ରୋଷେଇ ଘରେ ଏହିଭଳି ରଖନ୍ତୁ ତାୱା ବଦଳିଯିବ ଆପଣଙ୍କର ଭାଗ୍ୟ, ଧନର କୌଣସି ଅଭାବ ରହିବ ନାହିଁ

ସମସ୍ତଙ୍କ ଘରେ ତାୱାର ବ୍ୟବହାର କରାଯାଏ । ତାୱାରେ ହିଁ ରୁଟି ପ୍ରସ୍ତୁତ କରାଯାଏ । ଆପଣ କେଉଁଭଳି ଭାବରେ ତାୱାର ବ୍ୟବହାର କରୁଛନ୍ତି ଏହାର ସିଧା ପ୍ରଭାବ ଆପଣଙ୍କ ଓ ଆପଣଙ୍କ ଘର ଉପରେ ପଡିଥାଏ । ଯଦି ଆପଣ ଘରେ ତାୱାକୁ ସଠିକ ରୂପରେ ରଖୁଛନ୍ତି ତେବେ ଆପଣଙ୍କର ଜୀବନରେ ଧନ ଏବଂ ଖୁସିରେ କେବେ ବି ଅଭାବ ହେବ ନାହିଁ । ତାୱା ରାହୁ ଗ୍ରହର ପ୍ରତିନିଧିତ୍ଵ କରିଥାଏ । ସେଥିପାଇଁ ଏହାକୁ ସଫା ନ ରଖିବା ଦ୍ଵାରା ରାହୁର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ।

ରୋଷେଇ ଘରେ ଏହିଭଳି ଭାବରେ ରଖନ୍ତୁ ତାୱାକୁ ବଦଳି ଯିବ ଆପଣଙ୍କର ଭାଗ୍ୟ

ସବୁବେଳେ ସଫା ତାୱାର ବ୍ୟବହାର କରନ୍ତୁ

ଆପଣ ଯେତେବେଳେ ବି ତାୱାର ବ୍ୟବହାର କରୁଛନ୍ତି ତେବେ ତାୱାକୁ ସଫା କରି ବ୍ୟବହାର କରନ୍ତୁ । ପ୍ରାୟତଃ କେତେ ଥର ଲୋକମାନେ ଖରାପ ତାୱା ଉପରେ ହିଁ ରୁଟି ପ୍ରସ୍ତୁତ କରିଥାନ୍ତି । ଏହିଭଳି କରିବା ଦ୍ଵାରା ଏହାର ସିଧା ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

ସକାଳେ ସର୍ବେ ପ୍ରଥମେ ତାୱାକୁ ସଫା କରନ୍ତୁ

ସକାଳେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତାୱାକୁ ନିଶ୍ଚିତ ସଫା କରନ୍ତୁ , ଯଦି ତାହା ସଫା ଥିବ ତଥାପି ତାହାକୁ ଧୋଇ ଦିଅନ୍ତୁ ।

ରାତିରେ ବି ସଫା କରନ୍ତୁ ତାୱାକୁ

ରାତିରେ ଖାଦ୍ୟ ପ୍ରସ୍ତୁତ କରିବା ପରେ ତାୱାକୁ ସବୁବେଳେ ସଫା କରି ରଖନ୍ତୁ । ଏହା ସହିତ ରୋଷେଇ ଘରକୁ ମଧ୍ୟ ସଫା କରନ୍ତୁ । ଏହା ନ କରିବା ଦ୍ଵାରା ଘରର ଶାନ୍ତି ଉପରେ ପ୍ରଭାବ ପଡିଥାଏ ।

ତାୱା ଉପରେ ପକାନ୍ତୁ ଲୁଣ

ପ୍ରଥମେ ପାଣିରେ ଲୁଣ ପକାଇ ତାହାକୁ ଗରମ କରି ଦିଅନ୍ତୁ ଏବଂ ସେହି ଗରମ ପାଣିରେ ଏକ କପଡା ସାହାର୍ଯ୍ୟରେ ତାୱାକୁ ସଫା କରନ୍ତୁ । ଏହା କରିବା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରେ ନାହିଁ ।

ଲୁଚାଇ ରଖନ୍ତୁ ତାୱା

ସବୁବେଳେ ତାୱାକୁ ଲୁଚାଇ ରଖନ୍ତୁ ଯାହା ଦ୍ଵାରା ଏହା ଉପରେ କାହାର ନଜର ପଡିବ ନାହିଁ । ସବୁବେଳେ ତାୱାକୁ ସିଧା ରଖନ୍ତୁ ।

ଗରମ ତାୱା ଉପରେ ପାଣି ଢାଳନ୍ତୁ ନାହିଁ

କୁହଯାଏ କି ଗରମ ତାୱାରେ ପାଣି ପକାଇବା ଦ୍ଵାରା ତାହା ଅଶୁଭ ହୋଇଥାଏ । ସେଥିପାଇଁ ଏହିଭଳି କରିବା ଉଚିତ ନୁହେଁ ।