ ବିଗାଡିବାରେ ଲାଗିଛନ୍ତି । ସତ ସାମ୍ନାକୁ ଆଣିଲେ ଓଲଟା ଭୟ ଦେଖାଉଛନ୍ତି । କଙ୍କଡାହାଡ ପିଇଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି କି, ଗଣମାଧ୍ୟମ ପ୍ରତିନିଧି ମାନେ ବେଆଇନ ଭାବେ ସ୍କୁଲକୁ ପ୍ରବେଶ କରୁଛନ୍ତି ।

ପରବର୍ତ୍ତୀ ସମୟରେ ଏମିତି ହେଲେ ତାଙ୍କ ନାଁରେ ସିଧାସଳଖ ମାମଲା ରୁଜୁ କରିବାକୁ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି ପିଇଓ ମହୋଦୟ । ଏହା ବଦଳରେ ଯଦି ଭଲପାଠ ନ ପଢାଇଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଲେଖିଥାନ୍ତେ ତେବେ ହୁଏତ ଶିକ୍ଷା ବ୍ୟବସ୍ଥାରେ କିଛି ସୁଧାର ଆସିଥାନ୍ତା । ଶିକ୍ଷକ ସାଧାରଣ ପ୍ରଶ୍ନର ଉତ୍ତର ଦେବାର ଅକ୍ଷମ ଆଉ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଜାଣିନାହାନ୍ତି କି ସପ୍ତମ କିପରି ଲେଖାଯିବ ତାହା ବି ବନାନ କରି ପାରୁନାହାନ୍ତି ।
ଆଉ ଗଣମାଧ୍ୟମ ଯଦି ସତ ଖବର ଦେଖାଉଛି ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାଧୁଛି । ଯେଉଁଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖୁଛନ୍ତି ଆଉ ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ମାନଙ୍କୁ ତାହା ଜଣାଉଛନ୍ତି । ସ୍କୁଲ ଭିତରକୁ ଗଣମାଧ୍ୟମର ପ୍ରବେଶକୁ ବେଇଆନ ବୋଲି ଦର୍ଶାଯାଉଛି ।

ବିନା ଅନୁମତିରେ ପ୍ରବେଶ କଲେ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁରେ ମାମଲା ରୁଜୁ ହେବ । ଯଦି ଶିକ୍ଷକଙ୍କୁ ୪୯ରୁ ୧୨ ଗଲେ କେତେ ଜଣାନାହିଁ ତେବେ କାହା ନାଁରେ ମାମଲା ରୁଜୁ ହେବ ? ଛାତ୍ର ଛାତ୍ରୀ ଙ୍କୁ ସାଧାରଣ ଜ୍ଞାନ ଜଣା ନଥିଲେ କାହା ନାଁରେ ମାମଲା ରୁଜୁ ହେବ ? ଇଂରାଜୀ ଶିକ୍ଷକଙ୍କୁ ଯଦି ସାଧାରଣ ବନାନ ଜଣାନାହିଁ ତେବେ କାହାକୁ ଦୋଷୀ କରାଯିବ ? ଆଉ ଏତେ ସବୁ ହେବା ପରେ ବି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଯଦି କିଛି ଜଣାନାହିଁ ତେବେ କାହା ନାଁରେ ମାମଲା ରୁଜୁ ହେବ ?
ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯେମିତି ଭେଣ୍ଟିଲେଟରରେ ଶେଷ ନିଃଶ୍ଵାସ ନେଉଛି ସେହିଭଳି ମନେହେଉଛି । ଆଉ ଏମିତି ପରିସ୍ଥିତିରେ ଦୋଷ ଲୁଚାଇବା ପାଇଁ ଏମାନେ ଗଣମାଧ୍ୟମକୁ ଡରାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।