ସେ ଧନ୍ଦା କରୁଥିଲା ଆଉ ତା’ ଧନ୍ଦାରେ ସମସ୍ତେ ସାମିଲ ଥିଲେ । ସେ ବେଶ୍ୟା ହେଲେ ଏମାନେ ଥିଲେ ତା’ ଗରାଖ । ସେ ଟଙ୍କା ପାଇଁ ଭୋକିଲା ଥିଲା ଆଉ ଏମାନେ ତା’ ଶରୀର ପାଇଁ ଭୋକିଲା । ଏମାନେ ସମସ୍ତେ ସାଧାରଣ ଜନତାଙ୍କୁ ଲୁଟୁଥିଲେ ଆଉ ସେମାନଙ୍କୁ ଲୁଟୁଥିଲା ଅର୍ଚ୍ଚନା । ଏମାନେ ଲୋକକୁ ଭୁଆଁ ବୁଲାଉଥିଲେ ଆଉ ସେ ଏମାନଙ୍କୁ ଭୁଆଁ ବୁଲାଉଥିଲା । ଅର୍ଚ୍ଚନା ଯଦି ଚରିତ୍ରହୀନା ଥିଲା ତେବେ ତା’ ଜାଲରେ ଫସିଥିବା ବଡବଡିଆ ମାନେ ବି ଚରିତ୍ରହୀନ ।
ଖାଲି ଫରକ ଏତିକି ଅର୍ଚ୍ଚନା ତା’ ସ୍ଵାମୀକୁ ଧୋକା ଦେଇନି କିନ୍ତୁ ବଡବଡିଆ ସବୁ ନିଜ ସ୍ତ୍ରୀକୁ ଧୋକା ଦେଉଥିଲେ । ଅର୍ଚ୍ଚନା ଯଦି ଦୋଷୀ ଆଉ ପାପିନୀ ତେବେ ଏମାନେ ବି କିଛି ନୁହନ୍ତି । ଏମିତି କିଛି ଲେଖା ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଗତକାଲି ଅର୍ଚ୍ଚନାଙ୍କୁ ଭିଡିଓ କନ୍ଫରେସିଂରେ ଅର୍ଚ୍ଚନାକୁ ହଜାର କରା ଯାଇଥିଲା । ହେଲେ ସରକାରୀ ଓକିଲଙ୍କ ଅକାଟ୍ୟ ଯୁକ୍ତିରେ ସେ ଜାମିନ ପାଇବେ ନାହିଁ ବୋଲି ତାଙ୍କୁ ଅନୁଭବ ହେବାପରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଅର୍ଚ୍ଚନା ।
ଆଜ୍ଞା ହଁ, ଶୁଣାଣି ବେଳେ ଭିଡିଓ କନ୍ଫରେସିଂରେ ଉପସ୍ଥିତ ଥିବା ଅର୍ଚ୍ଚନା ବେଶ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜେଲକୁ ଆସିବା ପରେ ବିଶେଷ ବହୁ ସମୟରେ ଗୁମସୁମ ହୋଇ ରହୁଛନ୍ତି ଅର୍ଚ୍ଚନା । ଭଲରେ ଖିଆପିଆ କରୁ ନଥିବାରୁ ତାଙ୍କ ଚେହେରାର ଉଜ୍ଵଳ କମିଯାଇଛି ।
କିଛି ମହିଳା ଅନ୍ତେବାସୀ ତାଙ୍କୁ ସମର୍ଥନ କରି ତାଙ୍କ ମନୋବଳ ବଢାଇବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଅନ୍ତେବାସୀ ତାଙ୍କୁ ଘୃଣା କରୁଛନ୍ତି ତଥା ନୀଚ ଆଖିରେ ଦେଖୁଛନ୍ତି । ଅର୍ଚ୍ଚନା ଅନ୍ତେବାସୀଙ୍କ ସହ ସହଜରେ ମିଶି ପାରୁନାହାନ୍ତି ତେଣୁ ଏକିଟିଆ ତଳକୁ ମୁହଁ କରି ବସି ରହୁଛନ୍ତି । ଏବେ ସବୁଠୁ କଥା ଉଠୁଛି ଅର୍ଚ୍ଚନା ଏକୁଟିଆ କଣ ଦୋଷୀ ? ନା ତା’ର ମାୟାଜାଲରେ ପଡିଥିବା ବଡ ବଡ ନେତା, ମନ୍ତ୍ରୀ, ବିଲଡର, ଅଫିସର ସମସ୍ତେ ବି ଦୋଷୀ ? ତଦନ୍ତ କଣ କେବଳ ଅର୍ଚ୍ଚନା ପାଖରେ ଅଟକିଯିବ ?
ଆଉ ତା’ ଲିଙ୍କରେ ଆସିଥିବା ବଡବଡିଆଙ୍କୁ କଣ ପୋଲିସ କେବେବି ପଚରାଉଚରା କରିବନି ? ସେମାନେ ତଦନ୍ତ ପରିସରଭୁକ୍ତ ହେବେ କି ନାହିଁ ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।