ଅସହ୍ୟ ଖରାଗରମ ଓ ଗୁଳୁଗୁଳିରୁ ତ୍ରାହି ଦେବ ପ୍ରାକ ମୌସୁମୀ ବର୍ଷା, ଦୁଇ ଦିନ ଖୁବ ଛେଚିବା ସହ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କଲା SRC, ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କି ?

ବଦଳିବାକୁ ଯାଉଛି ଓଡିଶାର ପାଣିପାଗ । ଏଥିପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମିଳି ସାରିଛି । ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବାକୁ ଯାଉଛି ପ୍ରାକ ମୌସୁମୀ ବର୍ଷା । ଦୁଇ ଦିନ ଯାଏଁ ଘଡଘଡି ସହ ବର୍ଷା ନେଇ ସୂଚନା ଦେଇଛନ୍ତି ଏସଆରସି । ଆଜି ପାଇଁ ରାଜ୍ୟର ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । କିଛିଦିନ ଧରି ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ଖରାତାତି ଓ ଗୁଳୁଗୁଳିର ପ୍ରଭାବ ରହିବା ଯୋଗୁଁ ଗରମରେ ଆଉଟୁ ପାଉଟୁ ହେଉଥିଲା ଜୀବଜଗତ । ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ସମେତ ସମସ୍ତେ ଖରାତାତିରେ ଛଟପଟ ହେଉଥିଲେ । ଗତ ମାସରେ ମୌସୁମୀ କେରଳ ଛୁଇଁ ସାରିଥିଲେ ମଧ୍ୟ ଓଡିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଛି ।

ବର୍ଷା ନ ହେବାରୁ ପ୍ରବଳ ଗ୍ରୀଷ୍ମ ତାତିର ପ୍ରବାହ ସାରା ଓଡିଶାକୁ କଲବଲ କରୁଥିଲା । କିନ୍ତୁ ଏବେ ଖରାତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ସାମାନ୍ଯ ତ୍ରାହି ମିଳିଛି । ପ୍ରାକ ମୌସୁମୀ ଆଗମନ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଭଲ ବର୍ଷା ନେଇ ସୂଚନା ରହିଛି । ଯେଉଁଥି ପାଇଁ ଖରା ଗରମ କମ୍ ହେବା ସହ ଜନଜୀବନ ସାମାନ୍ଯ ସ୍ଵାଭାବିକ ହେବ । ଏଥିପାଇଁ ବିଶେଷ କରି ୧୨ ଗୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି ।

ତେବେ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଥିବା ସେହି ଜିଲ୍ଲା ଗୁଡିକ ହେଉଛନ୍ତି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ । ଏହିସବୁ ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକରେ ଅବଶ୍ୟକ ପଦକ୍ଷେପମାନ ସବୁ ନିଆଯିବ ।

ଏବେବି ଯଦ୍ୟପି ଉପକୂଳ ଓଡିଶାରେ ପାଗରେ ସାମାନ୍ଯ ପରିବର୍ତ୍ତନ ହୋଇଛି, କିନ୍ତୁ ପଶ୍ଚିମ ଓଡିଶାରେ ଏବେବି ସ୍ଥିତି ସଙ୍ଗୀନ ରହିଛି । ଅସହ୍ୟ ଗରମ ସାଙ୍ଗକୁ ଭୟଙ୍କର ଗୁଳୁଗୁଳି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସେପଟେ ମୌସୁମୀ କେବେ ଆସିବ ତାହା ବି ଅନିଶ୍ଚିତତା ଭିତରେ ରହିଛି । ଯାହା ହେଉ ଏହି ଦୁଇ ଦିନିଆ ବର୍ଷା କିଛିଟା ଆଶ୍ଵସ୍ତି ଆଣିପାରେ । କିନ୍ତୁ ପଶ୍ଚିମ ଓଡିଶାରେ ଏହା ସେଭଳି କିଛି ଫରକ ଆଣିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।