ଏଠାରେ କାହିଁକି ଏକାଠି ପୂଜା ପାଆନ୍ତି ଭଗବାନ ହରି ଏବଂ ଶଙ୍କର ? କଣ ରହିଛି ଗାଈ କଟାମୁଣ୍ଡର ରହସ୍ୟ ? ସତ୍ୟ ଘଟଣା ଲୋମ ଟାଙ୍କୁରି ଉଠିବ !

ହରିଶଙ୍କର କିଏ ଏବଂ କାହିଁକି ଗୋଟିଏ ନାମରେ ଓ ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ପ୍ରଭୁ ହରିଶଙ୍କର ? ସତ୍ୟ ଘଟଣା ଉପରେ ଆଧାରିତ ପ୍ରଭୁ ହରିଶଙ୍କରଙ୍କ ଗୁପ୍ତ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଓଡିଶାର ବଲାଙ୍ଗୀର ଜିଲା ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ଅବସ୍ଥିତ ପ୍ରଭୁ ହରି ଏବଂ ଶଙ୍କରଙ୍କ ଏହି ଭବ୍ୟ ମନ୍ଦିର । ସାରା ବିଶ୍ବରେ ଏମିତି କୌଣସି ବି ମନ୍ଦିର ନାହିଁ ଯେଉଁଠି ଭଗବାନ ବିଷ୍ଣୁ ଓ ଭଗବାନ ଶିବ ଏକ ନାମରେ ଏକ ସ୍ଥାନରେ ପୂଜା ପାଉଥିବେ ।

ପୌରାଣିକ କଥାନୁସାରେ ପଞ୍ଚୁପାଣ୍ଡବଙ୍କ ବନବାସ ସମୟରେ ସେମାନେ ଏହି ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ଅନେକ ସମୟ ଅତିବାହିତ କରିଥିଲେ । ସେତେବେଳେ ସେମାନଙ୍କୁ ଯୁଧିଷ୍ଠିତ ମହାରାଜ ଏକ ଗଣ୍ଡାର ମାଂ-ସ ଦରକାର ବୋଲି ପିତୃଶାପ ଦେଇଥିଲେ । ସେଥିପାଇଁ ଯୁଧିଷ୍ଠିର ଚାରି ଭାଇଙ୍କୁ ଚାରି ଦିଗକୁ ପଠାଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅର୍ଜୁନ ଗନ୍ଧମାର୍ଦ୍ଧନ ପର୍ବତ ଦିଗକୁ ଯାଇଥିଲେ ଏବଂ ଘୋର ଜଙ୍ଗଲରେ ଅନେକ ସମୟ ଧରି ଗଣ୍ଡା ଖୋଜିବା ପରେ କ୍ଳାନ୍ତ ହୋଇ ଏକ ଗଛମୂଳେ ବସି ଯାଇଥିଲେ ।

ଏତିକି ବେଳେ ଦୂରରୁ ତାଙ୍କୁ ଏକ ଅଜଣା ଜନ୍ତୁ ଦୃଶ୍ୟମାନ ହେବାରୁ ସେ କାଳ ବିଳମ୍ବ ନକରି ଶବ୍ଦଭେଦୀ ତୀରକୁ ସେହି ଜନ୍ତୁର ମୁଣ୍ଡ କା-ଟି ଆଣିବା ପାଇଁ ଆଦେଶ ଦେଲେ । ଆଜ୍ଞାନୁସାରେ ତୀର ଜନ୍ତୁର ମୁଣ୍ଡ ଆଣି ଅର୍ଜୁନଙ୍କ ହାତରେ ଦେବା ପରେ ସେହି ଜନ୍ତୁକୁ ଦେଖି ଅର୍ଜୁନ ଡରିଗଲେ । କାରଣ ତାହା ଏକ ନିରୀହ ଗାଈର ମୁଣ୍ଡ ଥିଲା । ଗାଈଟି ପ୍ରତ୍ୟହ ସେଠାରେ ଥିବା ଏକ ଶିବଲିଙ୍ଗ ଉପରେ କ୍ଷୀରଦାନ କରୁଥିଲା ।

