ଏହି ପ୍ରାଣୀମାନଙ୍କୁ ଦିଅନ୍ତୁ ଖାଦ୍ୟ, ଘରେ କେବେବି ହେବ ନାହିଁ ଧନର ଅଭାବ, ସବୁ କାମନା ହୋଇଯିବ ପୁରା

ଜୀବନରେ ବହୁତ ସମସ୍ୟା ଆସିଥାଏ । ସେହି ସମସ୍ୟା ପାଇଁ ଚିନ୍ତା କରିବା ଠାରୁ ଭଲ ସମସ୍ୟାର ଉପାୟ ଖୋଜିବା । ସାଧାରଣତଃ ଲୋକମାନେ ଅସୁବିଧା ସମୟରେ କିଛିଟା ଭୁଲ ନିସ୍ପତି ନେଇଥାନ୍ତି । ଯାହାଫଳରେ ଭବିଷ୍ୟତରେ ସେମାନେ ବହୁତ ସମସ୍ୟାରେ ଗତି କରିଥାନ୍ତି । ଲାଲ ବହିରେ ସବୁ ସମସ୍ୟାର ସମଧାନ ରହିଛି । ଲାଲ ବହି ହିସାବରେ ପ୍ରାଣୀ ମାନଙ୍କର ସେବା କରିବା ଦ୍ଵାରା ଓ ସେମାନଙ୍କୁ ଭୋଜନ ଦେବା ଦ୍ଵାରା ବହୁତ ସମସ୍ୟାର ସମାଧାନ ହୋଇଥାଏ ।

ଗାଈକୁ ଖୁଆନ୍ତୁ ରୁଟି-

ଆମର ଗ୍ରନ୍ଥରେ ଗାଈକୁ ପୂଜନୀୟ ବୋଲି କୁହାଯାଇଛି ।  କୁହାଯାଏ କି ଗାଈ ମଧ୍ୟରେ ସବୁ ଦେବା ଦେବୀ ବାସ କରନ୍ତି । ଗାଈ ର ସେବା କରିଲେ ପାପରୁ ମୁକ୍ତି ମିଳିଥାଏ ଓ ଜୀବନ ସଫଳ ହୋଇଥାଏ । ଏତିକି ନୁହେଁ ଗାଈର ସେବା କରିବା ଦ୍ଵାରା କୁଣ୍ଡଳୀରେ ଥିବା ଦୋଷ କଟିଥାଏ । ଯେଉଁ ଲୋକମାନଙ୍କର ଘରେ ବିଶୃଙ୍ଖଳା ସୃଷ୍ଟି ହେଉଛି ସେମାନେ ଗାଈକୁ ରୁଟି ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହା ଫଳରେ ଘରେ ସୁଖ ଓ ସମୃଦ୍ଧି ବଢିଥାଏ ।

ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ-

ପକ୍ଷୀ ମାନଙ୍କୁ ଦାନା ଦେଲେ ବହୁତ ଲାଭ ମିଳିଥାଏ । ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନିଗ୍ରହ ପୀଡା ଥାଏ, ସେମାନେ କାଉକୁ ରୁଟିରେ ତେଲ ଲଗାଇ ଖାଇବାକୁ ଦିଅନ୍ତୁ । ଏହା ଫଳରେ ଶନିଗ୍ରହ ଶାନ୍ତ ହୋଇଥାଏ । ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ଦ୍ଵାରା ବ୍ୟବସାୟରେ ଲାଭ ମିଳିଥାଏ ।

ମାଛକୁ ଦିଅନ୍ତୁ ଅଟା-

ମାଛକୁ ଅଟାଗୁଳା ଖାଇବାକୁ ଦେଲେ ସବୁ ପ୍ରକାରର ରୋଗ ଦୂର ହୋଇଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ବୁଧଗ୍ରହର ପ୍ରଭାବ ରହିଛି, ତାହେଲେ ମାଛକୁ ଖାଦ୍ୟ ଦେଲେ ଗ୍ରହ ଶାନ୍ତ ହୋଇଥାଏ ।

କୁକୁରକୁ ରୁଟି ଦିଅନ୍ତୁ-

କଳା କୁକୁରକୁ ରୁଟି ଦେଲେ ଶନି, କେତୁ ଓ ରାହୁ ଗ୍ରହ ଶାନ୍ତ ହୁଅନ୍ତି । ତେଣୁ ଯେଉଁ ଲୋକମାନଙ୍କ କୁଣ୍ଡଳୀରେ ଏହି ସବୁ ଗ୍ରହର ପ୍ରଭାବ ରହିଛି, ସେମାନେ ଶନିବାର ଦିନ ରୁଟିକୁ ତେଲରେ ଛାଣି ବା ପୁରି ଖାଇବାକୁ ଦିଅନ୍ତୁ । ଯଦି ଅପଣଙ୍କ ହାତରୁ କୁକୁର ରୁଟି ବା ପୁରୀ ଖାଇଦେବ ତାହାଲେ ଆପଣଙ୍କର ଏହି ଗ୍ରହଦୋଷ କଟିଯିବ ।

ପିମ୍ପୁଡିକୁ ଅଟା ଦିଅନ୍ତୁ-

ପିମ୍ପୁଡିକୁ ଅଟା ଦେଲେ କୁଣ୍ଡଳୀରେ ଗ୍ରହ ଶାନ୍ତ ହୁଏ ଓ ଶରୀର ସୁସ୍ଥ ରୁହେ । ସେଥିପାଇଁ ଆପଣ ସବୁବେଳେ ସକାଳେ ଓ ସନ୍ଧ୍ୟାବେଳେ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ।