ଏହି କୁମ୍ଭୀରକୁ ବହୁତ ଭଲ ପାଉଥିଲେ ଏହି ଗ୍ରାମବାସୀମାନେ, କିନ୍ତୁ କଣ ପାଇଁ ସେ ମରିବା ପରେ କାନ୍ଦିଥିଲେ ଲୋକମାନେ

କହିବାକୁ ଗଲେ ଯେତେବେଳେ ଆପଣଙ୍କୁ କୌଣସି ଜୀବନ ନେଉଥିବା ପଶୁ ଦେଖାଯାଏ ତେବେ ଆପଣ ଡରି ଯାଇଥାନ୍ତି ଏବଂ ନିଜର ଜୀବନ ବଞ୍ଚାଇ ଦୌଡିବାକୁ ଲାଗନ୍ତି । ଏମିତି ହିଁ ଏକ ପଶୁ ହେଉଛି କୁମ୍ଭୀର । କୁମ୍ଭୀର ଏମିତିରେ ବହୁତ ଶାନ୍ତ ହୋଇଥାନ୍ତି ଏବଂ ପାଣିରେ ରହିଥାନ୍ତି କିନ୍ତୁ ଯଦି ଆପଣ ଭୁଲରେ ତାହାର ହାତରେ ଲାଗିଯାଆନ୍ତି ତେବେ ସେ ଆପଣଙ୍କର ଜୀବନ ନେଇଯାଏ ।

ସେଥିପାଇଁ ଏହିଭଳି ପଶୁଙ୍କ ଠାରୁ ପ୍ରାୟତଃ ଲୋକମାନେ ଦୂରରେ ରହିଥାନ୍ତି । କିନ୍ତୁ ଗୋଟିଏ ଗ୍ରାମର ଗ୍ରାମବାସୀମାନେ ଏକ କୁମ୍ଭୀରକୁ ଏତେ ଭଲ ପାଉଥିଲେ କି ତାହାର ମରିବା ପରେ ସେମାନେ ବହୁତ କାନ୍ଦିଥିଲେ । ଏହି ମାମଲା ଛତିଶଗଡର ବେମତରା ଜିଲ୍ଲାର ମୋହତରା ଗ୍ରାମର ଅଟେ । ଚାଲନ୍ତୁ ଜାଣିବା ଏହା ପଛରେ ଥିବା ସତ୍ୟତା ବିଷୟରେ ।

ଭଗବାନ ଭଳି ପୂଜା କରୁଥିଲେ ଲୋକ

କହିବାକୁ ଗଲେ ଗ୍ରାମର ପୋଖରୀରେ ବହୁତ ବର୍ଷ ହେବ ଗୋଟିଏ କୁମ୍ଭୀର ରହୁଥିଲା । ତାହାର ନାମ ଗ୍ରାମବାସୀମାନେ ‘ଗଙ୍ଗାରାମ’  ରଖିଥିଲେ । ଏବଂ ସେ ଆଜି ପର୍ଯ୍ୟନ୍ତ ମଣିଷ କିମ୍ବା ପଶୁକୁ କାହାକୁ କ୍ଷତି ପହଞ୍ଚାଇ ନଥିଲା । ଗ୍ରାମର ଛୋଟ ବଡ ସମସ୍ତେ ନ ଡରି ସେହି ପୋଖରୀରେ ସ୍ନାନ କରନ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରନ୍ତି । ଏଇ କାରଣରୁ ଗ୍ରାମର ସମସ୍ତ ଲୋକମାନେ ତାକୁ ବହୁତ ଭଲ ପାଉଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ଗଙ୍ଗାରାମର ମୁର୍ତ୍ୟୁ ହୋଇଗଲା । ଏହା ପରେ ଲୋକମାନେ ଦୁଃଖୀ ହୋଇ ପୋସ୍ଟମାର୍ଟମ କରୁଥିବା ଟିମକୁ ଡାକି ଗଙ୍ଗାରାମର ପୋସ୍ଟମାର୍ଟମ କରିଥିଲେ ।

୧୩୦ ବର୍ଷରୁ ଅଧିକ ବୟସ

ଗ୍ରାମବାସୀମାନେ ଗଙ୍ଗରାମର ସଠିକ ବୟସ ବିଷୟରେ ଜାଣି ନାହାନ୍ତି କିନ୍ତୁ ତାଙ୍କ ଅନୁମାନ ଏହା କି ତାହାର ବୟସ ୧୩୦ ବର୍ଷରୁ ଅଧିକ ହୋଇଥିବ । ଗ୍ରାମବାସୀଙ୍କ କହିବା ଅନୁସାରେ ବହୁତ ବର୍ଷ ପୂର୍ବେ ସିଦ୍ଧ ପୁରୁଷ ମହନ୍ତ ଈଶ୍ୱରୀଶରଣ ଦେବ ୟୁପିରୁ ଆସିଥିଲେ ଏବଂ ସେ ହିଁ ନିଜର ପାଳିତ କୁମ୍ଭୀରକୁ ଗ୍ରାମର ଏହି ପୋଖରିରେ ଛାଡି ଦେଇଥିଲେ ।

କୁହନ୍ତି କି ଗଙ୍ଗାରାମ ସହିତ ଅନ୍ୟ ଆହୁରି ବି କୁମ୍ଭୀର ଥିଲେ କିନ୍ତୁ ଶେଷରେ କେବଳ ଗଙ୍ଗରାମ ହିଁ ବଞ୍ଚିଥିଲା । ଗ୍ରାମବାସୀମାନେ କହିଲେ କି ଗଙ୍ଗାରାମ କେବେ କେବେ ପୋଖରୀରୁ ବାହାରେ ଆସି ବାହାରେ ଶୋଇଥାଏ । ଏତିକି ନୁହେଁ ବର୍ଷା ସମୟରେ ସେ ଗାଁର ଗଳିରେ ଏବଂ ଜମିରେ ପହଞ୍ଚି ଯାଇଥାଏ । କିନ୍ତୁ ଲୋକମାନେ ତାକୁ ନ ଡରି ନିଜର କାମ କରିଥାନ୍ତି । ବେଳେ ବେଳେ ତ ଗ୍ରାମର ଲୋକମାନେ ତାକୁ ଧରି ପୋଖରୀରେ ଛାଡିଆସୁଥିଲେ ।

ବନ୍ଧୁଗଣ, ଆସ କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି।