ଏମାନେ ହେଉଛନ୍ତି ଓଡିଶାର Top 10 ଧନୀ ବ୍ୟକ୍ତି, ଏହି ଲିଷ୍ଟରେ ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ସ୍ଥାନ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ଭାରତର ସବୁଠୁ ଧନୀ ବ୍ୟକ୍ତି ରିଲାଇନ୍ସ କମ୍ପାନୀର ବର୍ତ୍ତମାନର ମାଲିକ ମୁକେଶ ଅମ୍ବାନୀଙ୍କୁ ତ ସମସ୍ତେ ଜାଣିଛନ୍ତି । ତାଙ୍କ ଘର ଆଣ୍ଟିଲିଆ ଠୁ ନେଇ ତାଙ୍କର ପ୍ରତିଟି ଜିନିଷ ଓ କାର୍ଯ୍ୟର ଖବର ସମସ୍ତେ ରଖିଥାନ୍ତି । ତାଙ୍କ କିନ୍ତୁ ଆମ ରାଜ୍ୟ ଓଡିଶାର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଓଡିଶାର ସବୁଠୁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ଓଡିଶାର ଓଡିଶାର ଟପ୍ ଟେନ୍ ଧନୀ ବ୍ୟକ୍ତିଙ୍କ ତାଲିକା ।

ଓଡିଶାର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ ହେଉଛି ଅଜିତ ଜୈନ । ଯିଏ କିଏ BERKSHIRE HATHAWAY INC. ର ଭାଇସ ଚେୟାରମ୍ୟାନ ଭାବେ କାର୍ଯ୍ୟରତ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ଦୁଇ ବିଲିୟନ ଡଲାର ବା ୧୪,୭୬୦ କୋଟି ଟଙ୍କା । ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ଏହି ତାଲିକାରେ ଦ୍ଵିତୀୟରେ ଅଛନ୍ତି ରିତେଶ ଅଗ୍ରୱାଲ । ଯିଏ କି OYO ର ସିଇଓ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧.୧ ବିଲିୟନ ଡଲାର ବା ୮,୧୧୮ କୋଟି ଟଙ୍କା ।

ଓଡିଶାର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟରେ ଅଛନ୍ତି ଇମ୍ଫା ର ଏମଡି ଏବଂ ସିଇଓ ଶୁଭକାନ୍ତ ପଣ୍ଡା । ସେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କ ଭାଇ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ଟଙ୍କା ।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ମଧୁସୂଦନ ସାହୁ । ସେ ଏମଏନସି ର ଜଣେ ଶେୟାର ହୋଲ୍ଡର ଅଟନ୍ତି ଏବଂ ଭାରତୀୟ ଇନସୋଲଭେନସି ଆଣ୍ଡ ବ୍ଯାଙ୍କରପ୍ଟସି ବୋର୍ଡର ଚେୟାରପର୍ସନ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ଟଙ୍କା । ପଞ୍ଚମରେ ହେଉଛନ୍ତି ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ୍ ର ମାଲିକ ଦିଲ୍ଲୀପ ରାୟ । ଯିଏ କି ଜଣେ ପୂର୍ବତନ କେନ୍ଦ୍ରୀୟ ନେତା ତଥା ବିଜେପି ନେତା ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୪୪୩ କୋଟି ଟଙ୍କା ।

ଛଅ ନମ୍ବରରେ ଅଛନ୍ତି ଏସଏନଏମ ଗ୍ରୁପର ପ୍ରେସିଡେଣ୍ଟ ତଥା ଚେୟାରମ୍ୟାନ ପ୍ରଦୀପ ମହାନ୍ତି ।  ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩୬୯ କୋଟି ଟଙ୍କା । ସାତ ନମ୍ବରରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଉଜ ଶ୍ରୀମତୀ ଇନ୍ଦ୍ରାଣୀ ପଟ୍ଟନାୟକ । ସେ କିଛି ଆଇରାନ ଏବଂ ମିନାରାଲ କମ୍ପାନୀର ମାଲିକାଣୀ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୩୩ କୋଟି ଟଙ୍କା ।

୮.ନଂ ରେ ହେଉଛନ୍ତି କମଲଜୀତ ସିଂ ଆଲୁୱାଲିଆ । ସେ କେ ର ମାଲିକ ଅଟନ୍ତି ଓ ତାଙ୍କ ମୋଟ ସମ୍ପତ୍ତି ହେଉଛି ୩୧୦ କୋଟି ଟଙ୍କା । 9.ନଂ ରେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଯିଏ କି ହରିଯାଣା କୋଟେଡ ପେପର୍ସ ଲିମିଟେଡର ଏମଡି ଅଟନ୍ତି । ତାଙ୍କ ମୋଟ ସମ୍ପତ୍ତି ହେଉଛି ୩୧୦ କୋଟି ଟଙ୍କା ।

ନଂ.୧୦ ରେ ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । ଯାହାଙ୍କ ମୋଟ ସମ୍ପତ୍ତି ହେଉଛି ୮୦ କୋଟି ଟଙ୍କା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାରେ ୧୧ତମ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୩ କୋଟି ଟଙ୍କା । ବିଜନେସ ଅଥର୍ ତଥା ମାଇଣ୍ଡ ଟ୍ରିର ସହ ସଂସ୍ଥାପକ ସୁବ୍ରତୋ ବାଗଚୀଙ୍କ ମୋଟ ସମ୍ପତ୍ତି ହେଉଛି ୩୬.୯୨ କୋଟି ଟଙ୍କା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ଦେଶ ବିଦେଶର ରୋଚକ ତଥ୍ୟ ସବୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।