“ଫିଲ୍ମରେ ହରିଜନ ଶବ୍ଦର ବାରମ୍ବାର ବ୍ୟବହାର ନିଶ୍ଚୟ ହୃଦୟକୁ କଷ୍ଟ ଦେବ”- ରୁଦ୍ର

ନମସ୍କାର ବନ୍ଧୁଗଣ । ଜୁନ 29ରେ ରିଲିଜ ହୋଇଛି “ପ୍ରିୟେ ତୁ ମୋ ସିଏ” ଫିଲ୍ମ ଟି । ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ହଲରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ଅନେକ ଲୋକ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାକ ଘୃଣା କରିଛନ୍ତି । ଆଉ ଏବେ ଆରମ୍ଭ ହୋଇଯାଇଛି ବିବାଦ । ବିବାଦର କାରଣ ହେଉଛି ଏହି ଫିଲ୍ମରେ ଅନୁସୂଚିତ ଜାତିକୁ ହରିଜନ ଶବ୍ଦ ର ପ୍ରୟୋଗ କରାଯାଇଛି ।

ଆଉ ଏହାର ବିରୁଦ୍ଧରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡିଶା ଇଣ୍ଡଷ୍ଟ୍ରି ର କଳାକାର ମାନେ ନିଜର ମତ ଦେଇଛନ୍ତି । ରୁଦ୍ର ଭାଇ ଏ ନେଇ ଗଣମଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରୁଦ୍ର ଭାଇ କହିଛନ୍ତି ଯେ ” କାହାର ହୃଦୟକୁ ଜାତିକୁ ନେଇ କଷ୍ଟ ହେଲେ ନିଶ୍ଚୟ ବାଧିବ ।

30 ବର୍ଷର ଡାଇରେକ୍ଟର ହେଉଛନ୍ତି ସୁଧାଂଶୁ ସାହୁ ସେ ବି ପୁଣି ଗୁଣୀ ଲୋକ । ଇଣ୍ଡଷ୍ଟ୍ରି ରେ ସୁଧାଂଶୁଙ୍କର ଦବଦବା ରହିଛି । ହରିଜନ ଶବ୍ଦ ଟି ନିଶ୍ଚୟ ସମସ୍ତଙ୍କୁ କଷ୍ଟ ଦେବ । ତେଣୁ ଏ ସଂଘର୍ଷ ଜାରି ରହିବା ଉଚିତ । ତାପରେ ଯାଇ ଡାଇରେକ୍ଟ ପ୍ରଡ୍ୟୁସର ମାନେ ବୁଝିବେ ସେମାନେ କଣ କରୁଛନ୍ତି ? ଓଡିଶାରେ ଯେତେ ଫିଲ୍ମ ହେଉଛି 60% ଲୋକ ଅନୁସୁଚିତ ଜାତିର ଲୋକ ଦେଖୁଛନ୍ତି ।

ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କ କଥା କହୁଛି ସେ ଭାବିବା ଦରକାର ମୁଁ କାହା ଘରର ସ୍ତ୍ରୀ ଆଉ କାହାର ସ୍ତ୍ରୀ । ସେ ଏବେ ଓଡିଆ ଘରର ବୋହୂ ଏବେ । ଯେବେ ଫିଲ୍ମର କାହାଣୀ ଲେଖା ହୋଇଥିବ ସେ ନିଶ୍ଚୟ ପଢିଥିବେ । ଝିଲିକଙ୍କ ସେତେ ମ୍ଯାଚର ହୋଇ ନାହାନ୍ତି ଯେ ଫିଲ୍ମର କାହାଣୀ ତିଆରି କରିବା ପାଇଁ । ଫିଲ୍ମରେ ହରିଜନ ଶବ୍ଦର ବାରମ୍ବାର ବ୍ୟବହାର ନିଶ୍ଚୟ ହୃଦୟ କୁ କଷ୍ଟ ଦେଇଛି ସେଥିପାଇଁ ଅନୁସୂଚୀତ ଜାତିର ଲୋକ ମାନେ ଏହାକୁ ବିରୋଧ କରିଛନ୍ତି ।

କାରଣ ହରିଶବ୍ଦ କୁ ବ୍ୟାନ କରାଯାଇଛି । ମୁଁ କାନ ଧରି କହୁଛି ଏ ବଙ୍ଗାଳୁଣୀ କଣ ଏ କଥା ଟା ଝିଲିକ ମ୍ୟାଡମ ଙ୍କୁ ଠିକ ହେବ କି ? ତେଣୁ କାହିଁଙ୍କି ଏ ଫିଲ୍ମରେ ହରିଜନ ଶବ୍ଦର ପ୍ରୟୋଗ କର ଯାଇଛି । ଝିଲକିକ ମହାପ୍ରଭୁ ଜଗନ୍ନାଥଙ୍କର ଲୋଗୋ ମଧ୍ୟ ଲଗାଇଛନ୍ତି । ହରିଜନ କିଏ ତମେ କଣ ମହାପ୍ରଭୁଙ୍କ ଚିନ୍ତାଧାରେ ପଶି ନାହଁ ତୁମେ ଜାଣିନ ? ଝିଲିକଙ୍କର ସେତିକି ବୁଦ୍ଧି ନାହିଁ କି ଗୋଟେ ଫିଲ୍ମ ପ୍ରଡ୍ୟୁସର କରିବା ପାଇଁ ।

ସେତିକି ଝିଲିକ ଭୁଲ କରିଛନ୍ତି ବୋଲି ଆଜି ଲୋକେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତାଙ୍କର ଡାଇରେକ୍ଟର, ରାଇଟର ଙ୍କ ଉପରେ ଲଗାମ ନାହିଁ ତେବେ ଝିଲିକ କେଉଁ ଭଳି ପ୍ରଦ୍ଯୁସର ? ଯେଉଁ ଲୋକ ମାନେ ସିନେମା ଦେଖି ସେନ୍ସର ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ କରାଯିବା ଦରକାର” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।