ଫ୍ରାନ୍ସ ରାଫେଲ ଜେଟ ସହିତ ଯାହା ବର୍ଷ ବର୍ଷ ଧରି କରି ପାରି ନଥିଲା, ତାହା ଭାରତ କିଛି ମାସରେ ହିଁ କରି ଦେଖେଇଲା

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଭାରତ ପାଖରେ ବର୍ତ୍ତମାନ ଫ୍ରାନ୍ସର ସବୁଠୁ ଅତ୍ୟାଧୁନିକ ଜେଟ ରାଫେଲ ଅଛି ଓ ରାଫେଲ ବର୍ତ୍ତମାନ ସମୟରେ ସବୁଠୁ ଆଧୁନିକ ଓ ଶକ୍ତିଶାଳୀ ଜେଟ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ବି ଅଛି । ଏମିତିରେ ରାଫେଲକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ଏହା ସହିତ ଏହା ବି ଶୁଣିବାକୁ ମିଳୁଛି କି ଯେଉଁ ସମୟରୁ ଭାରତ ରାଫେଲକୁ କ୍ରୟ କରିଛି ସେହି ସମୟରୁ ହିଁ ରାଫେଲର ଚାହିଦା ବଢି ଯାଇଛି ।

କହିବାକୁ ଗଲେ ରାଫେଲ ଫ୍ରାନ୍ସ ଦେଶର ବୈଜ୍ଞାନିକମାନଙ୍କ ଦ୍ଵାରା ନିର୍ମାଣ କରାଯାଇଛି ଓ ଏହା ସବୁଠୁ ଭଲ ଯୁଧ୍ୟ ଜାହାଜ ଓ ଶକ୍ତିଶାଳୀ ଜେଟ ବି ଅଟେ କିନ୍ତୁ ଏହା ସତ୍ବେ ବି ଫ୍ରାନ୍ସକୁ ରାଫେଲ ପଛରେ ବହୁତ ସଂଘର୍ଷ କରିବାକୁ ପଡିଛି ।

କହିବାକୁ ଗଲେ ରାଫେଲ ୧୫ ବର୍ଷ ପୂର୍ବରୁ ହିଁ ତିଆରି ହୋଇ ସାରିଥିଲା । କିନ୍ତୁ ନା ହିଁ ରାଫେଲକୁ ରୁସ ଓ ଆମେରିକାର ଲଢାକୁ ବିମାନ ଭଳି ପରିଚୟ ମିଳିଲା ଓ ନା ହିଁ ତାକୁ କୌଣସି ଦେଶ କ୍ରୟ କରିଲେ । ଗୋଟିଏ ରିପୋର୍ଟ ଅନୁସାରେ F-22କୁ ଛାଡି ୨୦୦୯ ପୂର୍ବରୁ ଦୁନିଆରେ ଯେତେ ବି ଫାଇଟର ପ୍ଳେନ ଅପରେସନ ହୋଇଛି, ସେଥିରେ ରାଫେଲ ସବୁଠୁ ଅଧିକ ସଫଳ ଅପେରସନ କରିଛି । ଏହା ସହିତ ରାଫେଲ ଅନ୍ୟ ଲଢାକୁ ବିମାନ ଟେକ୍ନୋଲୋଜି ମାମଲାରେ ସବୁଠୁ ଅଧିକ ବିଶ୍ଵାସ ଅଟେ ।

କିନ୍ତୁ ଏହା ସତ୍ବେ ବି ରାଫେଲକୁ ଆମେରିକାର F – 16 ଓ ରୁସର ମିଗ ଓ ସୁଖୋଇ ଭଳି ବ୍ୟାପାର ମିଳିଲା ନାହିଁ । କିନ୍ତୁ ଯେଉଁ ସମୟରୁ ରାଫେଲକୁ ଭାରତ କ୍ରୟ କରଛି ସେହି ସମୟରୁ ରାଫେଲର ଭାଗ୍ୟ ବଦଳି ଯାଇଛି । ପ୍ରଥମ ତ ଗ୍ରୀସ ରାଫେଲକୁ କ୍ରୟ କରିବା ପାଇଁ ନିଷ୍ପତି ନେଲା । ଏହା ପରେ ବର୍ତ୍ତମାନ ଚୀନର ସମସ୍ୟାକୁ ଆଖି ଆଗରେ ରଖି ଛୋଟ ଦେଶ ଇଣ୍ଡୋନେସିୟା ବି ଭାରତ ଠାରୁ ଅଧିକ ରାଫେଲ ବିମାନ କ୍ରୟ କରିବା ପାଇଁ ନିଷ୍ପତି ନେଇଛି ।

ଭାରତ ଯେଉଁଠି ୩୬ଟି ଲଢାକୁ ବିମାନର ଡିଲ କରିଛି ସେଠି ଇଣ୍ଡୋନେସିୟା ୪୮ଟି ରାଫେଲ ବିମାନ କ୍ରୟ କରିବା ପାଇଁ ନିଷ୍ପତି ନେଇଛି । ଯାହା ଫ୍ରାନ୍ସ ଲଢାକୁ ବିମାନର ସବୁଠୁ ବଡ ଡିଲ ଅଟେ । ଅନ୍ୟ ପଟେ ଫ୍ରାନ୍ସର ବିଶେସ୍ଜ୍ଞମାନଙ୍କ କହିବା ଅଟେ କି ଭାରତର ବାୟୁସେନାରେ ରାଫେଲର ସାମିଲ ହେବା ପରେ ଦୁନିଆର ବାକି ଦେଶ ବି ରାଫେଲର ମହତ୍ଵକୁ ବୁଝିଛନ୍ତି ।

ଏହା ସହିତ ଲୋକମାନେ ଏହା ବି କହୁଛନ୍ତି କି ଯଦି ଚୀନ ଓ ଭାରତ ମଧ୍ୟରେ ବିବାଦ ନ ହୋଇଥାନ୍ତା ତେବେ ରାଫେଲର ବି ଏତେ ଚର୍ଚା ହୋଇ ନ ଥାନ୍ତା । ଏମିତିରେ ଦେଖିବାକୁ ଗଲେ ରାଫେଲ ଭାରତରେ ଆସିବା ପରେ ରାଫେଲର ଭାଗ୍ୟ ବଦଳି ଯାଇଛି । କାରଣ ୧୫ ବର୍ଷରେ ୫୦ଟି ରାଫେଲ ବିମାନ ବିକ୍ରି କରି ନ ଥିବା ଫ୍ରାନ୍ସ ଦେଶକୁ ଗୋଟିଏ ହିଁ ଡିଲରେ ୪୮ଟି ରାଫେଲ ବିମାନର ଅର୍ଡର ମିଳିବାକୁ ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।