ଏବେ ବି ଏହି ସ୍ଥାନକୁ ଆସୁଛନ୍ତି ଭଗବାନ “ଶ୍ରୀ କୃଷ୍ଣ”

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି ଯାହା ଧାର୍ମିକ ପୀଠ ଭାବେ ଜଣାଶୁଣା ଅଟେ । ଏହି ସ୍ଥାନ ମାନଙ୍କରେ ଅନେକ ପୌରାଣିକ ରହସ୍ୟମୟ କିମ୍ବଦନ୍ତୀ ଓ କିଛି ଗୁପ୍ତ କଥା ଲୁଚି ରହିଛି । ସେମିତି ଏକ ସ୍ଥାନ ରହିଛି ଯାହା ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ନିଧିବାନ ଅଞ୍ଚଳ ଯାହାକୁ ଖୁବ କମ ଲୋକ ମାନେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏହି ସ୍ଥାନ ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା କହିବାକୁ ଯାଉଛୁ ।

ମଥୁରା ଜିଲ୍ଲାର ଏହି ନିଧିବାନ ଅଞ୍ଚଳରେ ଭଗବାନ ଶ୍ରୀ କୃଷ୍ଣଙ୍କର ବାସ ରହିଛି । ରାତ୍ର କାଳରେ ପ୍ରଭୁ ଶ୍ରୀ କୃଷ୍ଣ ଅଦୃଶ୍ୟ ରୂପରେ ବନକୁ ତାଙ୍କର ଅତି ପ୍ରିୟା ରାଧା ରାଣୀଙ୍କୁ ଲୁଚି କରି ଦେଖା କରିବାକୁ ଆସନ୍ତି ବୋଲି କୁହାଯାଏ । ଏଠାରେ ଥିବା ରଙ୍ଗ ମହଲରେ ସେ ବିଶ୍ରାମ ନିଅନ୍ତି ।

ଏହାଛଡା ଗୋପୀ ମାନଙ୍କ ସହ ରାସଲୀଳା ମଧ୍ୟ କରନ୍ତି ଯେପରି ପୁରାତନ ଯୁଗରେ କରୁଥିଲେ । ଏହି କଥାକୁ ସେଠାକାର ଲୋକ ମାନେ ବିଶ୍ବାସ କରିଥାନ୍ତି । ପ୍ରତି ଦିନ ସକାଳୁ ନିଧିବାନ ଖୋଲାଯାଏ ଓ ସନ୍ଧ୍ୟା ଆଳତି ପରେ ୭ଟି ତାଲାରେ ଏଠାରେ ଥିବା ମନ୍ଦିରକୁ ବନ୍ଦ କରାଯାଏ ।

ଏଠାରେ ଥିବା ଚନ୍ଦନ ମହଲକୁ ବିଶ୍ରାମ ନିମନ୍ତେ ସନ୍ଧ୍ୟା ସମୟରେ ସଜା ଯାଇଥାଏ । ଶେଯ ପାଖରେ ଦାନ୍ତକାଠି, ପାନ,ଲଡୁ ଓ ଗୋଟିଏ ପାତ୍ରରେ ପାଣି ରଖା ଯାଇଥାଏ । ତା ପର ଦିନ ସକାଳେ ରଙ୍ଗ ମହଲା ଖୋଲା ଯିବା ପରେ ଦାନ୍ତକାଠି ଓଦା ହେବା ସହ ପାନ ଖାଇଥିବାର ଦେଖା ଯାଇଥାଏ । ଯେଉଁ ଶେଯ ସଜଡା ହୋଇଥାଏ ତାହା ଅସଜଡା ହୋଇଥାଏ । ସନ୍ଧ୍ୟା ୭ଟା ପରେ ମଣିଷ କି କୌଣସି ପଶୁ ପକ୍ଷୀ ଏହି ବନରେ ଯିବା ଆସିବା କରନ୍ତି ନାହି ।

ସେଠିକାର ବାସିନ୍ଦା କେହି ବି ଏହି ରାସଲୀଳାକୁ ଦେଖିବାର ଭୁଲ କରିଥିଲେ ସେମାନେ ଅନ୍ଧ,ମାନସିକ ରୋଗୀ ବା ବଧିର ହୋଇଯାନ୍ତି । ସେଠାରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ୧୦ ବର୍ଷ ପୂର୍ବେ ଜଯପୁରରୁ ଆସିଥିବା ଜଣେ ବ୍ୟକ୍ତି ଶ୍ରୀ କୃଷ୍ଣଙ୍କର ରାସଲୀଳା ଦେଖିବାକୁ ବନରେ ଲୁଚି ରହିଥିଲା । ତା ପର ଦିନ ସକାଳେ ଯେତେବେଳେ ମନ୍ଦିର କବାଟ ଖୋଲା ଯାଇଥିଲା ସେତେବେଳେ ସେହି ବ୍ୟକ୍ତି ଜଣଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ ।

ସେହି ବ୍ଯକ୍ତି ଜଣକ ନିଜର ମାନସିକ ସନ୍ତୁଳନ ହରାଇ ବସିଥିବାର ଦେଖା ଯାଇଥିଲା । ଏହି ନିଧିବନର ଅନ୍ୟ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ସେଠିକାର ଘର ମାନଙ୍କରେ ଝରକା ନ ଥାଏ । କିନ୍ତୁ ଯେଉଁ ଘରେ ଝରକା ରହିଥାଏ ସନ୍ଧ୍ୟା ପୂର୍ବରୁ ଝରକା ଗୁଡିକୁ ବନ୍ଦ କରାଯାଏ । ଆଉ ଗୋଟେ ଆଶ୍ଚର୍ଯ୍ୟକର କଥା ହେଲା ଏଠାକୁ ଆସୁଥିବା ମାଙ୍କଡ ମାନେ ମଧ୍ୟ ସନ୍ଧ୍ୟା ହେଲେ ସେହି ସ୍ଥାନ ଛାଡିକି ଚାଲି ଯାଆନ୍ତି । ଏହି ବନରେ ଗଛ ଗୁଡିକ ଉପରକୁ ବଢିବା ବଦଳରେ ତଳକୁ ଖସିଥାନ୍ତି ।

ଏହାଛଡା ବନରେ ଭଗବନ କୃଷ୍ଣଙ୍କର ମନ୍ଦିର ମଧ୍ୟ ରହିଛି । ଏଠିକାର ଲୋକ ମାନେ ବିଶ୍ବାସ କରନ୍ତି ଯେ ଏହି ବନରେ ଥିବା ବୃକ୍ଷ ଗୁଡିକ ରାତିରେ ଗୋପୀ ବେଶ ଧାରଣ କରି କୃଷ୍ଣଙ୍କ ସହ ରାସଲୀଳା କରନ୍ତି । ଏହି ନିଧିବନକୁ ଶ୍ରୀ କୃଷ୍ଣ ଆସୁଥିବାର ମାନ୍ୟତା ରହିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