ଏହି ଦୃଶ୍ୟ ଯିଏ ବି ଦେଖିବ ତା’ ମନକୁ ନିହାତି ଭାବେ କଷ୍ଟ ଲାଗିବ । ବୃଦ୍ଧା ମାଆ ବଞ୍ଚିଛନ୍ତି ଆଉ ତାଙ୍କ ଚାରିକଡେ ଭଙ୍ଗା ଇଟାଗୁଡିକ ଆଣି ଏହି ମହିଳା ଜଣକ ଲଦି ଚାଲିଛନ୍ତି । ଆପଣ ଅନୁମାନ କରି ପାରୁଥିବେ କି ବିଚିତ୍ର ମାନସିକତା ହୋଇଥିବ । ବୁଢୀ ଲୋକଟି କେବଳ କନ୍ଦିବା ଏବଂ ହାତ ଯୋଡିବା ଛଡା ଆଉ କଣ ବା କରିପାରିବ । ଆଉ କଣ ବଳ ବୟସ ଅଛି ଯେ ପୁଅ ତାଙ୍କ କଥା ମାନିବ । ଛୋଟ ଥିବାବେଳେ ସିନା କାନ ମୋଡିଦେଲେ ପୁଅ ତାଙ୍କ କଥା ମାନି ନେଉଥିଲା ।

ଏବେତ ମୁଣ୍ଡକୁ ହାତ ପାଇଲାଣି, ତେଣୁ ସ୍ତ୍ରୀ ସହ ମିଶି ବୁଢୀ ମାଆକୁ ଏମିତି ଅବସ୍ଥା କରିବାରୁ ପଛାଉନାହିଁ । ତେବେ କେବଳ ସମ୍ପତ୍ତି ପାଇଁ ମାଆକୁ ଏମିତି ହତାଦାର କରୁଛି ପୁଅ । ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଯାଇଛନ୍ତି ପୁଅ-ବୋହୂ ଏବଂ ଜନ୍ମ କଲା ମା ଉପରେ ଲଦି ଦେଇଛନ୍ତି ଇଟା । ନିଜ ଶରୀରର ବୋଝ ବି ବୋହି ପାରୁ ନଥିବା ମାଆଟି କେବଳ ହାତଯୋଡି ନେହୁରା ହୋଇ କାନ୍ଦୁଛି । ଯାଜପୁର ଜିଲ୍ଲା ଦଶରଥପୁର ଦତ୍ତପୁର ପଞ୍ଚାୟତରେ ଜନ୍ମଦାତ୍ରୀକୁ ଅସମ୍ମାନ ଦେବା ଭଳି ଏପରି ଲଜ୍ୟାଜନକ ଘଟଣା ଘଟିଛି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କ ଉପରେ ବୋହୂ ଆସି ଇଟା ଫୋପାଡୁଛନ୍ତି । ଜମିବାଡି ବିବାଦ ଓ ଭାଇ-ଭାଇ କଳହକୁ କେନ୍ଦ୍ର କରି ମାଆକୁ ଏଭଳି ଶାସ୍ତି ଦେଉଛନ୍ତି ପୁଅ-ବୋହୂ । ଗାଁର ମାଟିରାଣୀ ବେହେରାଙ୍କ ପୁଅ ଓ ତାଙ୍କ ବୋହୂ ମିଶି ଜମିବାଡି ପାଇଁ ଏଭଳି କରିଥିବାର ଚର୍ଚ୍ଚା ହେଉଛି ।
ଘଟଣାକୁ ନେଇ ମଙ୍ଗଳପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମାଆଟି ପୁଅ ଜନ୍ମ କରିଥିଲା କଣ ଏହିଦିନ ଦେଖିବାକୁ ? ଆମ ସମାଜରେ ଝିଅକୁ ହତାଦର କରି ପୁଅଟିର ପାଇବା ପାଇଁ ଦିଅଁଙ୍କ ପାଖେ କେତେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳେ । ପୁଅ ବଂଶ ରକ୍ଷା କରିବ ବୋଲି ସମସ୍ତଙ୍କ ଚିନ୍ତା ଥାଏ । କିନ୍ତୁ ଏହି ମାଆଟି ଦୁଇ ଦୁଇଟି ପୁଅ ଜନ୍ମ କରି କଣ ପାପ କରିଥିଲା ?

ଯେଉଁ ପୁଅକୁ ଜନ୍ମ କରି ମା ଖୁସି ହୋଇଥିବ ଓ କେତେ କଷ୍ଟ କରି ପାଳିପୋଷି ବଡ କରିଥିବ ଆଜି ସେହି ପୁଅମାନେ ସମ୍ପତ୍ତି ଭାଗବଣ୍ଟାକୁ ମାଆକୁ ହତାଦାର କରିବାକୁ ବି ପଛାଉ ନାହାନ୍ତି । ଏହାଠୁ ଲଜ୍ୟାଜନକ କଥା ଆଉ କଣ ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।