Tirupati ରେ ପ୍ରକୃତିର ତାଣ୍ଡବ, ପାହାଡ ଫଟାଇ ମାଡି ଆସିଲା ପାଣି, ଦେଖନ୍ତୁ Exclusive Video

ପ୍ରବଳ ବର୍ଷା ଯୋଗୁଁ ତିରୁପତିର ତିରୁମାଲାରେ ପ୍ରକୃତିର ତା-ଣ୍ଡ-ବ ରୂପ ଦେଖିବାକୁ ମିଳିଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଚିତୋର ଜିଲାରେ ପ୍ରକୃତିର କ-ରା-ଳ ରୂପ ଦେଖିବାକୁ ମିଳିଛି । ପାହାଡ ଉପରୁ ତୀବ୍ର ବେଗରେ ପାଣି ମାଡି ଆସି ନଦୀର ଭ୍ରମ ସୃଷ୍ଟି କରିଥିଲା । ପ୍ରବଳ ବର୍ଷା ଯୋଗୁଁ ଭକ୍ତ ଓ ପର୍ଯ୍ୟଟକ ମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ।

ପାହାଡ଼ରୁ ଖସୁଥିବା ପାଣିର ବେଗ ଏତେ ତୀବ୍ର ଥିଲା ଯେ ପାହାଡ ପାରଦୀଶରେ ଥିବା ଗାଡି ସବୁ ଭା-ସି-ବା-କୁ ଲାଗିଥିଲା । ରାସ୍ତାରେ ତିନି ଫୁଟ ଉପରେ ପାଣି ପ୍ରବାହିତ ହେବାରୁ ଗମନାଗମନ ବନ୍ଦ ହୋଇ ଯାଇଥିଲା । ଚିତୋର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆ ଯାଇଥିଲା ବେଳେ ସମସ୍ତ ନଦୀରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ।

ବଙ୍ଗୋପସାଗରର ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଥିବ ଅବପାତ କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୬ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ପ୍ରବଳ ବର୍ଷା ଯୋଗୁଁ ସେହି ସବୁ ସ୍ଥାନ ମାନଙ୍କରେ ରାସ୍ତାଘାଟ ବିଚ୍ଛିନ୍ନ ହେବ ସହ ଯୋଗାଯୋଗ ମଧ୍ୟ ବନ୍ଦ ରହିଛି । ଅବପାତଟି ବର୍ତ୍ତମାନ ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ଦେଇ ଗତି କରୁଛି ।

ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଆକଳନ କରାଯାଇଛି । ତେବେ ଏଥିପାଇଁ ସଡକ ପଥ ସହ ରେଳପଥ ମଧ୍ୟ ବନ୍ଦ କରାଯାଇଛି । ରେଳ ଚଳାଚଳ ଉପରେ କଟକଣା ଲଗାଯାଇଛି । ଆଗାମୀ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟଟି ଅବ୍ଯାହତ ରହିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହା କ୍ରମଶଃ ତାମିଲନାଡୁର ଉତ୍ତର-ପଶ୍ଚିମ ଦିଗକୁ ଓ ଆନ୍ଧ୍ରର ଦକ୍ଷିଣ-ପଶ୍ଚିମ ଦିଗକୁ ଏହା ଗତି କରିବ । ଏହା ବ୍ଯତୀତ ବିଶିଷ୍ଟ ଜଳବାୟୁ ବିଶେଷଜ୍ଞ ଜେସନ ନିକୋଲ୍ସଙ୍କ ତଥ୍ୟ ଅନୁଯାୟୀ ଆସନ୍ତା ଡିସେମ୍ବର ପ୍ରାରମ୍ଭରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିବ ।

ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ଅବସ୍ଥିତି ରହିଥିବାରୁ ଭାରତ ମହାସାଗର ଓ ବଙ୍ଗୋପସାଗର ସଂପୂର୍ଣ୍ଣ ଉତ୍ତପ୍ତ ରହିଛି ଓ ଜଳୀୟବାଷ୍ପରେ ଭରପୁର ରହିଛି । ଏହାସହ ଉତ୍ତର-ପୂର୍ବ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି । ଏହା ଶୁଷ୍କ ଏବଂ ଥଣ୍ଡା ଥିବାରୁ ଡିସେମ୍ବରରେ ମଧ୍ୟ ଲଘୁଚାପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।