ଦ୍ରୁଷ୍ଟିହୀନ ଓ ଦିବ୍ୟାଙ୍ଗ ଙ୍କ ବାହାଘରକୁ ନେଇ ଏବେ ଚାରି ଆଡେ ଜୋର ଧରିଛି ଚର୍ଚ୍ଚା… Love Story Of Divyang Couple

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ବାହାଘରକୁ ନେଇ କିଛି ଲୋକ ମଜାକ ଉଡାଉଛନ୍ତି । ଆଉ କିଛି ଲୋକ ଏମିତି କିଛି କରି ଯାଉଛନ୍ତି ଯାହା ପାଇଁ ସେମାନେ ଚର୍ଚ୍ଚା ରେ ରହୁଛନ୍ତି । ଖାସ କରି ଯେଉଁ ମାନେ ଦିବ୍ୟାଙ୍ଗ ବା ଦ୍ରୁଷ୍ଟି ହୀନ ସେମାନେ ନିଜ ପାଇଁ ଜୀବନ ସାଥି ବାଛି ବେଶ ଚର୍ଚ୍ଚା କୁ ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ଜଣେ ଦ୍ରୁଷ୍ଟି ବାଧିତ ବର ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ଆଖି ରେ ଦୁନିଆ ଦେଖିବେ ବୋଲି କହୁଛନ୍ତି । ଆଉ ଏପଟେ ହୁଳହୁଳି ରେ ଘର କାମନା କରୁଛି ଆଉ କନ୍ୟା ହାତରେ ଚାଉଳ ଧରି ବେଦି କୁ ଯାଉଛି । ନୂଆ ଦୁନିଆରେ ପାଦ ଦେବାକୁ ଧୀରେ ଧୀରେ ଆସୁଛି କନ୍ୟା । ବେଦି ଉପରେ ଚାଲିଛି ପୂଜକ ଙ୍କ ମାତ୍ର ଉଚ୍ଚାରଣ । ସାଧାରଣ ବାହାଘର ପରି ମନେ ହେଉଥିବା ଏହି ବାହାଘର ସ୍ଵତନ୍ତ୍ର ଓ ନିଆରା ।

କାରଣ ଏଠାରେ ଦ୍ରୁଷ୍ଟି ବଧିର ବର ର ହାତ ଧରିଛି ଦିବ୍ୟାଙ୍ଗ କନ୍ୟା । ହାତ ରେ ହାତ ଓ ପାଦ ରେ ପାଦ ମିଶାଇ ବାଟ ଚାଲିବାକୁ ଦୁହେଁ ଓ ଦୁହିଙ୍କ ପରିବାର ରାଜି ହୋଇଛନ୍ତି । ସୂଚନା ଅନୁଯାୟୀ ବର ଜଣକ ହେଉଛନ୍ତି ଅଲେଖ ଚନ୍ଦ୍ର ଜେନା ଯିଏକି ଦ୍ରୁଷ୍ଟି ହୀନ ଅଟନ୍ତି । କନ୍ୟା ହେଉଛନ୍ତି ଦମୟନ୍ତୀ ନାୟକ ଯିଏକି 50% ଦିବ୍ୟାଙ୍ଗ ।

ଉଭୟ ଅଗ୍ନି କୁ ସାକ୍ଷୀ ରଖିକି ପରସ୍ପରକୁ ସାତ ଜନ୍ମ ପାଇଁ ଜୀବନ ସାଥି ରୂପେ ଗ୍ରହଣ କରିଛନ୍ତି । ଅଲେଖ ଙ୍କ ଘର ଝୋଟି ଅଞ୍ଚଳର ଚକରା ରଘୁନାଥପୁର ଗାଁ ରେ । ସେ ଅଜୋଧ୍ୟା ନଗର ସ୍ଥିତି ପୌର ସଂସ୍ଥା ଦୃଷ୍ଟିହୀନ ସ୍କୁଲରେ ପ୍ରଥମେ ଛାତ୍ର ଥିଲେ । ସେଠାରେ ଆଣ୍ଟେଣ୍ଟାଡ ଭାବେ କାମ କରୁଛନ୍ତି । କନ୍ୟା ମଧ୍ୟ ଅଜୋଧ୍ୟା ନଗର ର ବାସିନ୍ଦା ।

କନ୍ୟା ଘରର ସର୍ତ୍ତ ଅନୁଯାୟୀ ବର ଚାକିରି ପାଇବା ପରେ ଏହି ବିବାହ ହୋଇଛି । ଏ ନିଆରା ବାହାଘର ରେ ଜାତକ ରେ ରାଜଯୋଗ ପଡିଥିବା ବେଳେ ବର ପାଖ ରୁ କୌଣସି ପ୍ରକାରର ଯୌତୁକ ନିଆଯାଇ ନାହିଁ । ତେବେ ଏହି ବାହାଘର କୁ ନେଇ ଉଭୟ ବର ଓ କନ୍ୟା ବେଶ ଖୁସି ଥିବାର ସ୍ପଷ୍ଟ ହେଉଛି । ଦୁହିଙ୍କର ଜୀବନ ଆଗକୁ ଏମିତି ହସ ଖୁସି ରେ ରହୁ ବୋଲି ପାଇର୍ବାର ଲୋକେ କାମନା କରିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।