Exclusive: “ମୁଁ WhatsAppରେ ବର୍ଷାଙ୍କୁ ଇନଭାଇଟ କରିଥିଲି, ହେଲେ ସେ ଫିଲ୍ମ ଦେଖିବାକୁ ଆସିଲେନି” Anubhav Mohanty

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ ଙ୍କୁ ବିବାହ କରିବା ପରେ ଦୁହିଙ୍କର ଯୋଡି କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଛି । ଯାହା ପାଇଁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି । ଆଉ ଏହାରି ଭିତରେ ଦୀର୍ଘ 5-6 ବର୍ଷ ପରେ ଅନୁଭବ ଙ୍କ ନୂଆ ଫିଲ୍ମ “ଲଭ ଇନ ଲଣ୍ଡନ” ଗତ କାଲି ରିଲିଜ ହୋଇଛି ।

ଯାହାକୁ ନେଇ ସିନେମା ହଲରେ ଫ୍ୟାନ୍ସ ମାନଙ୍କର ଗହଳି ଦେଖିବାକୁ ମିଳିଛି । ନିଜର ଫିଲ୍ମ କୁ ନେଇ ଅନୁଭବ ମହାନ୍ତି ଗଣମାଧ୍ୟମ ରେ ନିଜର ମତ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆଜି ହେଉଛି ଓଡିଆ ମାନଙ୍କର ମୁଖ୍ୟ ପର୍ବ ରଜ ଉଶ୍ଚବ । ଆଉ ଗତ କାଲି ରିଲିଜ ହୋଇସାରିଛି “ଲଭ ଇନ ଲଣ୍ଡନ” ଫିଲ୍ମ ଟି ।

ଏହାକୁ ନେଇ ଅନୁଭବ ମହାନ୍ତି କହିଛନ୍ତି ଯେ “ଗତ କାଲି ମୁଁ ତାଙ୍କୁ ୱ୍ହାଟସପରେ ବର୍ଷା ଙ୍କୁ ଇନଭାଇଟ କରିଥିଲି । ତାଙ୍କୁ ଓ ତାଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରିଥିଲି । ଆଜି ଯାଏଁ ମୋର କୌଣସି ଫିଲ୍ମର ପ୍ରିମିୟମ ରେ ବର୍ଷା ଆସି ନାହାନ୍ତି । ସେଥିପାଇଁ ମୁଁ ତାଙ୍କୁ କହିଥିଲି “ଲଭ ଇନ ଲଣ୍ଡନ” ଫିଲ୍ମ ର ପ୍ରିମିୟମରେ ଆସନ୍ତୁ । ଆମର ସମ୍ପର୍କ ଯେମିତି ବି ହେଉ ନା କାହିଁକି ତଥାପି ମୁଁ ତାଙ୍କୁ ନିମନ୍ତ୍ରଣ କରିଥିଲି । ତଥାପି ସେ ଆସି ନାହାନ୍ତି ।

ମୋତେ ଆଜି ଫ୍ୟାନ୍ସ ମାନଙ୍କର ଭଲ ପାଇବା ଆଜି ମୋତେ ଖୁସି ରେ କନ୍ଦାଇ ଦେଇଥିଲା । ଗତ 5-6 ବର୍ଷ ହେବ ମୁଁ ଯେଉଁ ସ୍ଥିତି ଦେଇ ଗତି କରିଛି ତାହା ଆପଣ ମାନେ ସମସ୍ତେ ଜାଣିଥିବେ । ବହୁତ କିଛି ସହିଲୁ ମଧ୍ୟ ମୁଁ ଓ ମୋ ପରିବାର । ଫ୍ୟାନ୍ସ ମାନେ ମୋତେ ଏତିକି ଆଶୀର୍ବାଦ ଦେଇଛନ୍ତି ଯାହା ପାଇଁ ସାରା ଜୀବନ ମୁଁ ତାଙ୍କ ପାଖରେ ଋଣି ହୋଇ ରହିବି ।

ଓଡିଶାର ସବୁ ଗୁରୁଜନ ମାନଙ୍କୁ ମୁଁ ଅନୁରୋଧ କରୁଛି ସିନେମା ହଲ କୁ ଆସନ୍ତୁ ଆଉ ଆମର ଫିଲ୍ମ ଦେଖନ୍ତୁ । ଏହା ଦ୍ଵାରା ସିନେମା ଇଣ୍ଡଷ୍ଟ୍ରି ବହୁତ ଆଗକୁ ବଢିବ । ଆଗକୁ କେମିତି ବେଟର ମୁଭି ଆସିବ ସେ ନେଇ ଆମେ ଚେଷ୍ଟା କରିବା । ଆଗକୁ ମୋର “ରାବଣ” ଫିଲ୍ମ ଆସୁଛି । ସେଥିପାଇଁ ମୁଁ ମୋର ବେଷ୍ଟ ଦେବାକୁ ଚେଷ୍ଟା କରିବି । ମୁଁ ଆଶା କରୁଛି ଆଗକୁ ଓଡିଆ ସିନେମା ଏମିତି ଚାଲୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତି ଦେଇଥିବା ରାୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।