ଦୁଇ ଓଡ଼ିଆ ପୁଅ ଶହୀଦ- ଭାରତ ଚାଇନା ମୁହାଁମୁହିଁ ରେ 20 ଯବାନଙ୍କ ମଧ୍ୟରୁ ଦୁଇଜଣ ଓଡ଼ିଆ ପୁଅ ଶହୀଦ

ସୂଚନା ମିଳୁଛି ଯେ ଦୁଇ ଜଣ ଓଡ଼ିଆ ପୁଅ ଚିନ ଓ ଭାରତ ମୁହାଁମୁହିଁ ରେ ଶହୀଦ ହୋଇଛନ୍ତି । ଏହି ଦୁଇ ଓଡିଆ ଯବାନ ହେଉଛନ୍ତି ,ଜଣେ କାନ୍ଦାଲ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ବିରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ନନ୍ଦୁରାମ ସୋରେନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ରାତିରେ ପୂର୍ବ ଲଦାଖର ଚୀନ ଭାରତ ସୀମା LAC କୂଳରେ ଗାଲୱାନ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ହିଂସାକାଣ୍ଡରେ ଶହୀଦ ହୋଇଥିବା 20 ଜଣ ଭାରତୀୟ ସେନା କର୍ମଚାରୀଙ୍କ ମଧ୍ୟରେ ଓଡିଶାର ଦୁଇଜଣ ସୈନିକ ଥିଲେ । ଚୀନ କ୍ୟାମ୍ପ କୁ ଶାନ୍ତି ପ୍ରସ୍ତାବ ଆଲୋଚନା ପାଇଁ ଯାଇଥିବା 30 ଜଣ ଯବାନ ଙ୍କ ମଧ୍ୟରୁ 20 ଜଣ ଶହୀଦ ହୋଇଛନ୍ତି । କିନ୍ତୁ ଏହି ଶହୀଦ 20 ଜଣ ଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ପୁଅ ମଧ୍ୟ ଅଛନ୍ତି । ତେବେ ଓଡିଶା ସରକାର ଏ ପର୍ଯ୍ୟନ୍ତ ଏହାର ସୂଚନା ଅଫିସିଆଲ ଭାବେ ଦେଇ ନାହାନ୍ତି ।

ତଥାପି, ସରକାରୀ ନିଶ୍ଚିତ କରଣକୁ ଅପେକ୍ଷା କରାଯାଇଛି । ଚୀନ ସହ ହୋଇଥିବା ମୁହାଁମୁହିଁ ହିଂସାକାଣ୍ଡରେ ଲଦାଖ ସୀମା ରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା କଥା ଭାରତୀୟ ସେନା ପ୍ରମୁଖ ସୂଚନା ଦେଇଛନ୍ତି । ଏହା ପରେ ଦେଶରେ ସୃଷ୍ଟି ହୋଇଛି ଝଡ । ଭାରତରେ ଚାଇନିଜ ଆପ ଟିକଟକ କୁ ବନ୍ଦ କରିବା ଏବଂ ଚାଇନା ଜିନିଷ କୁ ବର୍ଜନ କରିବା ପାଇଁ ଅନେକ ସଙ୍ଘ ଅହ୍ୱାନ ଦେଇଛନ୍ତି ।

ଗରମ ହୋଇଛି ସାରା ଦେଶର ମୁଡ । ସେପଟେ ଆଜି ଏହା ଖବର ମିଳିଛି ଯେ ଦୁଇଜଣ ଓଡ଼ିଆ ପୁଅ ମଧ୍ୟ ତା ମଧ୍ୟରେ ଥିଲେ । ଏହି ଖବର ପାଇବା ପରେ ଦୁଇ ଯବାନ ଙ୍କ ଘରେ କାନ୍ଦ ବୋବାଳି ପଡି ଯାଇଛି । ଜଣେ 24 ବର୍ଷର ଯୁବକ ଥିବା ମଧ୍ୟ କୁହାଯାଉଛି । ଏହି ଘଟଣା ପରେ ସୀମା ରେ ହୈ ଆଲର୍ଟ ଲାଗୁ ହୋଇ ସରିଛି । ଯୁଦ୍ଧ ସ୍ଥିତି ଘନାଉଥିବାର ଅନେକ ସୈନ୍ୟ ଵିଶେସଂଜ୍ଞ ମତ ଦେଇଛନ୍ତି । ଏବେ ଭାରତୀୟ ସୈନ୍ୟ ଶକ୍ତି ଶାଳୀ ଅଛି କିନ୍ତୁ ଆଗକୁ କିଛି ମଧ୍ୟ ହୋଇପାରେ । ଚୀନ ଧୋକା ଦେବା ରେ ମହାରତ ଅଟେ । ସହଜ ରେ ଚୀନ କୁ ବିଶ୍ୱାସ କରାଯାଇ ପାରିବ ନାହିଁ ।

