Interesting Odia GK : ଏମିତି କେଉଁ ଜିନିଷ ଅଛି ଯାହା ପିଲାଙ୍କୁ ଯୁବକ ଓ ଯୁବକଙ୍କୁ ବୁଢା ବନେଇ ଦିଏ ? ଉତ୍ତର ଜାଣିଥିଲେ ଶୀଘ୍ର ଦିଅନ୍ତୁ !

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ରଙ୍ଗ ମୋର କଳା, ଆଲୁଅରେ ଦେଖାଦିଏ ଆଉ ଅନ୍ଧାରରେ ଲୁଚିଯାଏ । କହିଲ ଦେଖି ମୁଁ କିଏ ?

ଉ: ଛାଇ

୨- ସାମଗ୍ରୀ ପ୍ୟାକିଙ୍ଗରେ ବ୍ୟବହୃତ ହୁଏ, ନା ମିଳାଏ ନା ସଢିଯାଏ, କେବଳ ପରିବେଶର ଚିନ୍ତା ବଢାଏ ?

ଉ: ପଲିଥିନ

୩- କେଉଁ ଫଳ ମିଠା ହୋଇଥିବା ସତ୍ତ୍ୱେ ବଜାରରେ ବିକ୍ରି ହୁଏନାହିଁ ?

ଉ: ଧୈର୍ଯ୍ୟର ଫଳ

୪- ତାହା କଣ ଯାହା ପିଲାମାନେ ଖାଇଥାନ୍ତି କିନ୍ତୁ ବିଲକୁଲ ପସନ୍ଦ କରି ନଥାନ୍ତି ?

ଉ: ବଡଙ୍କ ଠାରୁ ଗାଳି

୫- ତାହା କଣ ଯାହା ବିନା ଗୋଡରେ ଭାଗିଥାଏ, ଆଉ କେବେ ଫେରି ଆସେ ନାହିଁ ?

ଉ: ସମୟ

୬- ଏମିତି କିଏ ଅଛି, ଯାହାପାଖେ ଶୋଇବାକୁ ଖଟ ନାହିଁ, ରହିବାକୁ ଘର ନାହିଁ ଏପରିକି ତା’ ପାଖରେ ପଇସା ଟିଏ ବି ନାହିଁ । କିନ୍ତୁ ତାକୁ ସମସ୍ତେ ରାଜା କୁହନ୍ତି ?

ଉ: ସିଂହ

୭- ଦୁଇ ପୁଅ ଓ ଦୁଇ ବାପା ସର୍କସ ଦେଖିବାକୁ ଗଲେ, କିନ୍ତୁ ତାଙ୍କ ପାଖରେ କେବଳ ତିନୋଟି ଟିକେଟ ଥିଲା ହେଲେବି ସମସ୍ତେ ସର୍କସ କେମିତି ଦେଖିଲେ ?

ଉ: କାରଣ ସେମାନେ ତିନିଜଣ ହିଁ ଥିଲେ । ଜେଜେବାପା, ବାପା ଆଉ ନାତି ।

୮- କେଉଁ ଜିନିଷକୁ ମହିଳାମାନେ ଦେଖାଇକରି ଓ ପୁରୁଷମାନେ ଲୁଚେଇ ରଖି ଚାଲନ୍ତି ?

ଉ: ପର୍ସ

୯- ଆପଣ ଏକ ରେସରେ ଭାଗ ନେଇଛନ୍ତି ଓ ଦ୍ଵିତୀୟ ନମ୍ବରରେ ଥିବା ରେସରଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଆପଣ କେତେ ନମ୍ବରରେ ଅଛନ୍ତି ?

ଉ: ଦ୍ଵିତୀୟ ନମ୍ବରରେ

୧୦- ଭାବନ୍ତୁ କି ଆପଣ ଏକ ରୁମରେ ବନ୍ଦ ଅଛନ୍ତି ଓ ଆପଣଙ୍କୁ ସେଠାରୁ ବାହାରକୁ ବାହାରିବାର ଅଛି, କେମିତି ବାହାରିବେ ?

ଉ: ଭାବିବା ଛାଡି ଦିଅନ୍ତୁ

୧୧- କୁକୁଡା ଅଣ୍ଡା ଦିଏ ଆଉ ଗାଈ କ୍ଷୀର ଦିଏ, କିନ୍ତୁ ଏମିତି କିଏ ଅଛି ଯିଏ ଦୁଇଟି ଯାକ ଦିଏ ?

ଉ: ଦୋକାନୀ

୧୨- କେଉଁ ଜିନିଷ ପାଣି ପିଇବା ମାତ୍ରେ ମରିଯାଏ ?

ଉ: ଶୋଷ

୧୩- କେଉଁ ପରିବାରେ ତାଲା ଓ ଚାବି ଦୁଇଟିର ନାମ ରହିଛି ?

ଉ: ଲୌକି (ହିନ୍ଦୀରେ)

୧୪- ଯଦି ଆପଣ ଗୋଟିଏ ରୁମରେ ଆପଣଙ୍କ ପାଖେ ଗୋଟିଏ ମହମବତୀ, ଗୋଟିଏ ଲଣ୍ଠନ ଓ ଗୋଟିଏ ଦୀପ ରହିଛି, ତେବେ ସର୍ବପ୍ରଥମେ ଆପଣ କଣ ଜଣାଇବେ ?

ଉ: ଦିଆସିଲି କାଠି

୧୫- କେଉଁ ଜିନିଷକୁ ଯେତେ ଟାଣିଲେ ସେ ସେତେ ଛୋଟ ହୋଇଯାଏ ?

ଉ: ସିଗାରେଟ ବା ବିଡି

୧୬- ଏମିତି କେଉଁ ଜିନିଷ ଅଛି ଯାହା ପିଲାଙ୍କୁ ଯୁବା ଓ ଯୁବାଲୋକଙ୍କୁ ବୁଢା ବନେଇ ଦିଏ ?

ଉ: ସମୟ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।