ନମସ୍କାର ବନ୍ଧୁଗଣ, ଘରର କିଛି ଜିନିଷ ଉପହାର ସ୍ୱରୂପ ହେଉ ବା ଦାନ ସ୍ୱରୂପ ହେଉ ଅନ୍ୟକୁ ଦେବା ଉଚିତ ହୋଇନଥାଏ । କାରଣ ସେହି ଜିନିଷ ସହ ଆପଣଙ୍କ ଘରର ସୁଖ ସମୃଦ୍ଧି ମଧ୍ୟ ଘର ଛାଡି ଚାଲିଯାଇଥାଏ । କାହିଁକି ନା ସେହି ଜିନିଷ ସହ ଆପଣଙ୍କ ଘରର ସୁଖ ଶାନ୍ତି ଏବଂ ସମୃଦ୍ଧି ଯୋଡି ହୋଇ ରହିଥାଏ । ତେଣୁ ଆପଣ ମାନଙ୍କୁ ନିହାତି ଭାବରେ ଜାଣିବା ଉଚିତ କି ଘରର କେଉଁ ଜିନିଷ ଅନ୍ୟକୁ ଦେବା ଅନୁଚିତ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ପ୍ରଥମ: ଘରର ମହିଳା ମାନଙ୍କ ଗହଣା ବା ଅଳଙ୍କାର କାହାକୁ ମଧ୍ୟ ଦାନରେ ହେଉ ବା ପିନ୍ଧିବାକୁ ହେଉ ଦେବା ଅନୁଚିତ । କାରଣ ଗହଣାକୁ କିଣିବା ପରେ ପ୍ରଥମେ ସେହି ଗହଣାକୁ ମାତା ଲକ୍ଷ୍ମୀଙ୍କ ପାଖରେ ପୂଜା କାରାଯାଇଥାଏ । ତେଣୁ ଆପଣ ଆପଣଙ୍କ ଘରୁ ସ୍ତ୍ରୀଙ୍କ ଗହଣା ଅନ୍ୟକୁ ଦେବା ଦ୍ଵାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି । ବିବାହିତା ମହିଳା ଖାସ କରି ନିଜର ମଙ୍ଗଳସୂତ୍ର, ପାଉଁଜି ଏବଂ ଅଣ୍ଟା ବିଛା କାହାକୁ ଦେବା ଉଚିତ ନୁହେଁ ।
ଦିତୀୟ: ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମନାଯାଏ ତେଣୁ ଆପଣଙ୍କ ଘରେ ବ୍ୟବହୃତ ହେଉଥିବା ଝାଡୁ କାହାକୁ ମଧ୍ୟ ଦେବା ଉଚିତ ହୋଇନଥାଏ । ଖରାପ ହୋଇଯାଇଥିବା ଯାଇଥିବା ଝାଡୁକୁ ବାହାରେ ଫୋପାଡିବା ମଧ୍ୟ ଅନୁଚିତ । କାରଣ ଏପରି କରିବା ଫଳରେ ଅନ୍ୟ କେହି ଏହାକୁ ଉଠାଇ ନେଇ ବ୍ୟବହାର କରିବାର ଆଶଙ୍କା ରହିଥାଏ । ତେଣୁ ଆପଣ ଏହାକୁ ପାଣିରେ ବିସର୍ଜନ କରିଦେବା ଉଚିତ ।
ତୃତୀୟ: ସୂର୍ଯ୍ୟ ଅସ୍ତ ହେବା ପରେ କ୍ଷୀର, ଦହି, ଚାଉଳ ଏବଂ ଅଟା ଭଳି ଧଳା ରଙ୍ଗର ଜିନିଶା କାହାକୁ ମଧ୍ୟ ଦାନ ଦେବା ବା ଊଧାର ଦେବା ଅନୁଚିତ । ଏହାକୁ ଦାନ କରିବା ଫଳରେ ଆପଣଙ୍କ ଘରୁ ସକାରାତ୍ମକ ଊର୍ଜା ନଷ୍ଟ ହୋଇଯାଇଥାଏ । ଖାସ କରି ଲୁଣକୁ ଭୁଲରେ ମଧ୍ୟ କାହାକୁ ଦେବା ଉଚିତ ନୁହେଁ ।
ଚତୁର୍ଥ: ଆପଣଙ୍କ ସ୍ତ୍ରୀ ପାଖରେ ଆପଣ ରଖିଥିବା ସଞ୍ଚୟ ଧନକୁ କାହାକୁ ମଧ୍ୟ ଉଧାର ଦେବା ଅନୁଚିତ । ଯଦି ଆପଣ କାହାକୁ ବି ଆପଣଙ୍କ ସ୍ତ୍ରୀଙ୍କ ପାଖରେ ଥିବା ଧନ ଉଧାର ଦିଅନ୍ତି ତେବେ ଆପଣଙ୍କୁ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି । ଏବଂ ଭବିଷ୍ୟତରେ ଆପଣଙ୍କୁ ପଇସା ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
ପଞ୍ଚମ: ଆପଣ ବ୍ୟବହାର କରୁଥିବା ବେଲଣା ପଟା ଏବଂ ତାୱା କାହାକୁ ମଧ୍ୟ ଦେବା ଉଚିତ ହୋଇନଥାଏ । ଅନ୍ୟକୁ ଏହା ଦେବା ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ତାଙ୍କ ସହ ଚାଲିଯାଇଥାଏ । ଏବଂ ଏହା ଆପଣଙ୍କ ଦୁର୍ଭାଗ୍ୟର କାରଣ ହୋଇଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।