ଆପଣ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି କିଛି ଅଭ୍ଯାସ ରହିଛି ଯାହା ଆପଣଙ୍କୁ କାଙ୍ଗାଳ କରିଦେବ । ଆପଣ ଯେତେ ରୋଜଗାର କଲେ ବି ଆପଣଙ୍କ ପାଖେ କିଛି ରହିବନି । ସବୁ କୁଆଡେ ପଳେଇବ ଆପଣ କିଛି ଜାଣି ପାରିବେନି । ଶେଷରେ ଦେଖିଲା ବେଳକୁ ଆପଣ କାଙ୍ଗାଳ ହୋଇ ଯାଇଥିବେ । ଆପଣଙ୍କ ପାଖେ ଯଦି ଏଭଳି ଅଭ୍ଯାସ ରହିଛି ତେବେ ତୁରନ୍ତ ତାହା ଛାଡି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା କେଉଁ ଅଭ୍ଯାସ ଆପଣଙ୍କୁ କାଙ୍ଗାଳ କରିଦେବ ।
ସନାତନ ଧର୍ମରେ ଗରୁଡ ପୁରାଣକୁ ବଡ ପୁରାଣ ବୋଲି ମାନାଯାଏ । ଏଥିରେ ବିଷ୍ଣୁ ଭଗବାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଛି । ବିଶ୍ବାସ ରହିଛି କି, ଜଣେ ବ୍ୟକ୍ତିଙ୍କ ଜୀବନକୁ ସରଳ କରିବା ପାଇଁ ଗରୁଡ ପୁରାଣରେ ସବୁ ଉପାୟ ଲେଖା ହୋଇଛି । ଏହି ଉପାୟ ସବୁ ଯିଏ ଅନୁସରଣ କରିବ ସେ ନିଶ୍ଚୟ ସଫଳତା ପାଇବ ।
ଏହି ପୁରାଣରେ ନାରାୟଣ ଓ ତାଙ୍କ ବାହାନ ଗରୁଡଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ପୁରା କଥା ଲିଖିତ ରହିଛି । ତେବେ ଚାଲନ୍ତୁ ଜାଣିବା ଗରୁଡ ପୁରାଣର ଏପରି 5 କଥା ଯାହା ଆପଣଙ୍କୁ ଭିକାରି କରି ଦେଇପାରେ । ଯଦି ଆପଣ ଭିକାରି ହେବାକୁ ଚାହୁଁ ନାହାନ୍ତି ତେବେ ଭଲ କପଡା ପିନ୍ଧନ୍ତୁ ।
ଯେଉଁ ବ୍ୟକ୍ତି ଅପରିଷ୍କାର ବସ୍ତ୍ର ପିନ୍ଧେ ତାଙ୍କ ଠାରୁ ମା’ ଲକ୍ଷ୍ମୀ ଦୂରେଇ ରୁହନ୍ତି । ମା’ ଲକ୍ଷ୍ମୀଙ୍କୁ ସଫାସୁତୁରା ବହୁତ ପସନ୍ଦ ଓ ସେ ସଫା ପରିବେଶରେ ବାସ କରନ୍ତି । ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଗୁଣ ଗୁଡିକୁ ବାହାର କରିବାକୁ ଚେଷ୍ଟା କରିଥାଏ ତା’ ଜୀବନରେ ସବୁବେଳେ ଦରିଦ୍ରତା ଭରି ରହିଥାଏ ।
ବିନା କାରଣରେ ଅନ୍ୟ ଉପରେ ରାଗିଲେ କିମ୍ବା ଅନ୍ୟର ଖରାପ ଚିନ୍ତା କଲେ ଆପଣ କାଙ୍ଗାଳ ହୋଇଯିବେ । କଥାରେ ଅଛି ଆମ ଜୀବନରେ ଆମେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଆବଶ୍ୟକ । ଗରୁଡ ପୁରାଣ ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ରହିଲେ ମଣିଷ ଅଳସୁଆ ହୋଇଯାଏ ଓ ଏଭଳି ବ୍ୟକ୍ତିଙ୍କ ଜୀବନରେ ଅନେକ ଅସୁବିଧା ଆସିଥାଏ ।
ଏଥିପାଇଁ ଆପଣମାନେ କରୁଥିବା କାମରେ ଅଳସୁଆପଣକୁ ଦୂର କରିଦିଅନ୍ତୁ । ଗରୁଡ ପୁରାଣରେ ଏହା ମଧ୍ୟ ଲେଖା ରହିଛି କି ଯେଉଁମାନେ ପାଖରେ ଥିବା ଧନକୁ ନେଇ ଅଧିକ ଗର୍ବ କରନ୍ତି ସେମାନେ ବହୁତ କମଜୋର ହୋଇଥାନ୍ତି । ଏମିତି ଲୋକଙ୍କ ଘରେ ମା ଲକ୍ଷ୍ମୀ ଅଧିକ ଦିନ ଯାଏ ତିଷ୍ଠି ରୁହନ୍ତି ନାହିଁ ।
ଏହାଛଡା ଯଦି କେହି ବ୍ୟକ୍ତି ପରିଶ୍ରମ କରିବାରୁ ଠକନ୍ତି ବା ତାଙ୍କୁ ଦିଆ ଯାଇଥିବା କାମ ବିଶ୍ଵସ୍ତ ଭାବେ କରନ୍ତି ନାହିଁ ସେମାନଙ୍କ ଉପରେ ମଧ୍ୟ ମା’ ଲକ୍ଷ୍ମୀ ବିଲକୁଲ ଖୁସି ରୁହନ୍ତି ନାହିଁ । ଯେଉଁମାନେ ପରିଶ୍ରମ ନକରି ଅନ୍ୟକୁ ତଳେ ପକାଇ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ କେବେ ହେଲେ ସଫଳତା ମିଳେନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।