ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଫିଲ୍ମ “ଦମନ” ର ପୁରା ଟିମ୍ ବାବୁଶାନଙ୍କ ସହ ଥିବା ବେଳେ ସ୍ତ୍ରୀ ତୃପ୍ତି ଶତପଥୀ ମଧ୍ୟ ତାଙ୍କ ସହ ଥିଲେ । କିନ୍ତୁ କୌଣସି କାର୍ଯ୍ୟବ୍ୟସ୍ତ ଯୋଗୁଁ ତୃପ୍ତି କିଛି ସମୟ ପାଇଁ ତାଙ୍କ ଠାରୁ ଟିକେ ଦୂରେଇ ଯାଇଛନ୍ତି । ଆଉ ବାବୁଶାନ ତାଙ୍କୁ ଆଖି ଆଗରେ ନପାଇ କେମିତି ଏଣେତେଣେ ଖୋଜି ପକାଉଛନ୍ତି ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ।
ଦମନ ଫିଲ୍ମକୁ ନେଇ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ସେ ଉତ୍ତର ନଦେଇ ସ୍ତ୍ରୀ ତୃପ୍ତିଙ୍କୁ ଖୋଜୁଛନ୍ତି । ବାବୁଶାନଙ୍କ କହିବା ଅନୁଯାୟୀ ତୃପ୍ତି କାଲି ତାଙ୍କ ପାଖରେ ଥିଲେ, ଆଜି ବି ଅଛନ୍ତି ଆଉ ଆଜୀବନ ତାଙ୍କ ସହ ରହିବେ । ଆଉ କେବେବି ତୃପ୍ତିଙ୍କୁ ମୁଁ ମୋ ପାଖରୁ ଦୂରେଇ ଦେବିନି କି ପୁଅ ଗୁଆନକୁ ବାପା ସ୍ନେହରୁ ବଞ୍ଚିତ କରିବିନି । ସେମାନଙ୍କୁ ଆଉ କେବେବି ମୋ ବାପାମା’ଙ୍କ ପକ୍ଷରୁ ଦୂରେଇ ଦେବିନି ।
ବାପାମା’ଙ୍କ କଥା ମାନିବି ଆଉ ଭୁଲ କରିବିନି । ମୁଁ କଥା ଦେଉଛି ତୃପ୍ତିକୁ ଛାଡି ଆଉ କେବେବି ରହିବିନି । କାରଣ ସବୁ ରାଗ ଅଭିମାନ ଭୁଲି ତୃପ୍ତି ଯେଉଁଭଳି ଭାବେ ମୋର ଯତ୍ନ ନେଲା ତାହା ମୁଁ କେବେବି ଭୁଲି ପାରିବିନି । ଆଉ ମୋତେ ମେଡିକାଲରୁ ଘରକୁ ନେବା ପାଇଁ ମୋ ସ୍ତ୍ରୀ ତୃପ୍ତି ଆସିଛି । ମୁଁ ଘରକୁ ଯାଉଛି ।
ଏହିସବୁ କଥା ବାବୁଶାନ କହିଥିବାର ଶୁଣିବାକୁ ମିଳୁଛି । ଆଜିକୁ ପ୍ରାୟ ଆଠ ଦିନ ହେବ ବାବୁଶାନ ମହାନ୍ତି ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ଫିଲ୍ମ ଦମନ ର ପ୍ରମୋଶନ କରିବା ପାଇଁ ରାଇଡିଂ ଫର୍ ଦମନ ଅଭିଯାନରେ ପୁରା ଟିମ୍ ସହ ସେ ଲଦାଖ ଯାଇଥିଲେ । ହେଲେ ସେଠାରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା । କାରଣ ଅଧିକ ବାଇକ ଚାଳନା ଯୋଗୁଁ ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ବର ଫେରିଥିଲେ ବାବୁଶାନ ।
କିନ୍ତୁ ତାଙ୍କ ଦେହ ପୁଣି ଥରେ ଖରାପ ହେବାରୁ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ସ୍ତ୍ରୀ ତୃପ୍ତି ସବୁ ରାଗ ଅଭିମାନ ଭୁଲି ସ୍ଵାମୀ ବାବୁଶାନଙ୍କ ପାଖକୁ ଆସିଥିଲେ । ଆଉ ସ୍ତ୍ରୀଙ୍କୁ ପାଖରେ ପାଇ ଆଉ ଦୂରେଇ ଦେବାକୁ ଚାହୁଁ ନଥିବା ବାବୁଶାନ ପ୍ରତି ମୂହୁର୍ତ୍ତରେ ତାଙ୍କୁ ଖୋଜି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।