ଅର୍ଜୁନ ଗୋହ-ତ୍ୟା ପା-ପ କରିଥିବା ବୁଝିପାରି ଅନୁତାପ କଲେ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ । ଆଉ ଶ୍ରୀକୃଷ୍ଣ ପ୍ରତ୍ଯକ୍ଷ ଭାବେ ଉଭା ହୋଇ ସଖା ଅର୍ଜୁନଙ୍କୁ ଦେଖାଦେଇ କହିଲେ, ତୁମେ ଯେଉଁ ଦୋଷ କରିଛ ତାହା ଅଜ୍ଞାତରେ କରିଛ ତେଣୁ ତୁମ ଦୋଷ ମୁଁ ମାର୍ଜନା କଲି । କିନ୍ତୁ ଅର୍ଜୁନଙ୍କ ମନ ନ ମାନିବାରୁ ଶ୍ରୀକୃଷ୍ଣ “ଅର୍ଜୁନ ଗୋସଂସ୍କାର ନାମକ” ଏକ ଯଜ୍ଞ କରିବାକୁ ଉପଦେଶ ଦେଲେ । ଯଜ୍ଞରେ ଅନେକ ଋଷିମୁନିଙ୍କୁ ଡକାଯାଇ ଗାଈକୁ ପୁନର୍ଜୀବିତ କରିବା ପାଇଁ ମନ୍ତ୍ର ପଢାଗଲା ।

ସେହି ସ୍ଥାନରେ ଉଭୟ ବିଷ୍ଣୁ ଏବଂ ଶିବ ଅର୍ଜୁନଙ୍କୁ ପ୍ରତ୍ଯକ୍ଷ ଦେଖାଦେଇ ଗୋହ-ତ୍ୟା ଦୋଷରୁ ମୁକ୍ତି ଦେଇଥିଲେ । ସେଠାରେ ହରି ଓ ଶଙ୍କର ଏକତ୍ର ଗୋଟିଏ ସ୍ଥାନରେ ଉପସ୍ଥିତ ହୋଇଥିବାରୁ କଳିଯୁଗରେ ସେହି ସ୍ଥାନରେ ହରିଶଙ୍କର ନାମର ଏକତ୍ର ପୂଜା ପାଇବେ ବୋଲି ସେମାନେ ଅର୍ଜୁନଙ୍କୁ କହିଥିଲେ । ତେବେ ଏହା ତ ଥିଲା ପୌରାଣିକ ମତ ।

ଏହି ଘଟଣାକୁ ନେଇ ଏକ ଐତିହାସିକ ମତ ମଧ୍ୟ ରହିଛି । ସ୍ଥାନୀୟ ଆଦିବାସୀ ଦମ୍ପତି ଜଙ୍ଗଲକୁ ପିତ୍ତକନ୍ଦା ଖୋଜିବାକୁ ଯାଇଥିବା ବେଳେ ସେଠାରେ କନ୍ଦା ଖୋଲିବା ବେଳେ ସେଥିରୁ ଚିତ୍କାର ଶୁଭିବା ସହ ମାଟିରେ ରକ୍ତ ମଧ୍ୟ ପଡିଥିଲା । ସ୍ଵାମୀ-ସ୍ତ୍ରୀ ଦୁହେଁ ଭୟରେ ଫେରି ଯାଇଥିଲେ । ରାତିରେ ଭଗବାନ ବିଷ୍ଣୁ ଓ ଶିବ ଏକାଠି ଦେଖାଦେଇ ସେଠାରେ ହରିଶଙ୍କର ଭାବେ ଉଭା ହୋଇଥିବା କହିଥିଲେ ।

ଅନ୍ୟପଟେ ପାଟନାଗଡ ରାଜା ବୈଜୟନ୍ତ ସିଂଙ୍କୁ ମଧ୍ୟ ସ୍ଵପ୍ନାଦେଶ ଦେଇଥିଲେ । ସେବେଠାରୁ ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ଭଗବାନ ବିଷ୍ଣୁ ଓ ଶିବ ଏକତ୍ର ହରିଶଙ୍କର ଭାବେ ପୂଜା ପାଇ ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।