ଆମ ମୁହଁକୁ ଆମ ଶରୀରର ଦର୍ପଣ ବୋଲି କୁହାଯାଏ । ମୁହଁରେ ବ୍ରଣ ହେଲେ ତାହା ଆମ ବ୍ୟକ୍ତିଗତ ଜୀବନ ଓ ଆତ୍ମବିଶ୍ଵାସକୁ ପ୍ରଭାବିତ କରିଥାଏ । ବ୍ରଣ ବିଭିନ୍ନ କାରଣରୁ ହୋଇଥାଏ । ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଘରୋଇ ଉପଚାର ଆପଣେଇବା ସହ ଡାକ୍ତରଙ୍କ ବିନା ପରାମର୍ଶରେ ଅନେକ ପ୍ରକାରର କ୍ରିମ୍ ଓ ଅଏଣ୍ଟମେଣ୍ଟ ଆଦି ଲଗାଇଥାଉ । ଯାହା ବ୍ରଣ ସମସ୍ୟାକୁ ଅନେକ ସମୟରେ ବଢାଇଦିଏ । ତେବେ ବ୍ରଣ କେମିତି ଭଲ ହେବ ଆସନ୍ତୁ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କ ଠାରୁ ।
ବ୍ରଣ ଏକ ସାଧାରଣ ଚର୍ମରୋଗ । ଯାହା ଯୁବାବସ୍ଥା ଆସିଲେ ପ୍ରାୟ ପ୍ରତ୍ଯେକଙ୍କ ଠାରେ ଦେଖା ଯାଇଥାଏ । ଶରୀରରେ ବିଭିନ୍ନ ହରମୋନ ସୃଷ୍ଟି ହେବା ଯୋଗୁଁ ଏହା ହୋଇଥାଏ । ଏହା ପାଖାପାଖି ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଜାରି ରୁହେ । କିନ୍ତୁ ଅନେକଙ୍କ କ୍ଷେତ୍ରରେ ୨୫ ବର୍ଷ ପରେ ମଧ୍ୟ ବ୍ରଣ ହୋଇଥାଏ ।
ଅନେକ ମହିଳାଙ୍କ କ୍ଷେତ୍ରରେ ହରମୋନରେ ଅସନ୍ତୁଳନତା ହେତୁ ମଧ୍ୟ ବ୍ରଣ ଅଧିକ ହୋଇଥାଏ । ମହିଳାଙ୍କ ପିସିଓଡ଼ି ନାମକ ହର୍ମୋନାଲ ସମସ୍ୟାରେ ଅଧିକ ବ୍ରଣ ହେବାର ଦେଖା ଯାଇଥାଏ । ବ୍ରଣ ହେବାକୁ ସାଙ୍ଗକୁ ଚୁଟି ଝଡିଥାଏ, ଓଜନ ବଢିଥାଏ ଓ ଋତୁଚକ୍ରରେ ମଧ୍ୟ ଅନିୟମିତତା ଦେଖା ଦେଇଥାଏ ।
ଏଭଳି ପିସିଓଡ଼ି ସମସ୍ଯା ଥାଇ ବ୍ରଣ ହେଉଥିବା ମହିଳାଙ୍କୁ ହର୍ମୋନାଲ ଟ୍ରିଟମେଣ୍ଟ ଦିଆ ଯାଇଥାଏ । ହରମୋନରେ ସନ୍ଥୁଳନତା ଆସିଲେ ପିସିଓଡ଼ି ଠିକ ହେବା ସହ ବ୍ରଣ ସମସ୍ଯା ମଧ୍ୟ ଭଲ ହୋଇଥାଏ । କିନ୍ତୁ ସାଧାରଣ ଭାବେ ଯେଉଁ ବ୍ରଣ ହୋଇଥାଏ, ସେଥିପାଇଁ ଅନେକ କ୍ରିମ୍ ଓ ବଟିକା ସବୁ ମଧ୍ୟ ରହିଛି ।
ଏହି କ୍ରିମ ଗୁଡିକ ବ୍ରଣ ସମସ୍ଯା କମ୍ କରିବାରେ ସାହାଯ୍ୟ କରିଥାଏ । ବ୍ରଣ ହେଲେ ଅନେକ ସମୟରେ ମୁହଁରେ କଳା ଦାଗ ପଡିଯାଏ କିମ୍ବା ଏକ ଗାତ ଭଳି ସୃଷ୍ଟି ହୋଇଯାଏ । ମୁହଁରେ ବ୍ରଣଜନିତ ଦାଗ ହୋଇଥିଲେ ତାକୁ କେମିକାଲ କ୍ରିମ ଓ ବଟିକା ଦ୍ଵାରା ଟ୍ରିଟମେଣ୍ଟ କରିହେବ ।
କଳାଡାଗର ଉପଚାର ହୋଇପାରିବ କିନ୍ତୁ ଏଥିପାଇଁ ଟିକେ ସମୟ ଲାଗେ । ବ୍ରଣ ଯୋଗୁଁ ମୁହଁରେ ଗାତ ମଧ୍ୟ ହୋଇଥାଏ । ଯାହାକୁ ଏକନି ସ୍କାର (Acne Scar) ବୋଲି କୁହାଯାଏ । ଏହି ଏକନି ସ୍କାର ମଧ୍ୟ ବିଭିନ୍ନ ପ୍ରକାରର ରହିଛି ଓ ସେହି ଅନୁସାରେ ବିଭିନ୍ନ ପ୍ରକାରର ଟ୍ରିଟମେଣ୍ଟ ମଧ୍ୟ ରହିଛି ।
ଏଥିପାଇଁ କେମିକାଲ ଫିଲିଙ୍ଗ, ଲେଜର କିମ୍ବା ମାଇକ୍ରୋ ନେଲିଙ୍ଗ ଆଦି କରା ଯାଇଥାଏ । ଏହିପରି ବ୍ରଣ ଓ ଦାଗକୁ ପରୀକ୍ଷଣ କରି ବିଭିନ୍ନ ଉପଚାର ମାଧ୍ୟମରେ ଏହାର ଚିକିତ୍ସା କରା ଯାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।