Jyotish Shastra- ପ୍ରତେକ ଗୁରୁବାର ଦିନ କରନ୍ତୁ ଏହି (5ଟି କାମ)- ଧନର ହେବ ବର୍ଷା

ଆଜିର ସମୟରେ ପ୍ରତେକ ବ୍ୟକ୍ତି ନିଜ ଆବଶ୍ୟକତାକୁ ପୂରଣ କରିବାପାଇଁ ଅର୍ଥ ବା ଧନର ଆବଶ୍ୟକ କରିଥାନ୍ତି । ଏହି ସମୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଟଙ୍କା ରୋଜଗାର କରନ୍ତି । ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହେନାହିଁ । ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେହିମାନଙ୍କ ପାଖରେ ରହିଥାଏ ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ।

ତେଣୁ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ । ମାତା ଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚଟି କାମ ବିଷୟରେ ଯାହା କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

୧:- ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ଉଚିତ । ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ଘଟିବ ।

୨:- ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ । ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିଥାନ୍ତି ।

୩:- ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

୪:- ଧନର ଅଭାବ ଦୁର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି । ଏବଂ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୁର କରିଥାନ୍ତି ।

୫:- ଗୁରୁବାର ଦିନ ଆପଣ ତୁଳସୀ ଚଉଁରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି କେବେ ମଧ୍ୟ ଖରାପ ହୋଇନଥାଏ । ଅପହଞ୍ଚ ସବୁ ମନସ୍କାମନା ପୂରଣ ହୋଇଥାଏ ।

ତେବେ ଆପଣ ଯଦି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।