● ଚୀନ ଦେଉଛି ଭାରତ କୁ ଧମକ

ଲଦାଖରେ ଭାରତୀୟ ସୈନିକଙ୍କ ଦ୍ୱାରା ଉପଯୁକ୍ତ ଉତ୍ତର ପାଇବା ପରେ ଚୀନ୍ ଡ୍ରାଗନ୍ ବର୍ତ୍ତମାନ ଏହାର କ୍ଷୟକ୍ଷତି ଲୁଚାଉଛି । ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ସିଜିନ କହିଛନ୍ତି ଯେ ଗାଲଭାନ ଉପତ୍ୟକାରେ ଚୀନ୍ ସୈନିକମାନଙ୍କୁ ମଧ୍ୟ ହତ୍ୟା କରାଯାଇଛି, କିନ୍ତୁ ମୁଁ ଏପର୍ଯ୍ୟନ୍ତ ସ ସୈନ୍ୟ ସଂଖ୍ୟା ନିଶ୍ଚିତ କରି କହିପାରିବି ନାହିଁ । ସେମାନଙ୍କ ସୈନିକଙ୍କ ଚୀନ୍ ଆହତଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଭାରତୀୟ ସୈନିକମାନେ ଦୁଇଥର ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚୀନ ର ସୈନିକମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାକୁ ଭାରତୀୟ ସୈନ୍ୟ ଏହି ଖବର କୁ ମିଥ୍ୟା ଏବଂ ଭିତ୍ତିହିନ ବୋଲି ମନ୍ତବ୍ୟ ଦେଇଛି ।

ସୃଷ୍ଟି ହେଉଛି ଯୁଦ୍ଧ ପରିସ୍ଥିତି

ସୂଚନା ଅନୁସାରେ ଭାରତ ର 20 ଜଣ ଏବଂ ଚୀନ ର 43 ଜଣ ସୈନିକ ଶହୀଦ ହୋଇଛନ୍ତି । ଯୁଦ୍ଧ ଆରମ୍ଭ ହେବାରୁ ଭାରତ ସୈନ୍ୟ ଙ୍କୁ ପ୍ରତିରୋଧ ନକରି ପାରି ପଛଘୁଞ୍ଚା ଦେଇଥିଲା ଚୀନ । ଭାରତୀୟ ସେନା ର କହିବା କଥା କି ଗତ କାଲି ଚୀନ ର ଏକ ସୈନ୍ଯ ଦଳ ଭାରତରେ ପଶିବାକୁ ଚେଷ୍ଟା କରିଥିଲେ । ଆମେ ବହୁତ ବୁଝାଇବା ପରେ ମଧ୍ୟ ସେମାନେ ଯୁକ୍ତି କରିଥିଲେ । ଆମ ସୈନ୍ୟ ଙ୍କ ଉପରକୁ ପ୍ରଥମେ ଆକ୍ରମଣ କଲେ ଆମ ଅଫିସର ଙ୍କ ଏଥିରେ ପ୍ରାଣ ଚାଲିଯାଇଥିବା ବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି 25 ଜଣ ଅନ୍ୟାନ୍ୟ ସୈନ୍ୟ ଆହତ ହୋଇଛନ୍ତି । ରକ୍ଷା ମନ୍ତ୍ରାଳୟ ଏବଂ ସରକାର ଙ୍କ ପକ୍ଷରୁ କୁହାଯାଉଛି ଯେ ଏହି ସଂଘର୍ଷରେ 20 ଜଣ ଭାରତୀୟ ସୈନିକ ଶହୀଦ ହୋଇଛନ୍ତି ।