ବେଳେ ବେଳେ କିଛି ଲୋକ କୌଣସି ଚେଷ୍ଟା ନ କରି ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି । କିଛି ବର୍ଷ ପୂର୍ବେ ପାକିସ୍ତାନ ର ଏକ ଚାହା ବାଲା ନିଜ ସୁନ୍ଦର ଚେହେରା ସକାଶେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।
ତାଙ୍କ ସୈାନ୍ଦର୍ଯ୍ଯ ଦେଖି ସେ ଜଣେ ଜଣେ ଚାହା ବାଲା ତାହା ବିଶ୍ବାସ କରିବା ମୁସ୍କିଲ ହେଉଥିଲା । ଠିକ୍ ସେପରି ଏବେ ତାଇୱାନ ର ଏକ ତରୁଣୀ କିଛି ନ କରି ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ତରୁଣୀଙ୍କ ନାମ ହେଉଛି ଚାର୍ଲିନ୍ ଝ୍ବାଂ । ଚାର୍ଲିନ୍ ତାଇୱାନ ରେ ନିଜ ପରିବାରର ଏକ ପୋର୍କ ଷ୍ଟଲ୍ ରେ କାର୍ଯ୍ୟ କରନ୍ତି । ଅର୍ଥାତ୍ ସେ ସେଠାର ମାଂସ କାଟିବା କାର୍ଯ୍ୟ କରନ୍ତି ।
ଦିନେ ତାଙ୍କ ଷ୍ଟଲ୍ କୁ ଆସିଥିବା କେହି ଜଣେ ଗ୍ରାହକ ଗୁପ୍ତ ଭାବେ ଚାର୍ଲିନ୍ ଙ୍କ ଏକ ଫଟୋ ଉଠାଇ ନେଇଥିଲେ ଓ ଫଟୋଟି କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ । ଏହା ପରେ ଚାର୍ଲିନ୍ ପାକିସ୍ତାନର ସେହି ଚାହା ବାଲା ଭଳି ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଓ ସମସ୍ତେ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । ମାତ୍ର ଚାର୍ଲିନ୍ ଙ୍କୁ ଏହି ଲୋକପ୍ରିୟତା ବିଲକୁଲ୍ ପସନ୍ଦ ଆସୁ ନାହିଁ ।
ସମସ୍ତେ ତାଙ୍କ ସୁନ୍ଦରତା ଏବଂ ଶରୀର ଉପରେ କମେଣ୍ଟ ଦେଉଥିବାରୁ ଏହାକୁ ନେଇ ଚାର୍ଲିନ୍ ବହୁତ ଅସହଜ ଅନୁଭବ କରୁଛନ୍ତି । ଚାର୍ଲିନ୍ ଏଥିପାଇଁ ପାଇଁ ଫେମସ୍ ହୋଇଥିଲେ କାରଣ ସେ ଯେଉଁ ମାଂସ କାଟିବା କାର୍ଯ୍ୟ କରୁଛନ୍ତି ଆମ ସମାଜରେ ଏହାକୁ କେବଳ ପୁରୁଷ ପ୍ରଧାନ କାର୍ଯ୍ୟ ବୋଲି ମାନା ଯାଏ ।
ଏହା ବିଷୟରେ ଚାର୍ଲିନ୍ କହିଛନ୍ତି ତାଙ୍କର ଏହି ଫଟୋ ଭାଇରଲ ହେଲା ପରେ ସମସ୍ତେ ତାଙ୍କୁ ସୁନ୍ଦରୀ ଯୁବତୀ ବୋଲି କହିଥିଲେ । ଯାହା ତାଙ୍କୁ ବେଶୀ ପସନ୍ଦ ଆସି ନ ଥିଲା । ସେଥିପାଇଁ ଏହା ପରେ ସେ ଘରେ ଲୁଚି କରି ରହିବାକୁ ଆରମ୍ଭ କରିଥିଲେ । କାରଣ ସେ ଯେତେବେଳେ ମଧ୍ୟ ଦୋକାନକୁ ଯାଉଥିଲେ, କୌଣସି ନା କୌଣସି ଲୁଚି କରି ତାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ । ତେବେ କହିବାକୁ ଗଲେ ତାଇୱାନ ର ମାଂସ କାଟୁଥିବା ଏହି ସୁନ୍ଦରୀ ତରୁଣୀଙ୍କୁ ଏହି ଲୋକପ୍ରିୟତା ଜମା ବି ପସନ୍ଦ ଆସି ନ ଥିଲା ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।