ସାବଧାନ ! ଏମିତି ସ୍ଵପ୍ନ ଦେଖୁଥିଲେ କାହାକୁ କୁହନ୍ତୁ ନାହିଁ, ନହେଲେ ସାରା ଜୀବନ ପସ୍ତେଇବାକୁ ପଡିବ (Vastu Tips)

ନମସ୍କାର ବନ୍ଧୁଗଣ, ମଣିଷ ଶୋଇଥିବା ସମୟରେ ଦେଖୁଥିବା ସ୍ଵପ୍ନ ସତ ହୋଇନଥାଏ ବୋଲି କିଛି ଲୋକ କହିଥାନ୍ତି । କିନ୍ତୁ ସବୁବେଳେ ମନେ ରଖିବେ ଆମେ ଦେଖୁଥିବା ସ୍ଵପ୍ନ ଆମ ଜୀବନ ସହ ଜଡିତ ଥାଏ । ଆମ ଆଗାମୀ ସମୟର ସୂଚନା ମଧ୍ୟ ଦେଇଥାଏ । ଯାହାକୁ ଆମେ ବୁଝିପାରିନଥାଉ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ସ୍ଵପ୍ନ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ ସ୍ଵପ୍ନ ଆପଣ ଦେଖିବା ପରେ ମଧ୍ୟ ଅନ୍ୟକୁ ଜଣାଇବା ଉଚିତ ହୋଇନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସ୍ଵପ୍ନ ସମ୍ପର୍କରେ ।

ପ୍ରଥମ: ଯଦି ଆପଣ ସ୍ଵପ୍ନରେ ପାଦ ଚିହ୍ନ ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ମନାଯାଏ । ଏହାର ଅର୍ଥ ହୋଇଥାଏ କି ଖୁବ ଶୀଘ୍ର ଆପଣଙ୍କ ଜୀବନରେ ରାଜଯୋଗ ଆସିବା ପାଇଁ ଯାଉଛି । ଏହି ପାଦ ଚିହ୍ନ ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ହୋଇଥାଏ । ତେଣୁ ଯଦି ଆପଣ ଏହି ସ୍ଵପ୍ନ ସମ୍ପର୍କରେ କାହାକୁ ଜଣାନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଏ ।

ଦିତୀୟ: ଯଦି ଆପଣ ସ୍ଵପ୍ନରେ ସାପ କାମୁଡିବାର କିମ୍ବା ଗୋଡାଇବାର ଦେଖନ୍ତି ତେବେ ଏହା ଶୁଭ ଫଳ ଦେଇଥାଏ ଆପଣଙ୍କୁ । ସାପ ସ୍ଵପ୍ନ ଦେଖିବା ବହୁତ ଶୁଭ ହୋଇଥାଏ । ସ୍ଵପ୍ନରେ ନାଗ ଦେଖିବାର ଅର୍ଥ ହୋଇଥାଏ କି ଆପଣଙ୍କ ପାଖକୁ ଧନ ଆଗମନ ହେବାର  ସଙ୍କେତ ଦେଇଥାଏ । ଯଦି ଆପଣ ଏହି ସ୍ଵପ୍ନ କଥା ଅନ୍ୟ କାହା ଆଗରେ କହିବେ ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଏ ।

ତୃତୀୟ: ଯଦି ଆପଣ ହାତୀ କିମ୍ବା ଘୋଡା ଉପରେ ବସିଥିବାର ଦେଖନ୍ତି ତେବେ ଏହା ଏକ ଶୁଭ ସ୍ଵପ୍ନ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କୁ ମାନ ସମ୍ମାନ ମିଳିବାକୁ ଯାଉଛି । ଏବଂ ଆପଣଙ୍କ ଜୀବନରେ ଏକ ବଡ ସଫଳତା ମିଳିବାର ସଙ୍କେତ ହୋଇଥାଏ । ଆପଣଙ୍କୁ ଅଚାନକ ବଡ ପଦ ମିଳିବାର ଯୋଗ ବନିଥାଏ । ଏହି ସ୍ଵପ୍ନ ଅନ୍ୟ କାହା ଆଗରେ ପ୍ରକାଶ କରିବା ଅନୁଚିତ ।

ଚତୁର୍ଥ: ଯଦି ଆପଣ ସ୍ଵପ୍ନରେ ନିଜର କିମ୍ବା ଅନ୍ୟ କାହାର ମୃତ୍ୟୁ ହେବାର ଦେଖନ୍ତି ତେବେ ଏହାକୁ ଶୁଭ ମନାଯାଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣ ସ୍ଵପ୍ନରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଦେଖିଥାନ୍ତି ତାଙ୍କ ଆୟୁ ବୃଦ୍ଧି ହୋଇଯାଇଥାଏ । କିନ୍ତୁ ଧ୍ୟାନ ରଖିବେ ଆପଣ ଏହି ସ୍ଵପ୍ନ ସମ୍ପର୍କରେ କାହାକୁ ମଧ୍ୟ କହିବା ଉଚିତ ହୋଇନଥାଏ ।

ପଞ୍ଚମ: ସ୍ଵପ୍ନରେ ଯଦି ଆପଣ ବାରମ୍ବାର ଭଗବାନଙ୍କ ଦର୍ଶନ କରୁଛନ୍ତି ତେବେ ଆପଣଙ୍କ ସୌଭାଗ୍ୟର ଏହା ସୂଚନା ଦେଇଥାଏ । ସ୍ଵପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ ଅନେକ ଖୁସି ଆସିବାକୁ ଯାଉଛି । ଯଦି ଆପଣ ଏହି ସ୍ଵପ୍ନ ସମ୍ପର୍କରେ ଅନ୍ୟ କାହାକୁ କୁହନ୍ତି ତେବେ ସ୍ଵପ୍ନର ପ୍ରଭାବ ନଷ୍ଟ ହୋଇଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।