ପ୍ରଧାନମନ୍ତ୍ରୀ କହିଥିଲେ ଆଉ ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିଲେ । ମମତା ଡାକିଲେବି ଗାଲେଇ ଦେଲେ ବିଜେଡି ନେତା । ଶୁଭେଚ୍ଛା ସିନା ଜଣାଉଛନ୍ତି କିନ୍ତୁ ସମର୍ଥନ ଘୋଷଣା କରୁନାହାନ୍ତି । ବିଜେପି ଘୋଷଣା କରିବା ପରେ ବିଜେଡି ଖେଳୁଛି ମହିଳା କାର୍ଡ । ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଜେଡି ନେତା ବେଶ ସକ୍ରିୟ ହୋଇ ପଡିଛନ୍ତି । ବିଜେପି ନେତା ଜେ. ପି. ନୋଡାଙ୍କ ଘୋଷଣାର ମାତ୍ର କିଛି ମିନିଟ ପରେ ବିଜେଡି ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକଥା ଜାଣିଥିଲେ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ।
ସେ କରିଥିବା ପୋଷ୍ଟ ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ତାଙ୍କ ସହ ଆଲୋଚନା କରିଥିଲେ । ଓଡିଶା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଗର୍ବର ବିଷୟ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପରେ ପରେ ତାଙ୍କ ଦଳର ଆଉ କିଛି ନେତା ଏବଂ ମନ୍ତ୍ରୀ ମଧ୍ୟ ନିଜ ନିଜ ଢଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏ ପର୍ଯ୍ୟନ୍ତ ବିଜୁ ଜନତା ଦଳ କିନ୍ତୁ ତାଙ୍କ ସମର୍ଥନ କରୁଥିବା ନେଇ କୌଣସି ଘୋଷଣା କରିନାହିଁ ।
ତେବେ ବିଜେଡି ଦ୍ରୌପଦୀଙ୍କୁ ନିଶ୍ଚିତ ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି । ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ହୋଇଥିବାରୁ ତାଙ୍କୁ ସମର୍ଥନ କରିବା ଛଡା ଅନ୍ୟ କୌଣସି ପନ୍ଥା ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଠାରେ ସବୁଠାରୁ ବଡ କଥା ଉଠୁଛି କି ଯଦି ମୁଖ୍ୟମନ୍ତ୍ରୀ ଏ ବିଷୟରେ ଆଗରୁ ଜାଣିଥିଲେ ତେବେ କାହିଁକି ଲୁଚାଇଥିଲେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେତେବେଳେ ମିଳିତ ବିରୋଧୀ ଦଳ ବୈଠକ ଡାକିଲେ ଶେଠାକୁ ବିଜେଡିର କୌଣସି ନେତା ଗଲେନାହିଁ । ଏପରିକି ଖବର ଅନୁସାରେ ନବୀନ ନିଜେ ମମତାଙ୍କ ଫୋନ କଲ୍ ର କୌଣସି ଜବାବ ଦେଲେନାହିଁ । ଅନେକ କଥାରେ ବିଜେଡି ବିଜେପିକୁ ସମର୍ଥନ କରିଆସୁଛି । ଏଥର ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ କରିବ ବୋଲି କୁହାଯାଉଛି । ଏସବୁ ଭିତରେ କିନ୍ତୁ ବିଜେପିର ପ୍ରାର୍ଥୀକୁ ନେଇ ମହିଳା କାର୍ଡ ଖେଳୁଛି ବିଜେଡି ।
ମହିଳା ସଶକ୍ତିକରଣର କଥା କହୁଛି ବିଜୁ ଜନତା ଦଳ । ଲାଗୁଛି ସତେ ଯେମିତି ବିଜେଡି କଥାରେ ବିଜେପି ଦ୍ରୌପଦୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜୁ ଜନତା ଦଳର ଏଭଳି ଆଭିମୁଖ୍ଯକୁ ନେଇ ଚାରିଆଡେ ସମାଲୋଚନା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।