ଗବେଷଣାରୁ ଜଣା ପଡିଛି କି ଏହି 10ଟି ଖାଦ୍ୟ ପଦାର୍ଥ ହେଉଛି ‘ସ୍ଲୋ ପଏଜନ’- ସେଥିପାଇଁ ଏହାକୁ କମ ଖାଆନ୍ତୁ କିମ୍ବା ବିଲକୁଲ ଛାଡି ଦିଅନ୍ତୁ

ଆଜିକାଲି ଲୋକମାନେ କେବଳ ଫାଷ୍ଟ ଫୁଡ୍ କୁ ହିଁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଭାବିଥାନ୍ତି । କିନ୍ତୁ ବହୁତ କମ ଲୋକମାନେ ଜାଣନ୍ତି କି ଆମେ ସବୁଦିନ ଏମିତି ଖାଦ୍ୟ ଖାଇ ଥାଉ, ଯାହା ଆମକୁ ଲାଗିଥାଏ କି ସେଗୁଡିକ ଆମ ସ୍ଵାସ୍ଥ ପାଇଁ ଭଲ ଅଟେ କିନ୍ତୁ ସେଥିରୁ କିଛି ଆମ ପାଇଁ ହାନିକାରକ ଅଟେ । ଏଥିମଧ୍ୟରୁ ଗୋଟିଏ ଜିନିଷ ଅଟେ ଚିନି । ଚିନିକୁ ଆମେ ସବୁଦିନ ପ୍ରବଳ ମାତ୍ରା ବ୍ୟବହାର କରିଥାଉ । କିନ୍ତୁ ବହୁତ କମ ଲୋକମାନ ଏହା ଜାଣିଛନ୍ତି କି ଚିନି ଆମ ଶରୀର ପାଇଁ ହାନିକାରକ ଅଟେ ।

ବୈଜ୍ଞାନିକମାନ ଏହା କହିଛନ୍ତି :

ବ୍ରିଟେନର ପ୍ରଫେସର ଜନ ୟୁଡକୀନ ନିଜର ରିସର୍ଚରେ ଏହି କଥାକୁ ପ୍ରମାଣ କରିଛନ୍ତି କି ଚିନିରେ “ୱ୍ହାଇଟ ପଏଜନ୍” ଅଛି । ଯାହା ଶରୀର ପାଇଁ ହାନିକାରକ ଅଟେ । ଏହାକୁ ଖାଇବା ଦ୍ଵାରା ଶରୀରର ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ବଢି ଥାଏ । ଯାହା ଦ୍ଵାରା ଲୋକମାନେ ମୋଟା ହୋଇଯାନ୍ତି । ବୈଜ୍ଞାନିକମାନେ କେବଳ ଚିନି କୁ ପଏଜନ୍ ବୋଲି କହିନାହାନ୍ତି । ଅନ୍ୟାନ୍ୟ ଖାଦ୍ୟ ବି ଅଛି ଯାହା ଆମ ଶରୀର ପାଇଁ ବିଷ ଭଳି କାମ କରିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ ବିଷୟରେ ।

ଚିନି :

ବୈଜ୍ଞାନିକମାନଙ୍କ ମତରେ ଚିନୀରେ ୱ୍ହାଇଟ ପଏଜନ୍ ଅଛି ବୋଲି କୁହାଯାଇଛି । ଏହା ବେଶୀ ମାତ୍ରାରେ ଖାଇବା ଦ୍ଵାରା ଲିଭରରେ ଗ୍ଲାଇକୋଜନର ମାତ୍ରା କମ ହୋଇଯାଏ ଯାହାଦ୍ୱାରା ମୋଟା ହୋଇଯିବା, ଥକିବା, ମାଇଗ୍ରେନ, ଆସଥ୍ମା ଏବଂ ଡାଇବେଟିଜର ସମସ୍ୟା ବଢି ପାରେ । ଏବଂ ଏହାର ଅତ୍ୟଧିକ ସେବନ ଦ୍ଵାରା ବାର୍ଦ୍ଧକ୍ୟ ଶୀଘ୍ର ଆସିଥାଏ ।

ଅଙ୍କୁରିତ ଆଳୁ :

ବହୁତ ଲୋକମାନେ ଅଙ୍କୁରିତ ଆଳୁକୁ ବି ଖାଇ ଦେଇ ଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହାଦ୍ବାରା ଗ୍ଲାଇକୋଜନର ଗ୍ଲାଇକୋଅଲ୍କେଲାଇଡ୍ସ ହୋଇଥାଏ, ଯାହାଦ୍ୱାରା ଡାୟରିଆ ହୋଇଥାଏ ।

ରାଜମା :

ଦିଲ୍ଲୀର ଲୋକମାନେ ରାଜମାକୁ ବେଶୀ ପସନଦ କରନ୍ତି ଖାଇବା ପାଇଁ । କଞ୍ଚା ରାଜମାରେ ଗ୍ଲାଈକୋପ୍ରୋଟୀନ ଲେକ୍ଟିନ ହୋଇଥାଏ, ଜାହଦ୍ବାରା ବାନ୍ତି କରିବା ଏବଂ ବଦ୍ ହଜମୀ ହେବାର ସମ୍ଭାବନା ଅଛି । ସେଥିପାଇଁ ଏହାକୁ ଭଲଭାବରେ ଗରମ କରି ଖାଇବା ଉଚିତ ।

କୋଲ୍ଡ ଡ୍ରିଂକ :

ସମସ୍ତେ କୋଲ୍ଡ ଡ୍ରିଂକ ପିଇଥାନ୍ତି । ଏଥିରେ ଚିନି ଏବଂ ଫସ୍ଫୋରିକ ଏସିଡର ମାତ୍ରା ବେଶୀ ହୋଇଥାଏ । ଏହାକୁ ବେଶୀ ମାତ୍ରାରେ ପିଇବା ଦ୍ଵାରା ମୁଣ୍ଡ ଖରାପ ଏବଂ ହୃଦୟ ଜନିତ ରୋଗ ହୋଇ ପାରେ ।

ଆୟୋଡୀନ ନମକ :

ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଏହାକୁ ବେଶୀ ଖାଇଲେ ଶରୀରରେ ରକ୍ତର ଚାପ ବଢିବାର ସମ୍ଭାବନା ହୋଇଯାଇଥାଏ ।

ଫାସ୍ଟ ଫୂଡ :

ଫାସ୍ଟ ଫୂଡ ଆମ ଶରୀର ପାଇଁ ସବୁଠୁ ବଡ ହାନିକାରକ ଖାଦ୍ୟ ଅଟେ । ଏଥିରେ ମୋନୋସୋଡିୟମ ଗ୍ଲୂଟାମେଟ ଥାଏ, ଯାହାଦ୍ୱାରା ବ୍ରେନ ପାୱାର କମିଯାଏ ଏବଂ ମୋଟାପା ଜଲ୍ଦି ଆସିଥାଏ । ଆଶା କରୁଛୁ କି ଆମର ସ୍ୱାସ୍ଥ୍ୟ ସମ୍ବଧୀୟ ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ସାହାଜ୍ଯ କରିବ । ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।