ଏକା ସହିତ 3-3 ଟା ସ୍ତ୍ରୀଙ୍କୁ ଧୋକା ଦେଉଥିଲା ସ୍ତ୍ରୀ, ମାତ୍ର ଏହି ଗୋଟିଏ ଭୁଲ କରିଦେଲା ସବୁ ଖେଳର ପର୍ଦାଫାସ !

ଝାରଖଣ୍ଡ ରାଜ୍ୟର ଜଣେ ଯୁବକ ୩ – ୩ ଟି ବିବାହ କରିସାରିଥିଲା ଓ ୩ ଜଣ ସ୍ତ୍ରୀକୁ ମ୍ୟାନେଜ ବି କରୁଥିଲା । କାହା ସହିତ ରାତିରେ ରହୁଥିଲା ତ କାହା ସହିତ ଦିନରେ ରହୁଥିଲା । ଏତିକି ନୁହେଁ ସେ ଗୋଟିଏ ସ୍ତ୍ରୀକୁ ତାର ଗାଁରେ ରଖିଥିଲା । କିନ୍ତୁ ତାର ଏହି ଚାଲାକି ଅଧିକ ଦିନ ପର୍ଯ୍ୟନ୍ତ ଲୁଚି ରହି ପାରିଲା ନାହିଁ ଓ ତାର ଗୋଟିଏ ଭୁଲ ଯୋଗୁ ତାର ଏହି ଲୁଚକାଳି ଖେଳ ସାମ୍ନାକୁ ଆସିଗଲା ।

ଗିରିଡୀହର ଘୋଡଥଂବା ଓପୀର ମରପୋକାର ନିବାସୀ ସିକନ୍ଦର ବିଶ୍ୱକର୍ମା ଝିଅମାନଙ୍କୁ ଫସାଇ ବାହା ହେଉ ଥିଲା ଓ ତାଙ୍କ ସହିତ ମୌଜ ମସ୍ତି କରୁଥିଲା । ସେ ପ୍ରଥମେ ବିବାହିତ ଥିଲା ଓ ତାର ପ୍ରଥମ ପତ୍ନୀ ବାସନ୍ତୀ ମାରକୋପା ଗାଁରେ ରହୁଥିଲା । ପ୍ରଥମ ପତ୍ନୀ ଠାରୁ ସିକନ୍ଦରକୁ ତିନୋଟି ସନ୍ତାନ ଅଛି ।

କହିବାକୁ ଗଲେ ସିକନ୍ଦର ଦିଲ୍ଲୀରେ ଏକ କମ୍ପାନୀରେ ୧୫ ବର୍ଷ ହେବ ଚାକିରି କରୁଥିଲା । ଏଠି ସେ କାମ କରୁଥିବା ରଜନୀ ନାମକ ଗୋଟିଏ ଝିଅକୁ ନିଜ ପ୍ରେମ ଜାଲରେ ଫସାଇ ନେଇ ଥିଲା ଓ ୨୦୧୪ରେ ତା ସହିତ ବିବାହ ବି କରି ନେଲା । ସିକନ୍ଦର ପୁଣି ଥରେ ଅଞ୍ଜଲି ନାମକ ଗୋଟିଏ ଝିଅକୁ ଫସାଇ ୨୦୨୦ରେ ବିବାହ କରି ଥିଲା । ସିକନ୍ଦର ତିନି ଜଣ ସ୍ତ୍ରୀକୁ ବହୁତ ଚାଲାକିରେ ମ୍ୟାନେଜ କରୁଥିଲା । ଅଞ୍ଜଲି ଓ ରଜନୀ ଦୁଇ ଜଣ ଦିଲ୍ଲୀରେ ରହୁଥିଲେ ।

ଦୁଇ ଜଣଙ୍କୁ ସନ୍ଦେହ ନ ହେଉ ସେଥିପାଇଁ ସେ ଦୁଇ ଜଣଙ୍କୁ ହିଁ ସମୟ ଦେଉ ଥିଲା । କିନ୍ତୁ ଅନ୍ୟ ପଟେ ଗାଁରେ ଥିବା ପତ୍ନୀ ଏହି ବିଷୟରେ କିଛି ବି ଜାଣି ନ ଥିଲା । କିନ୍ତୁ ତାର ଏହି ସତ ଅଧିକ ଦିନ ପର୍ଯ୍ୟନ୍ତ ଲୁଚି ରହି ପାରିଲା ନାହିଁ । କିଛି ଦିନ ତଳେ ସିକନ୍ଦର ନିଜର ମୋବାଇଲ ରଜନୀ ପାଖରେ ଭୁଲି ଯାଇ ଥିଲା । ଏହି ଫୋନରେ ସେ ଗୋଟିଏ ରେକର୍ଡିଂ ଶୁଣିନେଲା ଯେଉଁଥିରେ ସେ ନିଜର ପତ୍ନୀ ବାସନ୍ତୀ ସହ କଥାବାର୍ତ୍ତା କରୁଥିଲା । ରଜନୀ ନିଜର ଶଶୁର ଘରକୁ ପହଞ୍ଚି ଗଲା ଯେଉଁଠି ସିକନ୍ଦରର ସତ ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲା ।

ସିକନ୍ଦର ଗାଁ କୁ ପହଞ୍ଚି ରଜନୀ ଜାଣି ପାରିଲା କି ତାର ସ୍ଵାମୀର ଦୁଇଟି ପତ୍ନୀ ଅଛନ୍ତି ଓ ସେ ତାର ତୃତୀୟ ପତ୍ନୀ ଏବଂ ତାର ତିନୋଟି ସନ୍ତାନ ବି ଅଛି । ଅନ୍ୟ ପଟେ ସିକନ୍ଦରର ଏହି ଘଟଣା ପୁରା ଗାଁରେ ନିଆଁ ଭଳି ବ୍ୟାପି ଗଲା । କେତେକ ଲୋକମାନେ ତାକୁ ଗାଳି ଗୁଲଜ ଦେଉଛନ୍ତି ତ କେତେକ ଲୋକମାନେ ତାର ଥଟ୍ଟା କରୁଛନ୍ତି ।