ଦୁଇଜଣ ମହିଳାଙ୍କୁ ବିବାହ କରିବା ଏଠିକାର ପୁରୁଷ ମାନଙ୍କ ପାଇଁ ବାଧ୍ୟତା

ଆଜିକାଲିର ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ହେଲେ ଆଜି ଆମେ ଆପଣମାନଙ୍କୁ ଏପରି ଏକ କଥା କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣମାନଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ପୁରୁଷ ମାନଙ୍କୁ ଦୁଇ ଥର ବିବାହ କରିବା ବହୁତ ଜରୁରୀ ହୋଇଥାଏ । ଆପଣ ଏହି କଥା ଉପରେ ବିଶ୍ଵାସ କରିନପାରନ୍ତି । ହେଲେ ଏହା ସତ । ତେବେ ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ ।

ଆଫ୍ରିକା ଦେଶର ଇରିଟ୍ରିୟାରେ ପୁରୁଷ ମାନଙ୍କ ପାଇଁ ଦୁଇଟି ବିବାହ କରିବା ବହୁତ ଜରୁରୀ ଅଟେ । କାରଣ ଏଠାରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅନୁପାତରେ ବହୁତ କମ ଅଟେ । ସେଥିପାଇଁ ଏଠାରେ ଥିବା ପୁରୁଷମାନଙ୍କୁ ଦୁଇଜଣ ମହିଳାଙ୍କ ସହିତ ବିବାହ କରିବାକୁ ହୋଇଥାଏ । ଏଠିକାର ସରକାର ମଧ୍ୟ ଏଥିପାଇଁ ଏକ ନୀୟମ କରିଛନ୍ତି ।

ଏହି ସରକାରୀ ନିୟମକୁ ଯଦି କୌଣସି ପୁରୁଷ ଅମାନ୍ୟ କରିବ, ତେବେ ତାକୁ ଏଥିପାଇଁ ଦଣ୍ଡ ମଧ୍ୟ ମିଳିପାରେ । ଏହା କେବଳ ପୁରୁଷମାନଙ୍କ ପାଇଁ ନୁହେଁ ମହିଳା ମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ଯଦି କୌଣସି ମହିଳା ତା ସ୍ଵାମୀକୁ ଦ୍ଵିତୀୟ ବିବାହ କରିବାକୁ ବା ବିବାହ କରିବାକୁ ମନା କରିଥାଏ, ତେବେ ତାକୁ ଏଥିପାଇଁ ଆଜୀବନ କାରାଦଣ୍ଡ ମିଳିପାରେ ।

ଏହି ନିୟମ ପାଇଁ ଦେଶରେ ଦୁଇଟି ବିବାହ କରୁଥିବା ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏହି ବିଷୟରେ ଅନ୍ୟ ଦେଶରେ ମଧ୍ୟ ଆଲୋଚନା ହୋଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଇରିଟ୍ରିୟାର ସରକାର ଏହି କାନୁନକୁ ପରିବର୍ତ୍ତନ କରିବାର କୌଣସି ଘୋଷଣା କରିନାହାନ୍ତି ।