ଫେକ୍ ସାବିତ୍ରୀ V/S ରିୟଲ ସାବିତ୍ରୀ, ସାଂସଦ Anubhav Mohanty ଙ୍କ ସାବିତ୍ରୀ ଅବସରରେ ସୋସିଆଲ ମିଡିଆ ପୋଷ୍ଟ, ବଢୁଛି ଚର୍ଚ୍ଚା !

ପୁଣି ଥରେ ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ । ସାବିତ୍ରୀ ବ୍ରତ ଅବସରରେ ଅନୁଭବ କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି । ଏହି ପୋଷ୍ଟ ର କ୍ୟାପସନରେ ଅନୁଭବ ଲେଖିଛନ୍ତି, “ରିୟଲ ସାବିତ୍ରୀ v/s ଫେକ୍ ସାବିତ୍ରୀ” । ଅର୍ଥାତ ସତ ସାବିତ୍ରୀ ବନାମ ମିଛ ସାବିତ୍ରୀ । ଏହି ପୋଷ୍ଟରେ ଅନୁଭବ ଲେଖିଛନ୍ତି, ଦିନେ ନାଇଁ କି କାଳେ ନାଇଁ ଗହ୍ମା ପୁନେଇଁରେ ମାଇଁ ମାଇଁ ।

ଅନୁଭବ ପ୍ରଥମେ ସାବିତ୍ରୀ ପୂଜା ଅବସରରେ ସମସ୍ତଙ୍କ ମହିଳାଙ୍କୁ ଶୁଭେଚ୍ଛା ଜଣାଇବା ସହ କାହାରି ନାଁ ନେଇ ଏଭଳି ଲେଖିଛନ୍ତି ଅନୁଭବ । ସେ ଆହୁରି ଲେଖିଛନ୍ତି, ଯଦି ସାବିତ୍ରୀ ଓଷା କରିବା ପାଇଁ ଏତେ ସଉକ ତା’ ହେଲେ ଥରେ ସାବିତ୍ରୀ ଓଷାର ବହି ଟା’ ପଢନ୍ତୁ । ତେବେ ଯାଇ ସିନ୍ଦୂର ଓ ସ୍ଵାମୀର ଅର୍ଥ ବୁଝିବେ ବୋଲି ଜଣଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଯେମିତି ଫେକ୍ ଆଇଡି କରାଯାଉଛି ସେମିତି କିଛି ଫେକ୍ ସାବିତ୍ରୀ ସାମ୍ନାକୁ ଆସୁଛନ୍ତି ।

ରିୟଲ ସାବିତ୍ରୀ ତ ତାଙ୍କ ତାଙ୍କ ସ୍ଵାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ । ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ଵାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୂର ମୁଣ୍ଡରେ ଲଗେଇ ବୁଲୁଛନ୍ତି । ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୂରରେ ଖାଲି ସମ୍ପର୍କ ଯୋଡି ହୁଏନି ।

ସମ୍ପର୍କ ଯୋଡି ହେବା ପାଇଁ ଦୁଇଟା ହୃଦୟ ଦରକାର । ସିନ୍ଥିରେ ସିନ୍ଦୂର ଲଗେଇବା ପୂର୍ବରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ । ସିନ୍ଦୂର କିମ୍ବା ସାବିତ୍ରୀ ଓଷାର ଏଭଳି ବଦନାମ କରନ୍ତୁ ନାହିଁ ବୋଲି ଅନୁଭବ ଏହି ପୋଷ୍ଟରେ ଲେକ୍ଭିଛନ୍ତି । ଏହାସହ ପୋଷ୍ଟ ର ସବୁଠୁ ଶେଷରେ ଲେଖିଛନ୍ତି, ଦେହକୁ ନେବେ ନାହିଁ । ଅନ୍ୟପଟେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସୋସିଆଲ ମିଡିଆରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିଲେ ।

ଅନୁଭବଙ୍କ ସହ ତିନି ବର୍ଷର ପାରିବାରିକ ବିବାଦ ମଧ୍ୟରେ ବର୍ଷା ସାବିତ୍ରୀ ପୂଜା କରିବାର ଦେଖିବାକୁ ମିଳେ । ଏହାକୁ ନେଇ ଅନୁଭବ ଅନେକ ଥର ଜବାବ ଦେଇଥିବା ବେଳେ ଗତକାଲି ପୁଣି ଥରେ ଏମିତି କିଛି ପୋଷ୍ଟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।