ଏହି ଗାଁ ରେ ଏବେ ବି ଜାରି ରହିଛି ବାଲ୍ୟ ବିବାହ ପ୍ରଥା, 16 ବର୍ଷର ବରକୁ 12 ବର୍ଷର କନିଆଁ

ଯେଉଁ ବୟସରେ ଖେଳିବା ବୁଲିବା କଥା ସେହି ବୟସରେ ହୋଇଥାଏ ବାହାଘର । ଜୀବନ କଣ ଠିକ ଭାବେ ବୁଝିବା ଆଗରୁ ବୋହିବାକୁ ପଡେ ସଂସାର ବୋଝ । ହଁ ଦର୍ଶକ ବନ୍ଧୁ ବାଲ୍ୟ ବିବାହ ପ୍ରଥା ଉଛେଦ ହୋଇଥିଲେ ମଧ୍ୟ ଏମାନଙ୍କୁ କିଛି ବି ଫରକ ପଡେ ନାହିଁ । ପରମ୍ପରା କୁ ମାନି ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ପୁଅ ଝିଅକୁ ବିବାହ କରି ଦିଅନ୍ତି ଗାଁ ଲୋକେ । କାହାକୁ 12 ତ ଆଉ କାହାକୁ 14 ବର୍ଷ । 15 ବର୍ଷ ଯାଏଁ କେହି ବି ଅପେକ୍ଷା କରନ୍ତି ନାହିଁ ।

15 ବର୍ଷ ହେଲା ବେଳକୁ ଝିଅକୁ ପୁଅକୁ ମାତ୍ର 16ରୁ 17 ବର୍ଷ । ଆଉ ଏହି ବୟସରେ ପୁଅ ଝିଅ ହୁଅନ୍ତି ସ୍ଵାମୀ ସ୍ତ୍ରୀ । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବାଲ୍ୟ ବିବାହ କରିବାରୁ ଅଧିକାଂଶ ଅଳ୍ପ ବୟସରେ ବିଧବା ମଧ୍ୟ ହୁଅନ୍ତି । ଯାହା ଫଳରେ ପିଲାଙ୍କୁ ଚଳାଇବାକୁ ସାମର୍ଥ୍ୟ ହୁଅନ୍ତି ନାହିଁ । କିନ୍ତୁ ସ୍ଥିତିର ଦାସ ହୋଇ ବାକି ଜୀବନ କାଟିବାକୁ ବାଧ୍ୟ ହୁଅନ୍ତି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କୁଲଟା ପଞ୍ଚାୟତର କୁଲାଡେରା ରେ । ଏଭଳି ଭାବେ ଏହି ଗାଁ ରେ ଚାଲିଛି ନାବାଳକ ନାବିଳିକା ଙ୍କ ବିବାହ । ଯେଉଁଠି ନାବାଳିକା ଝିଅ ହେଉଛନ୍ତି ମା ଓ ନାବାଳକ ପୁଅ ହେଉଛନ୍ତି ବାପା । ଏହି ଅଞ୍ଚଳ ରେ ପ୍ରାୟ 20ଟି ମଲହାର ଜନଜାତି ପରିବାର ଲୋକେ ରୁହନ୍ତି ।

ଜଙ୍ଗଲରୁ ଚେରମୂଳି, ଲାଖ, ଝୁଣା ସଂଗ୍ରହ କରି ଜୀବିକା ନିର୍ବାକ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଆଦିବାସୀ ସଂପ୍ରଦାୟର ହୋଇଥିଲେ ବି ଏଠିକାର ଅନେକ ଲୋକ ସରକାରଙ୍କର ଖାଦ୍ଯ ଯୋଜନାରେ ସାମିଲ ହୋଇ ନାହାନ୍ତି । ବାଲ୍ୟ ବିବାହ ପ୍ରଥା ମଲହାର ଜନଜାତି ଙ୍କ ସାମାଜିକ ଓ ଆର୍ଥିକ ସମସ୍ୟାକୁ ଆହୁରି ବିଗାଡି ଦେଇଛି ।

ଅଳ୍ପ ବୟସରେ ଝିଅ ଆନେ ମା ହେବା ଓ ଅନେକ ସମୟରେ ବିଧବା ହେବା କାରଣରୁ ପିଲାଙ୍କ ବୋଝ ବୋହିବା ସେମାନଙ୍କ ପାଇଁ ଦୁର୍ବିସହ ହୋଇ ପଡିଛି । ଗାଁ ରେ ଏଭଳି ଅନେକ ଅସହାୟ ଯୁବତୀ ଓ ମହିଳା ରହୁଥିଲେ ବି ସେମାନଙ୍କ ପାଖରେ ବିଧବା ଭତ୍ତା ଭଳି ସରକାରୀ ଯୋଜନା ଏ ଯାଏଁ ପହଞ୍ଚି ନାହିଁ । ପେଟ ପୋଷିବା ପାଇଁ ଲଢୁଥିବା ଏଭଳି ପିଲାଙ୍କ ସ୍ୱାସ୍ଥ୍ୟ ଓ ପାଠ ପଢିବା କଥା ପଚାରେ ବା କିଏ ?

ପୁରୁଣା ପରମ୍ପରା ଓ ପ୍ରଥା ର ବିଲୋପ କରି ଆଦିବାସୀ ଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାକୁ ବିଭିନ୍ନ ସ୍ତର ରେ ପ୍ରୟାସ ହେଉଛି । ମାତ୍ର ତେଲୁଗୁଇ ଅଞ୍ଚଳରେ ଏହି ଗାଁ ସତେ ଯେମିତି ସମସ୍ତଙ୍କ ଆଖି ଆଢୁଆଳ ରେ ରହି ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।