ଏମାନଙ୍କ ପାଇଁ Virat ଵି କାନ୍ଦି ପକାଇଲେ, କହିଲେ ଏହା ହେଉଛି ଦୁନିଆର ସବୁଠୁ ସୁନ୍ଦର ଖେଳ ଚିତ୍ର… କାହିଁକି ଏମିତି କହିଲେ Virat Kohli ? ଦେଖନ୍ତୁ Video

ତୁମକୁ ମିସ୍ କରିବି ରଜର । ଏହି କୋଟ୍ ବି ତୁମକୁ ମିସ୍ କରିବ । ମୁ ଚାହୁଁଥିଲି ଏହି ଦିନଟି କେବେ ନ ଆସୁ । ହେଲେ ଆଜି ଭାରି ଦୁଃଖ ଲାଗୁଛି । ଏହି ଦୁଇ ଖାସ୍ ବ୍ୟକ୍ତିଙ୍କୁ ଆପଣ ନିଶ୍ଚୟ ଦେଖିଥିବେ ଓ ଜାଣିଥିବେ ମଧ୍ୟ । ତଥାପି କହୁରଖୁଛୁ ଯେ ଏମାନେ ହେଉଛନ୍ତି ରଜର ଫେଡରର ଓ ରାଫେଲ ନାଡାଲ । ଦୁଇଜଣ ବସି କାନ୍ଦୁଥିବାର ଏହି ଫଟୋଟି ଏବେ ଖୁବ ଭାଇରାଲ ହେଉଛି । ଆଉ ସମସ୍ତେ ଏମାନଙ୍କୁ ଦେଖି କହୁଛନ୍ତି ଇଏ ହେଉଛି ଏହା ହେଉଛି ଦୁନିଆର ସବୁଠୁ ସୁନ୍ଦର ଫଟୋ ।

ତେବେ ଏହି ଫଟୋଟି ହେଉଛି 31 ବର୍ଷୀୟ ଟେନିସ ତାରକା ରଜର ଫେଡେରରଙ୍କ ଅବସର ନେବା ସମୟ ଦୃଶ୍ୟ । ଅବସର ସମୟରେ ତ ସମସ୍ତଙ୍କୁ ଦୁଃଖ ଲାଗେ ଆଉ ଆଖିରୁ କେଇ ବୁନ୍ଦା ଲୁହ ବି ଝରିପଡେ । ହେଲେ ଆପଣ ଭାବୁଥିବେ ଏମିତି କଣ ଅଛି ଫଟୋରେ ଯେ ଏହା ଦୁନିଆର ସବୁଠୁ ସୁନ୍ଦର ଫଟୋ ହେଲା ! ତେବେ କ୍ରିକେଟ ତାରକା ବିରାଟ କୋହଲିଙ୍କ ଏହି ପୋଷ୍ଟ ଦେଖି ନିଅନ୍ତୁ । ସେ ଲେଖିଛନ୍ତି, “କିଏ ଜାଣିଥିଲା କି ପ୍ରତିଦ୍ଵନ୍ଦୀ ମାନେ ପରସ୍ପର ପ୍ରତି ଏପରି ଅନୁଭବ କରିପାରିବେ ?

ଏହା ହିଁ ଯେକୌଣସି ଖେଳର ପ୍ରକୃତ ସୁନ୍ଦରତାକୁ ଦର୍ଶାଉଛି । ଏହା ହେଉଛି ମୋ ପାଇଁ ସବୁଠୁ ସୁନ୍ଦର ଖେଳ ଚିତ୍ର । ” ରାଫେଲ ଓ ରଜର ଦୁନିଆର ସବୁଠୁ ବଡ ରାଇଭାଲ ବା ପ୍ରତିଦ୍ଵନ୍ଦୀ ଭାବେ ବେଶ ଜଣାଶୁଣା । କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଯେମିତି ଇଣ୍ଡିଆ ପାକିସ୍ତାନ ମ୍ଯାଚ ଠିକ ସେମିତି ଟେନିସ ଫ୍ୟାନ୍ସଙ୍କ ପାଇଁ ରଜର- ରାଫେଲ ମ୍ଯାଚ ହୋଇଥାଏ ।

ଏହି ଦୁଇଜଣ ମ୍ଯାଚ ଖେଳୁଥିବା ବେଳେ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଲୋକଙ୍କ ମନରେ ଏକ ଅଲଗା ପ୍ରକାର ଉତ୍ସାହ ରହୁଥିଲା । ଆଉ ସବୁଠାରୁ ବଡ ପ୍ରତିଦ୍ଵନ୍ଦୀଙ୍କ ଅବସର ସମୟରେ ରାଫେଲ କେମିତି ବା ସମ୍ଭାଳି ପାରିଥାନ୍ତେ । ରଜରଙ୍କୁ ଟେନିସ କୋଟ୍ ରୁ ବିଦାୟ ଦେବା ବେଳେ ରାଫେଲଙ୍କ ଆଖିରୁ ଲୁହ ସରୁ ନଥିଲା ।

ସତରେ ଦୁଇ ବଡ ପ୍ରତିଦ୍ଵନ୍ଦୀଙ୍କ ମନରେ ଏଭଳି ଭଲପାଇବା ସବୁଠୁ ବଡ ଉଦାହରଣ । ଏହି ଦୁଇଆ ମହାନ ଖେଳାଳିଙ୍କୁ ସାଲ୍ଯୁଟ ଓ ରଜରଙ୍କୁ ତାଙ୍କର ଆଗାମୀ ଜୀବନ ପାଇଁ ଢେର ସାରା ଶୁଭେଚ୍ଛା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।