ବଡ ଖବର, Driving License ସହ Aadhar Card ଲିଙ୍କ କରାଇ ନଥିଲେ ଏବେ ହିଁ ଜାଣି ନିଅନ୍ତୁ, ପଡ଼ିପାରନ୍ତି ଅସୁବିଧାରେ ଏହାକୁ ନେଇ ଆସିଲା ଏବେ ନୂଆ ନିୟମ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜରୁରୀ ସୂଚନା ନେଇ ଆସିଛୁ । ଯାହା ଆଗକୁ ଆପଣ ମାନଙ୍କ ପାଇଁ ବହୁତ ଦରକାରୀ ହେବ । ଖବର ଅନୁଯାୟୀ ଯଦି ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ କରି ନାହାନ୍ତି ତେବେ ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ନିୟମ ଲାଗୁ କରା ଯାଇଛି ।

ଯଦି ଆପଣ ଏପରି କରି ନାହାନ୍ତି ତେବେ ତୁରନ୍ତ କରନ୍ତୁ । କାରଣ ବର୍ତ୍ତମାନ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତା ମୂଳକ ହୋଇ ପଡିଛି । ଯଦି ଆପଣ ଏପରି କରି ନାହାନ୍ତି ତେବେ ଅନେକ ସମସ୍ଯା ହୋଇପାରେ । ନକଲି ଡ୍ରାଇଭିଙ୍ଗ ଲାଇସେନ୍ସକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆ ଯାଇଛି । ତେବେ ଆସନ୍ତୁ ଜାଣିବା କିଭଳି ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ କରାଯିବ ।

ଏହି ଲିଙ୍କକୁ କନେକ୍ଟ କରିବା ପାଇଁ ପ୍ରଥମେ ଆପଣ ନିଜ ରାଜ୍ୟ ପରିବହନ ଆପକୁ ଯିବେ । ସେଠାରେ ନିଜର ଲିଙ୍କ ଆଧାର ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଡ୍ରପ ଡାଉନ ଅପଶଙ୍କୁ ଯାଇ ଡ୍ରାଇଭିଙ୍ଗ ଲାଇସେନ୍ସ ଅପସନରେ କ୍ଲିକ କରିବାକୁ ପଡିବ । ସେ ଅପାସନ ଉପରେ ଆପଣଙ୍କୁ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର ଦେବାକୁ ପଡିବ ।

ପରବର୍ତ୍ତୀ ପର୍ଯ୍ୟାୟରେ ନମ୍ବର ଦେବା ପରେ ସେହି ଲିଂକରେ ଥିବା ଗେଟ ଡିଟେଲ୍ସରେ କ୍ଲିକ କରିବାକୁ ପଡିବ । ଏସବୁ କରିବା ପରେ ଆପଣଙ୍କ ଫୋନ ନାମ୍ବରକୁ ଗୋଟିଏ ଓଟିପି ଆସିବ । ଏହି ଓଟିପି ଦେବା ପରେ ଆପଣଙ୍କ ଆଧାର କାର୍ଡ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଲିଙ୍କ ହୋଇଯିବ । ବର୍ତ୍ତମାନ ଯୁଗରେ ଆଧାର କାର୍ଡ ଏକ ଜରୁରୀକାଳିନ ହୋଇ ପଡିଛି ।

ପ୍ରତେକ ସରକାରୀ ଓ ଘରୋଇ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ଏହା ସହ ଡିଏଲ ରେନୁଏ ପାଇଁ ମଧ୍ୟ ଆଧାର କାର୍ଡର ଆବଶ୍ୟକତା ହେଉଛି । ଆମ ଦେଶରେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସର କାରବାର ତୀବ୍ର ମାତ୍ରାରେ ବଢିବାରେ ଲାଗିଛି । ଯାହା ଫଳରେ ଅନେକ ଲୋକ ମାନେ ଏହାର ଶିକାର ହେଉଛନ୍ତି । ତେଣୁ ଏହି ନକଲି ଡ୍ରାଇଭିଙ୍ଗ ଲାଇସେନ୍ସକୁ ରୋକିବା ପାଇଁ ଆମ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଆଧାର କାର୍ଡ ଲିଙ୍କ କରିବା ଦ୍ଵାରା ଦେଶରେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ କରୁଥିବା କଳା ବଜାରୀଙ୍କ କାରବାରକୁ ରୋକାଯାଇ ପାରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।