ଦୁଆର ମୁହଁରେ କେଉଁ ଗଛ ଲଗାଇଲେ ଘରେ ଉନ୍ନତି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ସୁଖମୟ ଜୀବନଯାପନ ପାଇଁ କିଛି ଜ୍ଯୋତିଷ ଓ ବାସ୍ତୁ ନିୟମ ପାଳନ କରିବା ନିହାତି ଆବଶ୍ୟକ । ମନ୍ଦିରରେ ମା ଲକ୍ଷ୍ମୀଙ୍କ ସମୁଖରେ 9ଟି ବତୀ ଥିବା ଘିଅ ଦୀପ ଜଳାଇବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ଏବଂ ଜଳାଇବା ଦିନ ଠାରୁ ଧନ ଲାଭ ହେବାର ସମ୍ଭାବନା ବଢିଥାଏ । ଶୁକ୍ଲପକ୍ଷ ବୁଧବାର ଦିନ ଓସ୍ତଗଛରେ ଧଳା କପଡାର ପତାକା ବାନ୍ଧିବା ଦ୍ଵାରା ଧନହାନି ହୋଇ ନଥାଏ ଏବଂ ଆକସ୍ମିକ ଧନ ଲାଭର ସମ୍ଭାବନା ସୃଷ୍ଟି ହୋଇଥାଏ ।

ଗୋପି ଚନ୍ଦନର 9 ଖଣ୍ଡ ଡାଳକୁ ଏକ କଦଳୀ ଗଛରେ ହଳଦିଆ ସୂତାରେ ବାନ୍ଧିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ଘରେ ଧନର ଆଗମନ ହୋଇଥାଏ । ଗୋଟିଏ ମାଟି ପାତ୍ରରେ କିଛି ସୁନା ଏବଂ ଚାନ୍ଦିର ଜିନିଷ ରଖି ସେଥିରେ ଚାଉଳ ଭର୍ତ୍ତି କରି ଘରର ଉତ୍ତର-ପଶ୍ଚିମ କୋଣରେ ରଖିବା ଦ୍ଵାରା ଘରର ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଗୋଟିଏ ଚାନ୍ଦିର ଡବା ଭିତରେ ପାଣି ଭର୍ତ୍ତି କରି ଧନ ରଖୁଥିବା ଆଲମାରି ଭିତରେ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ଘରେ ଧନର ଅଭାବ ହୋଇ ନଥାଏ ।

ଶନିବାର ଦିନ କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେବା ଶୁଭପ୍ରଦ ହୋଇଥାଏ ଓ ଅଟକି ଥିବା ଧନ ଶୀଘ୍ର ପ୍ରାପ୍ତି ହୋଇଥାଏ । ଯଦି ଅଧିକ ପରିଶ୍ରମ ପରେ ବି ଧନ ପ୍ରାପ୍ତି ହେଉ ନଥାଏ ତେବେ ଦୁଇଟି ହାଣ୍ଡି ନେଇ ଗୋଟିଏରେ ମୁଗ ଏବଂ ଅନ୍ୟଟିରେ ଲୁଣ ଭର୍ତ୍ତି କରି ଘରେ ରଖିବା ଦ୍ଵାରା ଧନ ପ୍ରାପ୍ତି ହେବାକୁ ଲାଗେ ।

ଘରେ ଯଦି ସିଡି ଭୁଲ ଦିଗରେ ରହିଥାଏ ତେବେ ଏହାର ବାସ୍ତୁଦୋଷ ଦୂର କରିବା ପାଇଁ ସେଠାରେ କର୍ପୁର ରଖିବା ଶୁଭ ହୋଇଥାଏ । ଯଦି ବାରମ୍ବାର କୌଣସି କାର୍ଯ୍ୟରେ ବାଧା ଦେଖା ଦେଉଥାଏ ତେବେ ଶବଯାତ୍ରା ପରେ ଶ୍ମଶାନରେ କିଛି ପଇସା ପକାଇ ଆସିବା ଦ୍ଵାରା ସଙ୍କଟ ଦୂର ହୋଇଥାଏ । ପିମ୍ପୁଡି, ପକ୍ଷୀ, ଗାଈ, ବୃଦ୍ଧ, କାଉ, କୁକୁର, ଅନାଥ ଓ ବୃକ୍ଷଙ୍କୁ ଅନ୍ନଜଳ ଦାନ କରିବା ଦ୍ଵାରା ପିତୃଦୋଷ ଏବଂ ଗ୍ରହଦୋଷ ଦୂର ହୋଇଥାଏ ।

ଏହାସହ ଆକସ୍ମିକ ସଙ୍କଟ ଓ ଦୁର୍ଘଟଣା ଦୂର ହୋଇଥାଏ । କେବେବି ମଦ୍ୟପାନ କରିବା, ସୁଧ କାରବାର କରିବା କିମ୍ବା କୌଣସି ଜୀବଜନ୍ତୁଙ୍କୁ କଷ୍ଟ ଦେବା ଅନୁଚିତ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଶନିଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ ।

ଘରେ ସବୁବେଳେ ହନୁମାନଙ୍କ ମୂର୍ତ୍ତି, ପଥର ଶୀଳ କିମ୍ବା ଚକି, ତମ୍ବା ଓ ପିତ୍ତଳ ବାସନ, ମାଟି ପାତ୍ରରେ ମହୁ, କଳା ସୁରମା ଏବଂ ଚାନ୍ଦିର ଜିନିଷ ଆଦି ରଖିବା ଉଚିତ, ଏହାଦ୍ବାରା ସୁଖ ସମୃଦ୍ଧି ହୋଇଥାଏ । ମୁହଁରେ କେବେବି କଟୁ ବଚନ କିମ୍ବା ଗାଳିଗୁଲଜ କରିବା ଅନୁଚିତ ଏବଂ ଘରେ କଳିଝଗଡା କରିବା ମଧ୍ୟ ଉଚିତ ନୁହେଁ, ଏହାଦ୍ବାରା ଘରେ ସୁଖଶାନ୍ତି ଓ ସମୃଦ୍ଧି ସ୍ଥାୟୀ ଭାବେ ରହିଥାଏ ।

ଘରର ମୁଖ୍ୟଦ୍ଵାରର ଦୁଇପଟେ ଅଶୋକ ଗଛ ଲଗାଇବା ଉଚିତ, ଏହା ମଙ୍ଗଳକାରୀ ହେବାସହ ବଂଶର ଉନ୍ନତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।