ଯେତେବେଳେ ଦୋକାନରେ କାମ କରୁଥିବା ଯୁବକକୁ ମାଲିକ କୁଣ୍ଢେଇ ପକେଇଲା, ଜାଣନ୍ତୁ କଣ କହିଥିଲା ସେ !

ଜୀବନର ସୁଖ ଦୁଖ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ ଅଟେ । ସୁଖ ପରେ ହିଁ ଦୁଖ ଆସିଥାଏ ଏବଂ ଦୁଖ ପରେ ହିଁ ସୁଖ ଆସିଥାଏ । ଆମେ ସୁଖ ସମୟରେ ବେଶୀ ଖୁସି ହୋଇଥାଉ ଏବଂ ଦୁଖ ସମୟରେ ବେଶୀ ଦୁଖୀ ହୋଇଥାଉ । ସୁଖୀ ଏବଂ ଦୁଖୀ ରହିବାଠାରୁ ସବୁଠୁ ଭଲ ସନ୍ତୁଷ୍ଠ ରହିବା । ଆପଣଙ୍କୁ ଗୋଟିଏ କାହାଣୀ ମାଧ୍ୟମରେ କହିବାକୁ ଯାଉଛୁ ଏହାର ସାରାଂଶ ।

ଗୋଟିଏ ସେଠଙ୍କର ଦୋକାନ ଥିଲା । ସେ ସେହି ଦୋକାନକୁ ଭଲ ଭାବରେ ଚଳାଇବା ପାଇଁ ଏକ ଯୁବକକୁ ରଖିଲେ । ସେହି ଯୁବକ ଜଣକ ବହୁତ ପରିଶ୍ରମୀ ଥିଲା ଏବଂ ବହୁତ ବିଶ୍ଵାସୀ ମଧ୍ୟ ଥିଲା । ସେ ଯୁବକ ଜଣକ କେବେ ବି ଛୁଟି ନେଉ ନଥିଲେ । ଗୋଟିଏ ଦିନ ସେ କାମରେ ଛୁଟିରେ ରହିଗଲେ ଏବଂ ସେ ସେଠକୁ ନ ଆସିବାର କାରଣ ମଧ୍ୟ କହି ନଥିଲେ ।

ଯେତେବେଳେ ବଢିଗଲା ଟଙ୍କା

ସେଠକୁ ଲାଗିଲା କି ସେ କାମ ଭଲ କରୁଛି ଏବଂ ଛୁଟି ବି ମଧ୍ୟ ନେଉ ନାହିଁ ଆଜି ଲାଗୁଛି ତାକୁ କମ ଟଙ୍କା ମିଳୁଥିବାରୁ ସେ ଛୁଟିରେ ଅଛି । ତା ପର ଦିନ ଯୁବକଟି ଠିକ ଟାଇମରେ ଆସି ନିଜର କାମ ଆରମ୍ଭ କରିଲା । ସେ ନିଜର ନ ଆସିବାର କାରଣ ସେଠକୁ କହିଲେ ନାହିଁ ଏବଂ ସେଠ ବି ତାଙ୍କୁ ସେହି ବିଷୟରେ କିଛି ପଚାରିଲେ ନାହିଁ ଏବଂ ତାକୁ କେବଳ କହିଲେ କି ମୁଁ ତୁମର ଦରମା ବଢାଇ ଦେଇଛି । ଏହା ଶୁଣି ଯୁବକ ଜଣକ ଖୁସି ହେଲା ନାହିଁ ।

ଏହା ପରେ ସେ ନିଜର କାମ କରିବା ଆରମ୍ଭ କରିଦେଲା । ପୁଣି ଗୋଟିଏ ଦିନ ଏମିତି ଆସିଲା କି ଯୁବକ ଜଣକ କାମକୁ ଆସିଲେ ନହିଁ । ଏହା ପରେ ସେଠ ଜଣକ ରାଗି ଗଲେ ଏବଂ ଭାବିଲେ କି ତାହାର ତ ମୁଁ ଦରମା ବଢାଇ ଦେଇଛି ପୁଣି କାହିଁକି ସେ ଛୁଟିରେ ଅଛି । ତାହା ପରଦିନ ଯୁବକ ଜଣକ ନିଜ ଟାଇମରେ ଆସିଲା । ସେଠ ରାଗି ଯାଇ କହିଲେ କି ତମର ବଢିଥିବା ଦରମାକୁ ମୁଁ କାଟି ଦେଇଛି ତୁମକୁ ପୂର୍ବରୁ ମିଳୁଥିବା ଦରମା ହିଁ ମିଳିବ । ଏଥିରେ ବି ଯୁବକ ଜଣକ କିଛି ନ କହି ନିଜ କାମରେ ଲାଗିଗଲେ ।

ସେଠକୁ କହିଲେ କାରଣ

ସେଠ ଯେତେବେଳ ମାସ ଶେଷରେ ଯୁବକକୁ ଦରମା ଦେଲେ ଯୁବକ ଜଣଙ୍କ ମୁହଁରେ କୌଣସି ପ୍ରକାରର ଭାବନା ନଥିଲା । ଏହା ଦେଖି ସେଠ ସେହି ଯୁବକକୁ ଏହାର କାରଣ ପଚାରିଲେ । ଯୁବକ ଜଣକ କହିଲେ କି ସେ ଯେଉଁ ପ୍ରଥମ ଦିନ ଛୁଟିରେ ଥିଲେ, ସେହି ଦିନ ମୋ ଘରେ ଗୋଟିଏ ପୁଅ ଜନ୍ମ ହୋଇଥିଲା । ତା ପର ଦିନ ଆସୁ ଆସୁ ଆପଣ ମୋର ଦରମା ବଢାଇ ଦେଲେ । ମୋତେ ଲାଗିଲା କି ଭଗବାନ ମୋର ପୁଅ ହିସାବର ଟଙ୍କା ମୋତେ ଦେଲେ । ସେଥିପାଇଁ ମୁଁ ଖୁସି ହେଲି ନାହିଁ ।

ଦ୍ବତୀୟ ଦିନ ଯେଉଁ ଛୁଟିରେ ଥିଲି ସେହି ଦିନ ମୋର ମା ଚାଲିଗଲେ । ତାହା ପର ଦିନ ଆସୁ ଆସୁ ମୋର ବଢିଥିବା ଟଙ୍କାକୁ ଆପଣ କମ କରି ଦେଲେ । ମୋତେ ଲାଗିଲା କି ଭଗବାନ ମୋର ମାଆଙ୍କ ହିସାବର ଟଙ୍କାକୁ ମୋ ଠାରୁ ଛଡାଇ ନେଲେ । ସେଥିପାଇଁ ମୁଁ ଏହା ଭାବି ଦୁଖୀ ହେଲି ନାହିଁ । ସେଠ ଏହି କଥା ଶୁଣି ସଙ୍ଗେ ସଙ୍ଗେ ସେହି ଯୁବକକୁ ଆଲିଙ୍ଗନ କରି ପକାଇଲେ ।