ତାମିଲନାଡୁର କୁନନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେହକୁ ଦୋହଲାଇ ରଖି ଦେଇଛି । ଏହି ଭୟାନକ ହେଲିକପ୍ଟର ଦୁର୍ଘଟଣାରେ ଦେଶ ନିଜର ପ୍ରଥା ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ୧୩ଜଣ ସାହାସୀ ଯୋଦ୍ଧାଙ୍କୁ ହରାଇଛି । ତେବେ ହେଲିକପ୍ଟରରେ ଯାତ୍ରା କରୁଥିବା ୧୪ ଜଣଙ୍କ ମଧ୍ୟରୁ କେବଳ ଗ୍ରୁପ କ୍ଯାପଟେନ ବରୁଣ ସିଂଙ୍କ ଜୀବନ ବଞ୍ଚିଯାଇଛି । କ୍ଯାପଟେନ ସିଂ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ।

ଇତିମଧ୍ୟରେ ତାଙ୍କର ଏକ ଚିଠି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କ୍ଯାପଟେନ ବରୁଣ ସିଂ ୧୮ ସେପ୍ଟେମ୍ବର ୨୦୨୧ରେ ନିଜ ସ୍କୁଲକୁ ଏକ ଚିଠି ଲେଖିଥିଲେ । ଏହି ଚିଠି ସେ ଆର୍ମି ପବ୍ଲିକ ସ୍କୁଲ ଚଣ୍ଡୀ ମନ୍ଦିରର ପ୍ରିନ୍ସପାଲଙ୍କୁ ଲେଖିଥିଲେ ,ଯେଉଁଠାରେ ସେ ନିଜ ସ୍କୁଲ ପାଠପଢା ସମ୍ପନ୍ନ କରିଥିଲେ । ପାଠପଢାରେ ଆଭରେଜ୍ ଥିବା ପିଲାମାନଙ୍କୁ ସମ୍ବୋଧିତ କରି ସେ ଏହି ଚିଠି ଲେଖିଥିଲେ ।
ବୀରତା ପୁରସ୍କାର ଏବଂ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଗ୍ରୁପ କ୍ଯାପଟେନ ବରୁଣ ସିଂ ଏହି ପତ୍ରରେ ଲେଖିଛନ୍ତି କି, ପାଠପଢାରେ ଆଭରେଜ୍ ହେବା ଠିକ୍ ଅଟେ । ପ୍ରତ୍ଯେକ ଛାତ୍ର ସ୍କୁଲରେ ଉତ୍କୃଷ୍ଟ ହୋଇ ପାରିବେନି କିମ୍ବା ୯୦% ଆଣି ପାରିବେନି । ଯଦି ଆପଣ ଏତିକି ନମ୍ବର ଆଣି ପାରୁଛନ୍ତି ତେବେ ଖୁବ୍ ଭଲ କଥା, ଏହାକୁ ପ୍ରଶଂସା କରାଯିବା ଦରକାର । କିନ୍ତୁ ଏଭଳି ନୁହେଁ ଯେ ଆପଣ ଆଭରେଜ୍ ଅଟନ୍ତି ବୋଲି ନିଜକୁ କମ୍ ମନେ କରିବେ ।

କାରଣ ସ୍କୁଲରେ ଅଧିକ ନମ୍ବର ଆଣିବା ଜୀବନରେ ଆସୁଥିବା ସବୁ ସମସ୍ଯାକୁ ସାମନା କରିବା ପାଇଁ ଯଥେଷ୍ଟ ନୁହେଁ । କ୍ୟାପଟେନ ସିଂ ଏହି ପତ୍ରରେ ଆହୁରି ଲେଖିଛନ୍ତି ଯେ, ଯେତେବେଳେ ମୁଁ ଯୁବ କ୍ୟାଡେଟ ଥିଲି ସେତେବେଳେ ମୋ କନଫିଡେଣ୍ଟ ବହୁତ କମ୍ ଥିଲା । ଯେବେ ମୁଁ ଫାଇଟର ସ୍କାର୍ଡନରୁ ଜଣେ ଯୁବକ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବରେ କମିଶନ ହେଲି ମୋତେ ଲାଗିଥିଲା ଯଦି ଏଥିରେ ନିଜ ମନ ଲଗାଏ ତେବେ ଖୁବ୍ ଭଲ କରିପାରିବି । ସେହିଦିନ ଠାରୁ ମୁଁ ସର୍ବଶ୍ରେଷ୍ଠ ହେବା ପାଇଁ କାମ ଆରମ୍ଭ କରି ଦେଇଥିଲି ।
ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ଜଣେ କ୍ୟାଡେଟ ଭାବେ ମୁଁ ପାଠପଢାରେ ସେତେ ଭଲ ନଥିଲି । କିନ୍ତୁ ପରେ ବିମାନ ପ୍ରତି ମୋର ଖୁବ୍ ଆଗ୍ରହ ବଢିଥିଲା । ମୋତେ ମୋ ନିଜର ବାସ୍ତବିକ କ୍ଷମତା ଉପରେ ଭରସା ନଥିଲା । ଏହି ପତ୍ରରେ କ୍ଯାପଟେନ ସିଂ ଶୌର୍ଯ୍ୟ ଚକ୍ର ସମ୍ମାନ ମିଳିବାର ସବୁ ଶ୍ରେୟ ନିଜ ସ୍କୁଲକୁ ଦେଇଥିଲେ । ଆପଣଙ୍କୁ କ୍ଯାପଟେନ ସିଂଙ୍କ ଏହି ଚିଠି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।