ଏହି ଯୁବକ ଜଣକ ରଚିଲା ଇତିହାସ, ଗୋଟିଏ ବର୍ଷରେ ୨୩ ଥର ବର ହୋଇ ୪୬ ଜଣ ଝିଅମାନଙ୍କ ସହ କରିଲା ବିବାହ

ଚୀନରେ ରହୁଥିବା ଏକ ବ୍ୟକ୍ତି ଚୀନ ସରକାରଙ୍କର ଏକ ଖାସ ଯୋଜନାର ଲାଭ ଉଠାଇବା ପାଇଁ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅଥବା ୪୬ ଥର ବିବାହ କରିଛି । ଯେଉଁଥିରେ ୨୦୧୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ଟି ବିବାହ ସାମିଲ ଅଛି । ଆପଣ ସମସ୍ତଙ୍କୁ କହିଦେଉହକୁ କି ସେହି ବ୍ୟକ୍ତି ଜଣକ ଏହି ସବୁ ବିବାହ ସରକାରଙ୍କ ଏକ ଯୋଜନା ଅନୁସାରେ ମାଗଣା ଘର ପାଇବା ପାଇଁ କରୁଥିଲା । ଏହା ପରେ ବିବାହର କିଛି ଦିନ ପରେ ସେ ନିଜର ପତ୍ନୀମାନଙ୍କୁ ଡିଭୋର୍ସ ବି ଦେଇ ଦେଉଥିଲା ।

ପୂର୍ବ ଜେଝିଯାଂଗ ପ୍ରାନ୍ତ ରେ ବିକାସ ପରିଯୋଜନା ଅନୁସାରେ ସରକାର ଭାଙ୍ଗି ଯାଇଥିବା ଘର ଗୁଡିକ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ୪୦ ବର୍ଗ ମିଟରର ଘର ଦେବା ପାଇଁ ଏକ ଯୋଜନା ଆଣିଥିଲେ । ଏହି ଯୋଜନାରେ ଏହି ଚାଲାଖ ପରିବାର ଜାଲିଆତି କରିଲା । ସରକାରୀ ‘ଗ୍ଲୋବଲ ଟାଇମ୍ସ’ ମଙ୍ଗଳବାର ଦିନ କହିଲେ କି ଜାଲିଆତିର ଆରମ୍ଭ ସେତେବେଳେ ହେଲା ଯେତେବେଳେ ପାନ ନାମକ ଏକ ବ୍ୟକ୍ତି ନିଜର ପୂର୍ବ ପତ୍ନୀ ସହ ପୁଣିଥରେ ବିବାହ କରିଲା ।

ସେମାନେ ୬ ମାର୍ଚ୍ଚ ରେ ପୁଣି ବିବାହ କରିବାର ନିଷ୍ପତି କରିଲେ କାରଣ ସେହି ମହିଳା ଜଣକ ସ୍ଥାନୀୟ ଗ୍ରାମର ନିବାସୀ ଥିଲା ଓ ମାଗଣା ଘର ପାଇଁ ସେଠିକାର କାଗଜ ପତ୍ର ବି ଦରକାର ଥିଲା । ୬ ଦିନ ପରେ ଦୁଇ ଜଣ ପରସ୍ପରକୁ ଡିଭୋର୍ସ ମଧ୍ୟ ଦେଇଦେଲେ ଓ ଏହା ପରେ ସେହି ମହିଳାକୁ ଘର ପାଇଁ ଅନୁମତି ମିଳିଗଲା ।

ଏହି ପରିବାର ବାରମ୍ବାର ଏହି ଉପାୟକୁ ଆପଣାଉ ଥିଲା । କିଛି ଦିନ ପରେ ୧୫ ଦିନ ଭିତରେ ସେ ନିଜର ଦୁଇ ସମ୍ପର୍କୀୟଙ୍କ ସହ ବି ବିବାହ କରିଥିଲା ଓ ତାଙ୍କୁ ବି ଡିଭୋର୍ସ ଦେଇଦେଲା । ଏହିଭଳି ଭାବରେ ୨୩ ଥର ବିବାହ କରିସାରିଛି ଏହି ଯୁବକ ଜଣକ ଓ ପରସ୍ପର ମଧ୍ୟରେ ଡିଭୋର୍ସ ବି ହୋଇ ସାରିଛି । ସନ୍ଦେହ ହେବା ପରେ ପୋଲିସ ଏହି ଲୋକମାନଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରିଛି । କିନ୍ତୁ ଆରୋପି ଏହି କାର୍ଯ୍ୟକାରୀ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛି ।