Sumit-Tapaswini ମାମଲା, ଆଜି କୋର୍ଟରେ ଥିଲା ଶୁଣାଣି, କଣ ଏକାଠି ହେବେ କି ଏହି ଦମ୍ପତ୍ତି ?

ବ୍ରହ୍ମପୁର ଦମ୍ପତ୍ତି ଡାକ୍ତର ସୁମିତ କୁମାର ସାହୁ ଏବଂ ତପସ୍ଵିନୀ ଦାଶଙ୍କର ବୈବାହିକ ବିବାଦ ମାମଲାକୁ ନେଇ ଆଜି ଏସଡ଼ିଜେଏମ କୋର୍ଟରେ ଶୁଣାଣି ରହିଛି । ତପସ୍ଵିନୀଙ୍କ ଦ୍ଵାରା ଦାୟର କରା ଯାଇଥିବା ପିଟିସନର ଆଜି ଶୁଣାଣି କରିବେ କୋର୍ଟ । ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ଏସଡ଼ିଜେଏମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ତପସ୍ଵିନୀ । ଏପଟେ ଦୀର୍ଘ ୧୪ଦିନ ପରେ ମୁହଁ ଖୋଲିଛନ୍ତି ସ୍ଵାମୀ ସୁମିତ । ସେ ଏକ ଅଡିଓ ମାଧ୍ୟମରେ କହିଛନ୍ତି ଯେ, ତପସ୍ଵିନୀ ତାଙ୍କର ଓ ତାଙ୍କ ପରିବାର ନାଁରେ ଅଯଥା ବଦନାମ କରୁଛନ୍ତି ।

ସୁମିତ କହିଛନ୍ତି ଯେ ସେ କେଉଁ ଆଡେ ଫେରାର ହୋଇନାହାନ୍ତି । ବରଂ ତାଙ୍କ ଅସୁସ୍ଥତା ପାଇଁ ସେ ଛୁଟି ନେଇଛନ୍ତି । ଆଉ କୋର୍ଟଙ୍କ ରାୟ ଅନୁସାରେ ସେ ଭଡାଘର ମଧ୍ୟ ଖୋଜୁଛନ୍ତି । ଉଭୟ ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥ ଥିବାରୁ ସେ ଛୁଟିରେ ଅଛନ୍ତି ବୋଲି କହିଛନ୍ତି । ତେବେ ସୁମିତ ଦଶଦିନରୁ ଅଧିକ ସମୟ ଛୁଟିରେ ରହିଥିବାରୁ ତାଙ୍କ ଦରମା ମଧ୍ୟ କାଟି ଦିଆଯାଇଛି । ଅନ୍ୟପଟେ ଆସିକା ଚିନିଶିଳ୍ପ ଗେଷ୍ଟହାଉସର ଖର୍ଚ୍ଚ ବହନ କରିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ତପସ୍ଵିନୀ ।

ଯାହାଫଳରେ ସେ ଗେଷ୍ଟହାଉସ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ସୁମିତ ତାଙ୍କ ବାପାଙ୍କ ଆଦେଶ ପାଳନ କରୁଛନ୍ତି । ତେବେ ଏନେଇ ପ୍ରଶ୍ନ ଉଠୁଛି କି ବାପାଙ୍କ ଆଦେଶ ଏବଂ ସ୍ତ୍ରୀର ଦାୟିତ୍ଵ ଆଗରେ ସୁମିତ କେଉଁ ଦାୟିତ୍ଵ ପ୍ରଥମେ ବହନ କରିବା ଉଚିତ୍ ? ଜଣେ ପୁଅର ଦାୟିତ୍ଵ ତୁଲାଇବା ସହ ସୁମିତଙ୍କୁ ସ୍ଵାମୀର ଦାୟିତ୍ଵ ମଧ୍ୟ ତୁଲାଇବାକୁ ପଡିବ । ଯାହା ଏବେ ସବୁଆଡେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ସୁମିତ ଯେଉଁ ଛାଡପତ୍ର ଆବେଦନ ଦାଖଲ କରିଛନ୍ତି ସେଥିରେ ତପସ୍ଵିନୀଙ୍କ ଚରିତ୍ର ସଂହାର କରିନାହାନ୍ତି କି ଅନ୍ୟ କୌଣସି ବଡ କାରଣ ମଧ୍ୟ ଉଲ୍ଲେଖ କରିନାହାନ୍ତି । ଅନ୍ୟପଟେ ତପସ୍ଵିନୀ ମଧ୍ୟ ସ୍ଵାମୀଙ୍କ ବିରୋଧରେ କୌଣସି ଗୁରୁତର ଅଭିଯୋଗ ଆଣିନାହାନ୍ତି, ବରଂ ସ୍ଵାମୀଙ୍କ ସହ ରହିବା ପାଇଁ ହିଁ ତାଙ୍କର ଲଢେଇ ଜାରି ରଖିଛନ୍ତି । ଏଥିରୁ କେଉଁଠି ନା କେଉଁଠି ସ୍ପଷ୍ଟ ହେଉଛି ଯେ ଉଭୟ ପରସ୍ପରକୁ ଚାହୁଁଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଉଭୟ ଉଭୟଙ୍କୁ ଚାହୁଁଥିବା ସତ୍ତ୍ୱେ କିଏ ଚାପ ପ୍ରୟୋଗ କରୁଛି ? କିଏ ପ୍ରତିବନ୍ଧକ ସୃଷ୍ଟି କରୁଛି ଯେ ଉଭୟଙ୍କ ମଧ୍ୟରେ ଦୂରତା ବଢିଚାଲିଛି ? ଏସବୁ ମଧ୍ୟରେ ମାନନୀୟ କୋର୍ଟ ଆଜି କଣ ଶୁଣାଣି କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।